Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ବେଆଇନ୍ ଦେଶୀ ବନ୍ଧୁକ ଉପରେ ପୋଲିସର ନଜର; ୭ ମାସରେ ୨୫ରୁ ଅଧିକ ବନ୍ଧୁକ ଜବତ, ୩୭ ଗିରଫ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ବେଆଇନ୍ ଦେଶୀ ବନ୍ଧୁକ ଉପରେ ପୋଲିସର ନଜର; ୭ ମାସରେ ୨୫ରୁ ଅଧିକ ବନ୍ଧୁକ ଜବତ, ୩୭ ଗିରଫ

Key Points

ଗତ ୭ ମାସରେ ଭଞ୍ଜନଗର ସହ ବୁଗୁଡ଼ା ଅନ୍ୟ ଥାନା ଅଞ୍ଚଳରୁ ୨୫ରୁ ଅଧିକ ବନ୍ଧୁକ ଜବତ କରାଯାଇଥିବା ବେଳେ ୩୭ ଜଣ ଗିରଫ ହୋଇଥିବା ଭଞ୍ଜନଗର ଏସଡିପିଓ ସୂଚନା ଦେଇଛନ୍ତି ।
ଭଞ୍ଜନଗର (ଗଞ୍ଜାମ): ବନ୍ଧୁକ ରଖିଛନ୍ତି କିନ୍ତୁ ଲାଇସେନ୍ସ ନାହିଁ । ଆଉ ମିଳିବନି ତ୍ରାହି । ପୋଲିସ ତିଆରି କରିଛି ତାଲିକା, ଖୁବଶୀଘ୍ର ବାନ୍ଧିବ । ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି ପରେ ଆହୁରି କଠୋର ହୋଇଛି ପୋଲିସ । ଗଞ୍ଜାମ ଜିଲ୍ଲାରେ ବଢ଼ୁଥିବା ବେଆଇନ୍ ବନ୍ଧୁକ କାରବାର ଉପରେ ରୋକ୍ ଲଗାଇବାକୁ ପୋଲିସ ଅଣ୍ଟା ଭିଡ଼ିଛି ।

ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ପୋଲିସ ସବ୍-ଡିଭିଜନରେ ବେଆଇନ୍ ବନ୍ଧୁକ ରଖିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଗତ ୭ ମାସରେ ଭଞ୍ଜନଗର ସହ ବୁଗୁଡ଼ା ଅନ୍ୟ ଥାନା ଅଞ୍ଚଳରୁ ୨୫ରୁ ଅଧିକ ବନ୍ଧୁକ ଜବତ କରାଯାଇଥିବା ବେଳେ ୩୭ ଜଣ ଗିରଫ ହୋଇଥିବା ଭଞ୍ଜନଗର ଏସଡିପିଓ ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଉପନିର୍ବାଚନ ହେଲେ ବିକ୍ରମ ପଣ୍ଡା ବିଧାୟକ ହେବା ଆଶା ହିଁ ପୀତବାସ ପଣ୍ଡା ହତ୍ୟାର କାରଣ: ଏସ୍‌ପି

ଗୁରୁବାର ପାଟ୍ରୋଲିଂ ବେଳେ ଭଞ୍ଜନଗର ୨ଟି ବନ୍ଧୁକ ସହ ଗୁଳି ଜବତ କରିଛି । ସୁରାଦେବୀ ମନ୍ଦିର ନିକଟରୁ ପୋଲିସ ୨ ଅଭିଯୁକ୍ତଙ୍କ ସହ ୨ଟି ବନ୍ଧୁକ ଧରିଛି । ମନ୍ଦିର ନିକଟରେ ଶଙ୍କର ସ୍ଵାଇଁ ଓ ପିଣ୍ଟୁ ସ୍ଵାଇଙ୍କୁ ପୋଲିସ ବନ୍ଧୁକ ଓ ଗୁଳି ଧରିଥିଲା । ସେମାନଙ୍କୁ ପଚରା ଉଚରା ପରେ ପୋଲିସ ବନ୍ଧୁକ ସପ୍ଲାୟର ଦିବାକର ପଟ୍ଟନାୟକଙ୍କୁ ଗିରଫ କରିଛି । ଦିବାକରର ଘର ଭେଜିପୁଟ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ଗତ ମେ ମାସ ୨୭ ତାରିଖରେ ମଧ୍ୟ ପୋଲିସ ୫ ବନ୍ଧୁକ ଜବତ କରିବା ସହ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଜିଲୁଣ୍ଡି ତାରିଣୀ ମନ୍ଦିରରେ ଅପରାଧିକ ଷଡ଼ଯନ୍ତ୍ର ବେଳେ ମାଡ଼ି ବସିଥିଲା ପୋଲିସ । ୯ ଜଣଙ୍କ ହାତରେ ହାତକଡ଼ି ପିନ୍ଧାଇବା ସହ ସେମାନଙ୍କ ଠାରୁ ୫ଟି ବନ୍ଧୁକ ଜବତ କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ୨୭ ସକାଳେ ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଅଗଷ୍ଟ ୨ ତାରିଖରେ ଜାମପଲ୍ଲି ଛକ ନିକଟ କରଞ୍ଜେଇ ମନ୍ଦିର ନିକଟରେ ପୋଲିସକୁ ମିଳିଥିଲା ସଫଳତା । ଗୁଳି କରି ହତ୍ୟା ଉଦ୍ୟମ ବେଳେ ପୋଲିସ ପହଞ୍ଚି ବନ୍ଧୁକ ସହ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା । ଗଞ୍ଜାମ ଜିଲ୍ଲା ସହ ଭଞ୍ଜନଗର ପୋଲିସ ଉପଖଣ୍ଡରେ ବନ୍ଧୁକ କାରବାର ସହ ଅପରାଧ ବଢ଼ୁଥିବା ବେଳେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଏସଡିପିଓ ଦୀପକ ମିଶ୍ର କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ganjam Police Tighten Crackdown on Illegal Firearms After Gun Attack | Argus News | Argus News