Crime Against Women / ଦିବ୍ୟାଙ୍ଗ ଝିଅକୁ ୬ ମାସ ଧରି ବାପା କରୁଥିଲା ଦୁଷ୍କର୍ମ ! ମୁଖା ଖୋଲିଦେଲା DNA ଟେଷ୍ଟ
·5 months ago·2 min read

Key Points
ଶାରୀରିକ ଓ ମାନସିକ ଭାବେ ଅସହାୟ ଝିଅଟି... ନା କାହାରିକୁ କହି ପାରୁଥିଲା... ନା ନିଜକୁ ବଞ୍ଚାଇପାରୁଥିଲା । ଯେଉଁ ବାପାକୁ ଝିଅ ଭଗବାନ ବୋଲି ମାନୁଥିଲା, ସେହି ବାପା ହିଁ ଦିବ୍ୟାଙ୍ଗ ଝିଅର ଆଶା ଭରସାରେ ବିଷ ଭରିଦେଲା ।
ମୁମ୍ବାଇ: ଦୀର୍ଘ ଛଅ ମାସ ଧରି ନିଜ ଦିବ୍ୟାଙ୍ଗ ଝିଅ ଉପରେ ଚାଲିଥିଲା ନିର୍ମମ ଯୌନ ନିର୍ଯାତନା । ଶାରୀରିକ ଓ ମାନସିକ ଭାବେ ଅସହାୟ ଝିଅଟି... ନା କାହାରିକୁ କହି ପାରୁଥିଲା... ନା ନିଜକୁ ବଞ୍ଚାଇପାରୁଥିଲା । ନିଜ ଘର, ପରିବାର... ତା' ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ, ପାଲଟି ଯାଇଥିଲା ନର୍କ ।
ଯେଉଁ ବାପାକୁ ଝିଅ ଭଗବାନ ବୋଲି ମାନୁଥିଲା, ସେହି ବାପା ହିଁ ଦିବ୍ୟାଙ୍ଗ ଝିଅର ଆଶା ଭରସାରେ ବିଷ ଭରିଦେଲା । ମୂକ ବଧିର ଝିଅଟିର ମୁଣ୍ଡରେ ଲଗାଇଦେଲା କଳଙ୍କର ଟିକା । ଘଟଣା ସେତେବେଳେ ସାମ୍ନାକୁ ଆସିଲା... ଯେତେବେଳେ ନାତୁଣୀଙ୍କ ପେଟ ଯନ୍ତ୍ରଣା ହେବାରୁ ଜେଜେମାଆ ଜାଣିପାରିଲେ ଦିବ୍ୟାଙ୍ଗ ଝିଅ ଗର୍ଭବତୀ ଅଛି ।
ଏଥିସହ ପଢ଼ନ୍ତୁ: ଠେଙ୍ଗାମାଡ଼ରେ ମଧ୍ୟସ୍ଥି ମୃତ; ତୁଟାଇବାକୁ ଯାଇଥିଲେ ସ୍ଵାମୀ, ସ୍ତ୍ରୀ କଳି
ଦିବ୍ୟାଙ୍ଗ ଝିଅଟିକୁ ପରିବାର ଲୋକେ ମେଡିକାଲ୍ ନେଇ ଯାଇଥିଲେ । ପରୀକ୍ଷା ନୀରିକ୍ଷା ପରେ ଡାକ୍ତର କହିଲେ, ଝିଅ ୫ ମାସର ଗର୍ଭବତୀ । ମେଡିକାଲ୍ କର୍ତ୍ତୃପକ୍ଷ ଏନେଇ ପୋଲିସକୁ ଖବର ଦେଲେ । ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କଲା । ହେଲେ ଯୁବତୀଙ୍କ ବାପା କୌଣସି ଏତଲା ଦେବାକୁ ମନା କଲେ ।
ହେଲେ ପୋଲିସ ଓ ଡାକ୍ତରଙ୍କ କାଉନସେଲିଂ ପରେ ଏତଲା ପାଇଁ ରାଜି ହୋଇଥିଲେ ଦିବ୍ୟାଙ୍ଗ ଯୁବତୀ ଓ ପରିବାର । ଯୁବତୀଙ୍କ ଏତଲା କ୍ରମେ ପୋଲିସ ତଦନ୍ତ ଆରମ୍ଭ କଲା । ଦିବ୍ୟାଙ୍ଗ ଯୁବତୀଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତି ଓ ନାବାଳକଙ୍କୁ ପୋଲିସ ଗିରଫ କଲା ।
ଏଥିସହ ପଢ଼ନ୍ତୁ: ବିଦ୍ୟାଳୟରୁ ନିଖୋଜ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତଦେହ କୂଅରୁ ଉଦ୍ଧାର, ଦେହରେ ରହିଛି କ୍ଷତ ଚିହ୍ନ
ପୋଲିସର ସନ୍ଦେହ ବଢ଼ିବାରୁ ଗର୍ଭସ୍ଥ ଭ୍ରୂଣରୁ ନମୁନା ନେଇ ପୀଡ଼ିତାଙ୍କ ବାପା ସହ ୧୭ ଜଣଙ୍କ ଡିଏନଏ ଟେଷ୍ଟ କରାଯାଇଥିଲା । ଆଉ DNA ଟେଷ୍ଟ ରିପୋର୍ଟ ଆସିବା ପରେ ସତ ସମସ୍ତଙ୍କୁ ସ୍ତବ୍ଧ କରିଦେଲା । କାରଣ ୧୭ ଜଣଙ୍କ DNA ଟେଷ୍ଟ ହୋଇଥିବା ବେଳେ କେବଳ ଦିବ୍ୟାଙ୍ଗଙ୍କ ବାପାଙ୍କ ରିପୋର୍ଟ ଥିଲା ପଜିଟିଭ୍ ।
DNA ରିପୋର୍ଟ ସ୍ପଷ୍ଟ କରିଦେଲା, ଅପରାଧୀ କୌଣସି ଅଜଣା ବ୍ୟକ୍ତି ନୁହେଁ । ବରଂ ଝିଅର ନିଜ ପିତା । ଯାହାକୁ ଦିବ୍ୟାଙ୍ଗ ଝିଅଟି ଭଗବାନ ଭାବୁଥିଲା, ସେଇ ବାପା ହିଁ ତା’ର ଜୀବନକୁ ନର୍କ କରିଦେଲା । ମାର୍ଚ୍ଚରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୬ ମାସ ଧରି ଝିଅଟି ସହ ବାପା ଅପକର୍ମ କରି ଚାଲିଥିଲା । ମାମଲାରେ ପୋଲିସ ଝିଅର ବାପା ସହ ମୋଟ ୩ ଜଣଙ୍କୁ ଗିରଫ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories