Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଥମେ ନିଶା ଦେଇ MBBS ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍, ପୁଣି ମାସେ ଧରି ଦିଲ୍ଲୀରେ ଦୁଷ୍କର୍ମ

Crime

Crime In India / ପ୍ରଥମେ ନିଶା ଦେଇ MBBS ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍, ପୁଣି ମାସେ ଧରି ଦିଲ୍ଲୀରେ ଦୁଷ୍କର୍ମ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ପ୍ରଥମେ ନିଶା ଦେଇ MBBS ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍, ପୁଣି ମାସେ ଧରି ଦିଲ୍ଲୀରେ ଦୁଷ୍କର୍ମ

Key Points

ଅଶ୍ଳୀଳ ଭିଡିଓ ସୁଟ୍ କରି କଲେ ବ୍ଲାକମେଲ୍ । ମାସେ ଧରି ଦିଲ୍ଲୀରେ ବ୍ଲାକମେଲ୍ ଜରିଆରେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୧୮ ବର୍ଷୀୟ ଡାକ୍ତରୀ ଛାତ୍ରୀ ।

ନୂଆଦିଲ୍ଲୀ: ପାର୍ଟି ନାଁରେ ହୋଟେଲ୍‌କୁ ଡାକିଲେ, ଥଣ୍ଡାରେ ନିଶା ମିଶାଇ ପିଆଇଲେ । ତା'ପରେ ଅଶ୍ଳୀଳ ଭିଡିଓ ସୁଟ୍ କରି କଲେ ବ୍ଲାକମେଲ୍ । ମାସେ ଧରି ଦିଲ୍ଲୀରେ ବ୍ଲାକମେଲ୍ ଜରିଆରେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୧୮ ବର୍ଷୀୟ ଡାକ୍ତରୀ ଛାତ୍ରୀ । ଏନେଇ ଦିଲ୍ଲୀ ପୋଲିସରେ ମାମଲା ହୋଇଥିବା ବେଳେ ଅଭିଯୁକ୍ତ ଫେରାର୍ ରହିଛି ।


ସୂଚନା ଅନୁସାରେ, MBBS ଛାତ୍ରୀ ଜଣଙ୍କୁ ୨୦ ବର୍ଷୀୟ ଯୁବକ ଜଣଙ୍କ ଉତ୍ତରପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରର ଏକ ହୋଟେଲ ରୁମକୁ ପାର୍ଟି ବାହାନାରେ ଡାକିଥିଲେ । ସେଠାରେ ଉକ୍ତ ଯୁବକଙ୍କ ସହ ଆଉ ୨ ଜଣ ସହଯୋଗୀ ଥିଲେ । ପାନୀୟରେ କିଛି ନିଶା ପଦାର୍ଥ ମିଶାଇ ଯୁବତୀଙ୍କୁ ପିଇବାକୁ ଦେଇଥିଲେ ।


ଏଥିସହ ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ମୋଟେଲ୍ ମ୍ୟାନେଜରଙ୍କୁ ହତ୍ୟା


ଉକ୍ତ ପାନୀୟ ପିଇବା ପରେ ଅଚେତ ହୋଇ ଯାଇଥିଲେ ଯୁବତୀ । ଏହା ପରେ ହୋଟେଲ୍ ରୁମର ନିବୁଜ କୋଠରୀରେ ଯୁବକ, ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ଯାହାର ଭିଡିଓ ସୁଟ୍ କରିଥିଲେ ଅନ୍ୟ ୨ ସହଯୋଗୀ ।


ଆଉ ଉକ୍ତ ଭିଡିଓକୁ ଦେଖାଇ ବାରମ୍ବାର ଯୁବତୀଙ୍କୁ ବ୍ଲାକମେଲ୍ କରି ଚାଲିଥିଲେ ଯୁବକ ଜଣଙ୍କ । ପ୍ରାୟ ମାସେ ଧରି ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ମାଡ଼ ବି ମାରିଥିବା ପୋଲିସର ଅଭିଯୋଗ ହୋଇଛି । ସେପ୍ଟେମ୍ବରରେ ଏ ଘଟଣା ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି ।


ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, "ଯୁବକଙ୍କୁ ସହଯୋଗ ନ କଲେ ସେ ଭିଡିଓ ଭାଇରାଲ୍ କରିବା ସହ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବାର ଧମକ ଦେଇଥିଲା ।" ଏନେଇ ପୋଲିସ ଗତ ଶୁକ୍ରବାର ମାମଲା ରୁଜୁ କରିବା ସହ ଫେରାର୍ ଥିବା ଯୁବକଙ୍କୁ ଖୋଜୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ବଚସାକୁ ନେଇ ପ୍ରଥମେ ବଡ଼ ଭାଇକୁ ଆକ୍ରମଣ, ସାନ ଭାଇକୁ ହତ୍ୟା


ମାମଲା ସହ ଜଡ଼ିତ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି, "ପୀଡ଼ିତା ଡାକ୍ତରୀ ଛାତ୍ର ଓ ଅଭିଯୁକ୍ତ ଯୁବକ ଉଭୟ ହରିୟାଣା ଜିନ୍ଦ ଅଞ୍ଚଳର । ପୀଡ଼ିତା ଏବେ ଦିଲ୍ଲୀର ଏକ ହଷ୍ଟେଲରେ ରହୁଥିବା ବେଳେ ଏନେଇ ଗତ ଗୁରୁବାର ଅଭିଯୋଗ କରିଛନ୍ତି ।"


ସେହିଭଳି ଅଭିଯୁକ୍ତ ଜଣଙ୍କ ଜିନ୍ଦର ହୋଇଥିବା ବେଳେ ସେ ଉତ୍ତର ଦିଲ୍ଲୀରେ ରହି କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସେପ୍ଟେମ୍ବର ୯ରେ ଅଭିଯୁକ୍ତ ଜଣଙ୍କ ୨ ସହଯୋଗୀଙ୍କ ସହ ହୋଟେଲ ରୁମକୁ ଯୁବତୀଙ୍କୁ ଡାକିଥିଲେ । ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ୨ ଯୁବକ ମଧ୍ୟ ଜିନ୍ଦର । କିନ୍ତୁ ଏଯାଏଁ ସେମାନଙ୍କ ପରିଚୟ ମିଳିପାରି ନାହିଁ ।


ଅକ୍ଟୋବର ୨ରେ ପରିବାର ଲୋକଙ୍କୁ ଜଣାଇବା ପରେ ଯୁବତୀ ଏତଲା ଦେଇଥିଲେ । ପୋଲିସ ଭାରତୀୟ ନ୍ୟାୟ ସଂହିତାର ସେକ୍ସନ୍ ୬୪ (୧)ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି । ପୀଡ଼ିତାଙ୍କ କାଉନସେଲିଂ କରା ଯାଉଥିବା ବେଳେ ଦିଲ୍ଲୀ ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ କରିଛନ୍ତି ।


ଏହା ପୂର୍ବରୁ ଅଗଷ୍ଟରେ ଉତ୍ତର ଦିଲ୍ଲୀର ସିଭିଲ୍ ଲାଇନ୍ ଅଞ୍ଚଳରେ ସମାନ ଘଟଣା ଘଟିଥିଲା । ଜଣେ ୨୪ ବର୍ଷୀୟ ମହିଳାଙ୍କୁ ୪ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଉକ୍ତ ମାମଲାରେ ଜଣେ ଟିଭି କଳାକାର ବି ବନ୍ଧା ହୋଇଥିଲେ । ପୀଡ଼ିତା ଅଭିଯୋଗ କରିଥିଲେ, "ସେ ଏକ ପାର୍ଟିକୁ ଯାଇଥିବା ବେଳେ ତାଙ୍କ ପାନୀୟରେ ନିଶା ମିଶାଇ ତାଙ୍କୁ ଦୁଷ୍କର୍ମ କରାଯାଇଛି ।"

Related Topics

Explore more stories

Sponsored
Crime In India | Delhi MBBS Student Drugged, Filmed and Blackmailed in Hotel | Argus News | Argus News