Bullet Bike Robbery / ସର୍ଭିସିଂ ସେଣ୍ଟରରୁ ଦାମୀ ବାଇକ୍ ଲୁଟ୍; ସ୍କୁଟି ଥୋଇ ବୁଲେଟ୍ ନେଇଗଲେ
·4 hours ago·2 min read

Key Points
ଚୋରା ସ୍କୁଟିରେ ଆସି ନୂଆ ବାଇକ୍ ଉଠାଇ ନେଲା
ସିସିଟିଭି ଫୁଟେଜ୍ ହେଉଛି ଭାଇରାଲ୍
ସିସିଟିଭି ଫୁଟେଜ୍ ହେଉଛି ଭାଇରାଲ୍
ଭୁବନେଶ୍ଵର: ସହରରେ ବଢ଼ିବାରେ ଲାଗିଛି ଚୋରଙ୍କ ପ୍ରାଦୁର୍ଭାବ। ଆଖି ପିଛୁଳାକେ ବାଇକ୍ ଚୋରି କରି ନେଉଛନ୍ତି ଶାତିର ଚୋର । ଗୋଟିଏ ଚୋରା ସ୍କୁଟିରେ ଆସି ଶୋ'ରୁମ୍ ସମ୍ମୁଖରୁ ଏକ ଦାମୀ ରୟାଲ୍ ଇନ୍ଫିଲ୍ଡ ବାଇକ୍ ନେଇ ଚମ୍ପଟ ମାରିଛି ଚୋର । ଏହି ସମ୍ପୂର୍ଣ୍ଣ ଚୋରିର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହାର ଏକ୍ସକ୍ଲୁସିଭ୍ ଫୁଟେଜ୍ ଏବେ ଆମର ହସ୍ତଗତ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ରବି ଟକିଜ୍ ଛକ ନିକଟରେ ଥିବା ଏକ ଗାଡ଼ି ଶୋ'ରୁମ୍ ସମ୍ମୁଖରୁ ।
ପଢନ୍ତୁ ଏହି ଖବର:
ରାଜଧାନୀରେ ବଡଧରଣର ମୋବାଇଲ୍ ଲୁଟେରା ଗ୍ୟାଙ୍ଗକୁ ବି ଗିରଫ କରାଯାଇଛି । ଏହି ଲୁଟେରା ମାନେ ଭିଡ ସମୟରେ ମୋବାଇଲ ନେଇ ଚମ୍ପଟ ମାରୁଥିଲେ । ବିଭିନ୍ନ ଥାନା ଅଧୀନରେ ଚାଲିଥିବା ଏକ ବଡ଼ ଅପରେସନରେ ୧୦୦ରୁ ଅଧିକ ଚୋରି ଫୋନ୍ ଜବତ କରାଯାଇଛି । ପୋଲିସ କମିଶନର ଅଫିସରେ ଅସଲି ମାଲିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଫୋନ୍ ଫେରସ୍ତ କରାଯାଉଛି ।
- ସ୍କୁଟି ବଦଳରେ ରୟାଲ୍ ଇନ୍ଫିଲ୍ଡ
- ରାଜଧାନୀରେ ମାତିଛନ୍ତି ବଞ୍ଜରା ଗ୍ୟାଙ୍ଗ
ପଢନ୍ତୁ ଏହି ଖବର:
ରାଜଧାନୀରେ ବଡଧରଣର ମୋବାଇଲ୍ ଲୁଟେରା ଗ୍ୟାଙ୍ଗକୁ ବି ଗିରଫ କରାଯାଇଛି । ଏହି ଲୁଟେରା ମାନେ ଭିଡ ସମୟରେ ମୋବାଇଲ ନେଇ ଚମ୍ପଟ ମାରୁଥିଲେ । ବିଭିନ୍ନ ଥାନା ଅଧୀନରେ ଚାଲିଥିବା ଏକ ବଡ଼ ଅପରେସନରେ ୧୦୦ରୁ ଅଧିକ ଚୋରି ଫୋନ୍ ଜବତ କରାଯାଇଛି । ପୋଲିସ କମିଶନର ଅଫିସରେ ଅସଲି ମାଲିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଫୋନ୍ ଫେରସ୍ତ କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories