Durgapur Chhath Puja Clash / ଛଟ୍ ପୂଜା ଚାନ୍ଦାକୁ ନେଇ ତୁମୁଳକାଣ୍ଡ! ୫୦୦ ଟଙ୍କା ବଦଳରେ ୩୦୦ ଦେବାରୁ ମାରପିଟ୍
·1 hour ago·2 min read

Key Points
ପଶ୍ଚିମବଙ୍ଗର ଦୁର୍ଗାପୁର ଲିଙ୍କ୍ ପାର୍କ ଅଞ୍ଚଳରେ ଛଟ୍ ପୂଜା ଚାନ୍ଦାକୁ ନେଇ ଦୁଇ ପକ୍ଷ ମଧ୍ୟରେ ମାରପିଟ୍ ହୋଇଛି। ୫୦୦ ଟଙ୍କା ବଦଳରେ ୩୦୦ ଟଙ୍କା ଦେବା ପ୍ରସ୍ତାବକୁ ନେଇ ବିବାଦ ବଢ଼ିଥିଲା। ଏଥିରେ ଏକ ଦୋକାନ ଭଙ୍ଗାରୁଜା ହୋଇଥିବାବେଳେ ପୋଲିସ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ତଦନ୍ତ ଜାରି ରହିଛି।
ଦେଶର ବିଭିନ୍ନ ସ୍ଥାନରେ ଏବେ ଛଟ୍ ପୂଜା ପର୍ବ ଆନନ୍ଦ ଉଲ୍ଲାସର ପାଳନ କରାଯାଉଛି। ହେଲେ ଛଟ୍ ପୂଜା ବେଳେ ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳରେ ଦୁଇ ପକ୍ଷ ହାତାହାତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ୫୦୦ ଟଙ୍କା ଚାନ୍ଦା ଦେବାକୁ ମନା କରିବା ଏବଂ ପରେ ୩୦୦ ଟଙ୍କା ଦେବାକୁ ନେଇ ମାରପିଟ୍ ସହ ଏକ ଦୋକାନରେ ଭଙ୍ଗାରୁଜା ହୋଇଥିା । ଏହି ଘଟଣା ପରେ ଘଟଣାସ୍ଥଳରେ ବହୁତ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଖବର ଅନୁଯାୟୀ ଦୁର୍ଗାପୁରର ଲିଙ୍କ ପାର୍କ ଅଞ୍ଚଳରେ ଛଟ୍ ପୂଜା ଘାଟ ପ୍ରସ୍ତୁତି ପାଇଁ କୁପନ୍ ବଣ୍ଟନ କରି କମିଟି ଦାନ ସଂଗ୍ରହ କରୁଥିଲା। ରିପୋର୍ଟ ଅନୁସାରେ ଯେ ପ୍ରତ୍ୟେକ ଛଟ୍ ପୂଜା ପାଇଁ ବ୍ୟବହୃତ ହେଉଥିବା 'ଡାଲା' ପାଇଁ ୫୦୦ ଟଙ୍କା ଦାବି କରାଯାଉଥିଲା। ଯାହାକୁ ନେଇ ବିବାଦ ହୋଇଥିବାର କୁହାଯାଉଛି।
କାହିଁକି ହୋଇଥିଲା ବିବାଦ?
ଏହି ସମୟରେ ଛଟ୍ ପୂଜା କମିଟି ସଦସ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୂଚନା ସଂଗ୍ରହ କରିବା ପାଇଁ ମନୀଷ ମୋଦି ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ। ଅଭିଯୋଗ ହୋଇଛି ଯେ ମନୀଷ ମୋଦି ୫୦୦ ଟଙ୍କା ବଦଳରେ ୩୦୦ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କମିଟି ସଦସ୍ୟ ଦିନେଶ ବରନୱାଲ, ମୁକେଶ ସିଂହ, ସୁରଜ ବରନୱାଲ ଏବଂ ଅନ୍ୟମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଯୁକ୍ତିତର୍କ ଧିରେ ଧିରେ ବଢ଼ିବାରେ ଲାଗିଲା। ଯାହା ପରେ ହାତହାତିର ରୂପ ନେଇଥିଲା। ଦେଖୁ ଦେଖୁ ଦୁଇ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଦୁର୍ଗାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଛି। ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ଏନେଇ ଦୁର୍ଗାପୁର ପୋଲିସ ପକ୍ଷରୁ କୁହାଯାଇଛି ଯେ ଚାନ୍ଦା ଦେବାକୁ ନେଇ ଘଟିଥିବା ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯାଉଛି। କିଏ ବିବାଦ ଆରମ୍ଭ କରିଥିଲା ଏବଂ ଭଙ୍ଗାରୁଜାରେ କିଏ କିଏ ସାମିଲ ରହିଥିଲା ତାହା ଜାଣିବା ପାଇଁ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।
ଖବର ମିଳିଛି ଯେ ସ୍ଥାନୀୟ କମିଟି ଛଟ ପୂଜା ସମୟରେ ଘାଟର ସାଜସଜ୍ଜା, ଆଲୋକୀକରଣ, ପରିମଳ, ବ୍ୟାରିକେଡିଂ ଏବଂ ସୁରକ୍ଷା ପାଇଁ ଚାନ୍ଦା ସଂଗ୍ରହ କରିଥାନ୍ତି। ଏହି ଦାନ ସାଧାରଣତଃ ସ୍ୱେଚ୍ଛାକୃତ ଭାବରେ ଦିଆଯାଏ, ଯାହାର କୌଣସି ନିର୍ଦ୍ଦିଷ୍ଟ ପରିମାଣ ନାହିଁ। ହେଲେ ତଥାପି ଅନେକ ଅଞ୍ଚଳରେ ଏକ କୁପନ୍ ସିଷ୍ଟମ୍ କାର୍ଯ୍ୟକାରୀ କରାଯାଇଛି।, ଯେଉଁଥିରେ ପ୍ରତି ପରିବାର କିମ୍ବା ପ୍ରତି ଡାଲା ପାଇଁ ୨୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଦେବାକୁ କୁହାଯାଏ। ଯାହାକୁ ନେଇ ବିବାଦ ହୋଇଥିବାର କୁହାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: