Videos
|
Crime

Crime In India / ଆଙ୍ଗୁଠି କାଟିଦେଲେ, ଛୁରୀରେ ଭୁସିଲେ, ନାବାଳକ ପୁଅ ସାମ୍ନାରେ ବାପାକୁ ନିର୍ମମ ହତ୍ୟା

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ଆଙ୍ଗୁଠି କାଟିଦେଲେ, ଛୁରୀରେ ଭୁସିଲେ, ନାବାଳକ ପୁଅ ସାମ୍ନାରେ ବାପାକୁ ନିର୍ମମ ହତ୍ୟା

Key Points

ଇମ୍ରାନ ନିଜର ଦୁଇ ପୁଅଙ୍କୁ ଧରି ବୁଲିବାକୁ ଆସିଥିଲେ । ଏହି ସମୟରେ ତାଙ୍କର ଅଟୋ ସାମ୍ନାରେ ଅଟକିଥିଲା ତାଙ୍କର କାର୍ । ସିଲ୍କ ମିଲ୍କ କଲୋନୀ ଅଞ୍ଚଳରେ ଅଟକିଥିଲା କାର । 

୨ ପୁଅ ସାମ୍ନାରେ ବାପାକୁ ନିର୍ମମ ହତ୍ୟା । ଜଣେ ଥିଲେ ନାବାଳକ ଆଉ ଜଣେ ୧୩ ବର୍ଷର ପୁଅ । ସେମାନଙ୍କ ସାମ୍ନାରେ ବାପାକୁ ଅତି ଘୃଣ୍ୟଭାବେ ଆକ୍ରମଣ କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀ ନଗରରେ ଥିବା ରେଲୱେ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି । ମୃତକ ବ୍ୟକ୍ତି ସାୟଦ ଇମ୍ରାନ ସଫିକ୍‌ ହେଉଛନ୍ତି ଜଣେ ଅଟୋ ଡ୍ରାଇଭର ।

ଇମ୍ରାନ ନିଜର ଦୁଇ ପୁଅଙ୍କୁ ଧରି ବୁଲିବାକୁ ଆସିଥିଲେ । ଏହି ସମୟରେ ତାଙ୍କର ଅଟୋ ସାମ୍ନାରେ ଅଟକିଥିଲା ତାଙ୍କର କାର୍ । ସିଲ୍କ ମିଲ୍କ କଲୋନୀ ଅଞ୍ଚଳରେ ଅଟକିଥିଲା କାର ।  ଏହି ସମୟରେ କାର ଭିତରୁ ୫ରୁ ୬ ଜଣ ବାହାରିଥିଲେ ଆଉ ସେହି ଅଟୋ ଡ୍ରାଇଭରଙ୍କୁ ଜୋର ଜବରଦସ୍ତ ଅଟୋରୁ ବାହାର କରିଥିଲେ । ଏକଦମ ଫିଲ୍ମ ଷ୍ଟାଇଲରେ ସେମାନେ କାରରୁ ବାହାରି ଅଟୋ ଡ୍ରାଇଭରଙ୍କୁ ଆକ୍ରମଣ କରିବାକୁ ଲାଗିଥିଲେ । 

ପରେପରେ ତାଙ୍କୁ ତାଙ୍କ ପିଲାଙ୍କ ଆଗରେ ପିଟିବାକୁ ଲାଗିଥିଲେ । ନିଜକୁ ରକ୍ଷା କରିବା ପାଇଁ ଡ୍ରାଇଭର ସେମାନଙ୍କ ହାତରେ ଥିବା ଅସ୍ତ୍ର ଛଡାଇବାକୁ ଲାଗିଥିଲେ । ହେଲେ ସେହି ଦୁର୍ବୃତ୍ତମାନେ ଜୋର ଜବରଦସ୍ତ ଡ୍ରାଇଭରର ହାତ ଆଙ୍ଗୁଠିକୁ କାଟି ଦେଇଥିଲେ । ହାତର ପାପୁଲିକୁ କାଟି ଦେଇଥିଲେ । ଆଉ ବାରମ୍ବାର ତାଙ୍କର ମୁଣ୍ଡ ଆଉ ବେକରେ ଦେଇଥିଲେ ଗଭୀର ପାହାର ।

ଅଧିକ ପଢନ୍ତୁ : ମିଛ କେସ୍‌ରେ ଫସାଇଲେ, ପୁଣି ପିଟିଲେ, ଡିଭୋର୍ସ ନଦେଇ ଝିଅକୁ କରାଇଲେ ଦ୍ଵିତୀୟ ବିବାହ


ତାପରେ ତାଙ୍କୁ ବାରମ୍ବାର ଛୁରୀ ଭୁସି ଓଭର ବ୍ରିଜ ତଳେ ଫୋପାଡି ଚାଲି ଯାଇଥିଲେ । ତେବେ ଘଟଣା ପୋଲିସ ଅଧିନରେ ରହିଛି । ପୋଲିସ ମୁତାବକ, କୌଣସି ପୂର୍ବ ଶତ୍ରୁତାକୁ ନେଇ ସେମାନେ ଏପରି ଆକ୍ରମଣ କରିଛନ୍ତି । ତେବେ ଘଟଣା ଘଟିବାର ୯ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆହୁରି ମଧ୍ୟ ପୋଲିସ କହିଛି ଯେ, ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ହେଲେ ମୁଜୀବଙ୍କ ଭାଇ ସଦ୍ଦାମ ହୁସେନ ମୋଇନୁଦ୍ଦିନ ଏବଂ ତାଙ୍କ ଶଳା ଶେଖ ଇରଫାନ ଶେଖ ସୁଲେମାନ।

Related Topics

Explore more stories