Crime In Odisha / ଠେଙ୍ଗାମାଡ଼ରେ ମଧ୍ୟସ୍ଥି ମୃତ; ତୁଟାଇବାକୁ ଯାଇଥିଲେ ସ୍ଵାମୀ, ସ୍ତ୍ରୀ କଳି
·5 months ago·2 min read

Key Points
ଘରର ଚାରିକାନ୍ଥ ମଧ୍ୟରେ ଚାଲିଥିବା ସ୍ଵାମୀ, ସ୍ତ୍ରୀଙ୍କ ଝଗଡ଼ା ଜଣଙ୍କ ଜୀବନ ନେଇ ଯାଇଛି । ଦମ୍ପତିଙ୍କ କଳହ ତୁଟାଇବାକୁ ଆସିଥିବା ମଧ୍ୟସ୍ଥି ଠେଙ୍ଗାମାଡ଼ରେ ଟଳି ପଡ଼ିଛନ୍ତି ।
ସୋନପୁର: ଝଗଡ଼ା ସବୁ ପରିବାରରେ ଅଛି । ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ତ ଝଗଡ଼ା ସବୁ ଘରେ ଘରେ ହୁଏ । ଘରର ଚାରିକାନ୍ଥ ମଧ୍ୟରେ ଚାଲିଥିବା ସ୍ଵାମୀ, ସ୍ତ୍ରୀଙ୍କ ଝଗଡ଼ା ଜଣଙ୍କ ଜୀବନ ନେଇ ଯାଇଛି । ଦମ୍ପତିଙ୍କ କଳହ ତୁଟାଇବାକୁ ଆସିଥିବା ମଧ୍ୟସ୍ଥି ଠେଙ୍ଗାମାଡ଼ରେ ଟଳି ପଡ଼ିଛନ୍ତି ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁଡ଼ାପଡ଼ା ଗାଁରେ । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ କୁଡ଼ାପଡ଼ା ଗାଁର ପଞ୍ଚୁ କର୍ଣ୍ଣ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା ।
ଏଥିସହ ପଢ଼ନ୍ତୁ: ତୁଟାଇବାକୁ ଯାଇଥିଲେ ଶାଶୁବୋହୂ କଳି; ମାଡ଼ ଖାଇ ଚେତା ହରାଇଲେ ପିଉସୀ, ଚାଲିଗଲା ଜୀବନ
ସେହି ସମୟରେ ଗାଁର ଚନ୍ଦ୍ରକାନ୍ଥ ମଧ୍ୟସ୍ଥି ସାଜି ପଞ୍ଚୁ ଓ ତାଙ୍କ ପତ୍ନୀଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ । ହେଲେ କେହି ବୁଝିବାକୁ ରାଜି ନଥିଲେ । ଚନ୍ଦ୍ରକାନ୍ତ କାହିଁକି ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ପଶିଲେ କହି ଉତ୍କ୍ଷିପ୍ତ ହୋଇ ଉଠିଥିଲେ ପଞ୍ଚୁ ।
ଘର ଭିତରୁ ଏକ ଠେଙ୍ଗା ଆଣି ଚନ୍ଦ୍ରକାନ୍ତଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ଚନ୍ଦ୍ରକାନ୍ତ ତଳେ ପଡ଼ିଯିବା ପରେ ସ୍ତ୍ରୀ ଉପରେ ଥିବା ସବୁ ରାଗକୁ ପଞ୍ଚୁ ସେଇଠି ସାରି ଦେଇଥିଲେ । ଠେଙ୍ଗାରେ ପିଟି ପିଟି ଚନ୍ଦ୍ରକାନ୍ତଙ୍କୁ ରକ୍ତାକ୍ତ କରି ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ବିବାହ ପାଇଁ ଅରାଜି ହେବାରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସୁନୀଲ
ଗୁରୁତର ଅବସ୍ଥାରେ ଚନ୍ଦ୍ରକାନ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରକାନ୍ତ ଜଗଦଲା ଆଖି ବୁଜିଛନ୍ତି । ମୃତ ଚନ୍ଦ୍ରକାନ୍ତଙ୍କ ଭାଇ ଏନେଇ ବୀରମହାରାଜପୁର ଥାନାରେ ଏତଲା ଦେଇଛନ୍ତି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପଞ୍ଚୁ ଫେରାର୍ ଥିବା ଜଣାପଡ଼ିଛି ।
ଏହା ପୂର୍ବରୁ ଜଗତସିଂହପୁର ଜିଲ୍ଲା ଓଡ଼ିଶୋ ଗାଁରେ ଘଟିଥିଲା ଅନୁରୂପ ଘଟଣା । ଶାଶୁବୋହୂ ନିତିଦିନିଆ ପାରିବାରିକ କଳହରେ ଚାଲି ଯାଇଥିଲା ପିଉସୀ ଶାଶୁଙ୍କ ଜୀବନ । ପୁତୁରା ବୋହୂର ଗୋଟିଏ ଧକ୍କାରେ ପିଉସୀ ଶାଶୁ ବେହୋସ୍ ହୋଇ ପଡ଼ିଥିବା ବେଳେ ମେଡିକାଲ୍ରେ ଆଖି ବୁଜିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories