Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Bank Firing / ଦୀର୍ଘ ଦିନ ହେଲା ଛୁଟି ମାଗୁଥିଲେ ଗାର୍ଡ; ନ ଦେବାରୁ ବ୍ୟାଙ୍କ ମ୍ୟାନେଜରଙ୍କ ଛାତିକୁ କଲେ ଗୁଳିମାଡ଼

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଦୀର୍ଘ ଦିନ ହେଲା ଛୁଟି ମାଗୁଥିଲେ ଗାର୍ଡ; ନ ଦେବାରୁ ବ୍ୟାଙ୍କ ମ୍ୟାନେଜରଙ୍କ ଛାତିକୁ କଲେ ଗୁଳିମାଡ଼
Guard Shoots Manager

Key Points

ବାଗପତ ବାସିନ୍ଦା ରବୀନ୍ଦ୍ର ହୁଡ୍ଡା ଦୀର୍ଘ ଦିନ ହେଲା ଛୁଟି ମାଗୁଥିଲେ । ଯାହାକୁ ନେଇ ବ୍ୟାଙ୍କ ମ୍ୟାନେଜର ଅଭିଷେକ ଶର୍ମାଙ୍କ ସହ ତାଙ୍କର ବିବାଦ ହୋଇଥିଲା । ଯାହାକୁ ନେଇ ରବୀନ୍ଦ୍ର ହୁଡ୍ଡା, ଅଭିଷେକଙ୍କୁ ଗୁଳିମାଡ଼ କରିଛନ୍ତି ।
ନୂଆଦିଲ୍ଲୀ: ଛୁଟି ମାଗୁଥିଲେ ଗାର୍ଡ, ଗଡ଼େଇ ଆସୁଥିଲେ ମ୍ୟାନେଜର । ଶେଷରେ ଧୈର୍ଯ୍ୟ ଭାଙ୍ଗିଲା, ବନ୍ଧୁକରୁ ଗୁଳି ଫୁଟିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ । ଏକ ଘରୋଇ ବ୍ୟାଙ୍କର ମ୍ୟାନେଜରଙ୍କୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ ।

ଗାଜିଆବାଦର ଲୋନି ବର୍ଡର ଥାନା ଅଞ୍ଚଳରେ ଏହି ଗୁଳିମାଡ଼ ହୋଇଛି । ବଳରାମ ନଗରରେ ଥିବା ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ମ୍ୟାନେଜରଙ୍କୁ ଗୁଳିମାଡ଼ କରିଛନ୍ତି ଗାର୍ଡ । ଗୁରୁତର ଅବସ୍ଥାରେ ମ୍ୟାନେଜରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ରିଲ୍ କରିବା ବେଳେ ଭୟଙ୍କର ଦୁର୍ଘଟଣା: ନିଜକୁ ଗୁଳି କରି ଚାଲିଗଲା ଯୁବକଙ୍କ ଜୀବନ

କାହିଁକି ମାରିଲେ ଗୁଳି ?

ମିଳିଥିବା ସୂଚନା ଅନୁସାରେ, ସୋମବାର ଦ୍ଵି-ପ୍ରହର ଗୋଟାଏ ୪୫ ସମୟରେ ସୁରକ୍ଷାକର୍ମୀ ରବୀନ୍ଦ୍ର ହୁଡ୍ଡା, ବ୍ୟାଙ୍କ ମ୍ୟାନେଜର ଅଭିଷେକ ଶର୍ମାଙ୍କୁ ଗୁଳିମାଡ଼ କରିଛନ୍ତି । ସେହି ସମୟରେ ବ୍ୟାଙ୍କରେ ଥିବା ଗ୍ରାହକ କହିଛନ୍ତି, ମ୍ୟାନେଜରଙ୍କ ଛାତିରେ ଗୁଳି ବାଜିଛି । ମ୍ୟାନେଜରଙ୍କୁ ବାଇକ୍‌ରେ ବସାଇ ହସ୍ପିଟାଲ୍ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିଲା । ପରେ ଅଭିଷେକଙ୍କ ମୃତ୍ୟୁ ହୋଇଛି ।

ଛୁଟି ପାଇଁ ଗୁଳିମାଡ଼

ଏସ୍‌ପି ଜ୍ଞାନ ପ୍ରକାଶ ରାୟ କହିଛନ୍ତି, ବାଗପତ ବାସିନ୍ଦା ରବୀନ୍ଦ୍ର ହୁଡ୍ଡା ଦୀର୍ଘ ଦିନ ହେଲା ଛୁଟି ମାଗୁଥିଲେ । ଯାହାକୁ ନେଇ ବ୍ୟାଙ୍କ ମ୍ୟାନେଜର ଅଭିଷେକ ଶର୍ମାଙ୍କ ସହ ତାଙ୍କର ବିବାଦ ହୋଇଥିଲା । ଯାହାକୁ ନେଇ ରବୀନ୍ଦ୍ର ହୁଡ୍ଡା, ଅଭିଷେକଙ୍କୁ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ ପର ଠାରୁ ରବୀନ୍ଦ୍ର ଫେରାର୍ ରହିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା ।

ଏଥିସହ ପଢ଼ନ୍ତୁ: ଜନ୍ମ କଲା ମାଆ ସାଜିଲା ରାକ୍ଷସୀ; କପଡ଼ା ପାଇଁ ହେଲା ଏତେ ନିଷ୍ଠୁର

ବିଳମ୍ବିତ ସନ୍ଧ୍ୟାରେ ରବୀନ୍ଦ୍ରଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ୨୦୧୮ ମସିହାରେ ରବୀନ୍ଦ୍ର ହୁଡ୍ଡା ସେନାରୁ ଅବସର ନେଇଥିଲେ । ସୋମବାର ଆସିବେ ନାହିଁ ବୋଲି କହିଥିଲେ ରବୀନ୍ଦ୍ର । କିନ୍ତୁ ଦ୍ଵି-ପ୍ରହରରେ ହଠାତ୍ ବ୍ଯାଙ୍କରେ ପହଞ୍ଚିବା ସହ ନିଜ ରାଇଫଲ୍‌ରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bank Manager Shot by Guard Over Leave Dispute in Ghaziabad | Argus News | Argus News