Videos
|
Crime

Murder / ଆମେରିକାରେ ଭାରତୀୟ ବଂଶୋଦ୍ଭବ ମୋଟେଲ୍ ମ୍ୟାନେଜରଙ୍କୁ ହତ୍ୟା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଆମେରିକାରେ ଭାରତୀୟ ବଂଶୋଦ୍ଭବ ମୋଟେଲ୍ ମ୍ୟାନେଜରଙ୍କୁ ହତ୍ୟା

Key Points

ଗୁଳି କରିବା ପୂର୍ବରୁ ରାକେଶଙ୍କୁ "ବନ୍ଧୁ ତୁମେ ଠିକ୍ ଅଛ ତ ?" ବୋଲି ଷ୍ଟେନଲି ପଚାରିଥିଲା । ରାକେଶ କିଛି ପାଦ ଆଗକୁ ବଢ଼ିବା ମାତ୍ରେ ମୁଣ୍ଡକୁ ଗୁଳି କରିଥିଲେ ଷ୍ଟେନଲି ।

ୱାଶିଂଟନ୍: ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା । ଆମେରିକାର ପିଟସବର୍ଗରେ ଜଣେ ଭାରତୀୟ ବଂଶୋଦ୍ଭବ ମୋଟେଲ୍ ମ୍ୟାନେଜରଙ୍କୁ ଅତି ନିକଟରୁ ଅର୍ଥାତ୍ ପଏଣ୍ଟ ବ୍ଲାଙ୍କ୍ ରେଞ୍ଜରୁ ଗୁଳି କରି ହତ୍ୟା କରାଯାଇଛି । ରିପୋର୍ଟ ଅନୁସାରେ, ଏହି ହତ୍ୟାକାଣ୍ଡ ଗତ ସପ୍ତାହରେ ଘଟିଛି ।


ମୃତକ ହେଉଛନ୍ତି, ୫୧ ବର୍ଷୀୟ ରାକେଶ ଏହାଗବାନ । ସେ ରବିନସନ ଟାଉନସିପ୍‌ରେ ଏକ ମୋଟେଲ୍ ପରିଚାଳନା କରୁଥିଲେ । ତାଙ୍କ ମୋଟେଲ ବାହାରେ ହିଁ ରାକେଶଙ୍କୁ ହତ୍ୟା କରାଯାଇଛି । ଏ ହତ୍ୟାକାଣ୍ଡ ଗତ ଶୁକ୍ରବାର ଘଟିଛି ।


ଏଥିସହ ପଢ଼ନ୍ତୁ: ବଚସାକୁ ନେଇ ପ୍ରଥମେ ବଡ଼ ଭାଇକୁ ଆକ୍ରମଣ, ସାନ ଭାଇକୁ ହତ୍ୟା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୋଲିସ ସୂଚନା ଅନୁସାରେ, ମୋଟେଲ୍ ବାହାରେ ଝଗଡ଼ା ହୋଇଥିଲା । ଝଗଡ଼ା ରୋକିବାକୁ ଯାଇଥିବା ରାକେଶଙ୍କୁ ହତ୍ୟା କରାଯାଇଛି । ମୋଟେଲର ସିସିଟିଭିରେ ଗୁଳିମାଡ଼ର ଦୃଶ୍ୟ କଏଦ ହୋଇଛି । ଗୁଳି ମାରିଥିବା ବ୍ୟକ୍ତି ଷ୍ଟେନଲି ୟୁଗେନେ । ଗୁଳି କରିବା ପୂର୍ବରୁ ରାକେଶଙ୍କୁ "ବନ୍ଧୁ ତୁମେ ଠିକ୍ ଅଛ ତ ?" ବୋଲି ଷ୍ଟେନଲି ପଚାରିଥିଲା ।


ରାକେଶ କିଛି ପାଦ ଆଗକୁ ବଢ଼ିବା ମାତ୍ରେ ମୁଣ୍ଡକୁ ଗୁଳି କରିଥିଲେ ଷ୍ଟେନଲି । ଆଉ ସେଇଠି ହିଁ ଗୁଳିରେ ଟଳି ପଡ଼ିଥିଲେ ରାକେଶ । ପୋଲିସ ଅନୁସାରେ, କେବଳ ରାକେଶ ନୁହଁନ୍ତି ଷ୍ଟେନଲିଙ୍କ ଗୁଳିରେ ମୋଟେଲ୍ ବାହାରେ ଅନ୍ୟ ଜଣେ ମହିଳାଙ୍କୁ ବି ଗୁଳିମାଡ଼ କରାଯାଇଛି । ଗୁଳିବିନିମୟ ପରେ ପୋଲିସ ଅଭିଯୁକ୍ତ ଷ୍ଟେନଲିକୁ ଧରିବାରେ ସଫଳ ହୋଇଛି ।


ଏଥିସହ ପଢ଼ନ୍ତୁ: କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍‌ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ'


ଷ୍ଟେନଲି ୟୁଗେନେ ପୋଲିସର ଏନକାଉଣ୍ଟରରେ ଆହତ ହୋଇଥିବା ବେଳେ ତାକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ରେ ଆହତ ଅନ୍ୟ ମହିଳାଙ୍କୁ ବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜଣଙ୍କ ଉକ୍ତ ମୋଟେଲ୍‌ରେ ରହୁଥିଲେ ।


ଅଭିଯୁକ୍ତ ଜଣଙ୍କ ତାଙ୍କ ଛୁଆ ସହ ରହୁଥିଲେ ବୋଲି ପୋଲିସ କହିଛି । ଶୁକ୍ରବାର ଘଟଣା ଦିନ ମହିଳା ଜଣଙ୍କ ମୋଟେଲରୁ ତାଙ୍କ କାର୍ ନେଇ ଯିବାକୁ ବାହାରିଥିଲେ, ସେହି ସମୟରେ ଷ୍ଟେନଲି କାରକୁ ଗୁଳିମାଡ଼ କରିଥିଲା । ଆଉ ଗୁଳି ବାଜିଥିଲା ମହିଳାଙ୍କ ବେକରେ । ଗୁଳି ଶବ୍ଦ ଶୁଣି ରାକେଶ ବାହାରକୁ ଆସିଥିବା ବେଳେ ଷ୍ଟେନଲି ତାଙ୍କୁ ବି ଗୁଳି କରିଥିଲା ।

Related Topics

Explore more stories

Murder | Indian-Origin Motel Manager Shot Dead in Pittsburgh, USA | Argus News | Argus News Odia