Explosion Near Red Fort / ଦୋହଲିଗଲା ଦିଲ୍ଲୀ; ଲାଲକିଲ୍ଲା ମେଟ୍ରୋ ବାହାରେ କାର୍ ବିସ୍ଫୋରଣରେ ୮ ମୃତ
·4 months ago·2 min read

Key Points
ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ LNJP ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ LNJP ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେ ନେଇ ଅଧିକାରୀକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।
ବିସ୍ଫୋରଣରେ ୫ରୁ ୬ଟି କାର୍ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, "ବିସ୍ଫୋରଣ ବେଶ ଭୟଙ୍କର ଥିଲା । ପ୍ରଥମେ କାର୍ ବିସ୍ଫୋରଣ ପରେ ନିଆଁ ଅନ୍ୟ ଗାଡ଼ିକୁ ବ୍ୟାପି ଯାଇଥିଲା । ଯିଏ ଯେଉଁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଥିଲେ ।"
ଏଥିସହ ପଢ଼ନ୍ତୁ: ଲାଲକିଲ୍ଲା ନିକଟ ମେଟ୍ରୋ ଷ୍ଟେସନ୍ ବାହାରେ ବଡ଼ ବିସ୍ଫୋରଣ; ଜଣେ ମୃତ, ଜଳିଗଲା ୬ ଗାଡ଼ି
ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ଛିଡ଼ା ହୋଇଥିବା କାର୍ରୁ ବିସ୍ଫୋରଣ ହେବା ସହ ପାଖରେ ଥିବା ଅନ୍ୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ତେବେ, କାର୍ରେ କୌଣସି ବିସ୍ଫୋଟକ ଥିଲା ନା କାର୍ର ସିଏନଜି (CNG) ଟାଙ୍କି ଫାଟି ବିସ୍ଫୋରଣ ହୋଇଛି ସ୍ପଷ୍ଟ ହୋଇ ନାହିଁ ।
ବିସ୍ଫୋରଣ ପରେ ଦିଲ୍ଲୀ ଅଗ୍ନିଶମ ବାହିନୀ ସହ ପୋଲିସ ପହଞ୍ଚିଛି । ନିଆଁ ଲାଗିଥିବା ଗାଡ଼ି ଗୁଡ଼ିକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା କରୁଛି । ସ୍ଥାନୀୟ ଲୋକଙ୍କ ଅନୁସାରେ, "ବିସ୍ଫୋରଣ ପରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ମେଟ୍ରୋ ନିକଟରେ ରହୁଥିବା ଲୋକଙ୍କ ଘରର ଝରକା କାଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।"
ଏଥିସହ ପଢ଼ନ୍ତୁ: ଗୁଜରାଟରୁ ୩ ISIS ଆତଙ୍କବାଦୀ ଗିରଫ, ଦେଶବ୍ୟାପି ଆକ୍ରମଣ ପାଇଁ କରିଥିଲେ ଯୋଜନା
ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣ ପରେ ଦିଲ୍ଲୀ-ଏନସିଆର୍ରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଛାନଭିନ୍ ଆରମ୍ଭ କରିଛି । ଲାଲକିଲ୍ଲା ଅଞ୍ଚଳରେ ଦିଲ୍ଲୀ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର ସଠିକ୍ କାରଣ ଜଣାପଡ଼ି ନଥିବା ବେଳେ କେହି ନିଜକୁ ଦାୟୀ କରିନାହାନ୍ତି ।
ରବିବାର ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରିଥିଲା ଗୁଜରାଟ ଏଟିଏଏସ୍ । ୩ ISIS ଆତଙ୍କବାଦୀ ଧରାପଡ଼ିଥିଲେ । ଦୁଇ ଜଣ ଉତ୍ତରପ୍ରଦେଶର ହୋଇଥିବା ବେଳେ ଜଣେ ହାଇଦ୍ରାବାଦର ଥିଲେ । ଗିରଫ ହୋଇଥିବା ISISର ୩ ଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଦେଣନେଣ କରିବାକୁ ଗୁଜରାଟ ପହଞ୍ଚିଥିଲେ । ସେମାନଙ୍କ ଯୋଜନା ଥିଲେ ଦେଶବ୍ୟାପି ଆତଙ୍କବାଦୀ ଆକ୍ରମଣ କରିବା । ତେବେ ଦିଲ୍ଲୀ ବିସ୍ଫୋରଣ ସହ ଏହାର କୌଣସି ସମ୍ପର୍କ ଥିବା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories