Crime News / ଜନ୍ମ କଲା ମାଆ ସାଜିଲା ରାକ୍ଷସୀ; କପଡ଼ା ପାଇଁ ହେଲା ଏତେ ନିଷ୍ଠୁର
·4 months ago·2 min read

Key Points
ମାତ୍ର ୧୪ ମାସର ଝିଅ ଦୁନିଆ ତ ଦୂର କଥା ଜୀବନ କ'ଣ ବୁଝି ନଥିଲା । ମାଆ କୋଳରେ ବଢୁଥିବା ଛୁଆକୁ ସେହି ମାଆ ହିଁ ଅତି ନିଷ୍ଠୁର ଭାବେ ମାରି ଦେଇଛି ।
ହାଇଦ୍ରାବାଦ: ପାଦେ ଚାଲିଲେ ଥକ୍କି ପଡ଼ୁଥିଲା, ମାଆକୁ ଦେଖିଲେ ତାକୁ ଜୀବନ ମିଳିବା ଭଳି ଲାଗୁଥିଲା । ମାତ୍ର ୧୪ ମାସର ଝିଅ ଦୁନିଆ ତ ଦୂର କଥା ଜୀବନ କ'ଣ ବୁଝି ନଥିଲା । ମାଆ କୋଳରେ ବଢୁଥିବା ଛୁଆକୁ ସେହି ମାଆ ହିଁ ଅତି ନିଷ୍ଠୁର ଭାବେ ମାରି ଦେଇଛି ।
ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ହାଇଦ୍ରାବାଦର ରିସାଲା ବଜାର ଅଞ୍ଚଳରେ । ଗୋଲକୋଣ୍ଡା ପୋଲିସ ଥାନା ଅଞ୍ଚଳରେ ମାଆ ତାର ୧୪ ମାସର ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ରମଜାନ କପଡ଼ା କିଣାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କପଡ଼ା ପାଇଁ ହୋଇଥିବା କଳହ ବିବାଦର ରୂପ ନେଇଥିଲା । ଆଉ ତା'ପରେ ଜନ୍ମ କଲା ମାଆ ୧୪ ମାସର ଝିଅ ସହ ଯାହା କଲା ତାକୁ ନେଇ ସ୍ତବ୍ଦ ସମଗ୍ର ଅଞ୍ଚଳ ।
ଏଥିସହ ପଢ଼ନ୍ତୁ: ବାହାଘର ଭାଙ୍ଗିବା ପରେ ଯୁବକ କଲେ ଏପରି କାମ ଶୁଣିଲେ ଉଡ଼ିଯିବ ହୋସ୍
ସୂଚନା ଅନୁସାରେ, ମହିଳା ଜଣଙ୍କ ନାଁ ଗୌସିଆ ବେଗମ । ସ୍ଵାମୀଙ୍କ ସହ ରମଜାନ କପଡ଼ାକୁ ନେଇ ଗୌସିଆ ବେଗମ ଏଭଳି ପଦକ୍ଷେପ ନେବେ ବୋଲି କେହି କଳ୍ପନା ବି କରି ନଥିଲେ । ଅଭିଯୋଗ ଅନୁସାରେ, ନିଜର ୧୪ ମାସର ଝିଅକୁ ତକିଆ ଦବାଇ ମାରି ଦେଇଛି ମାଆ । ତକିଆରେ ଅଣନିଶ୍ଵାସୀ ହୋଇ ଶିଶୁଟିର ଜୀବନ ଚାଲି ଯାଇଛି ।
ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି । ପଡ଼ୋଶୀ ଓ ସ୍ଥାନୀୟ ଲୋକ ଏହି ଘଟଣାକୁ ଚକିତ ହୋଇ ଯାଇଛନ୍ତି । କେହି ବି ଭାବି ପାରୁନାହାନ୍ତି ଜଣେ ମାଆ କ'ଣ ନିଜ ଛୁଆ ସହ କେବେ ଏମିତି କରିପାରେ ।
ଏଥିସହ ପଢ଼ନ୍ତୁ: ମାଛ ପାଇଁ ମୁଥ ମାରିଲେ, ମୁଣ୍ଡକୁ ପଥରରେ ଛେଚି ସାଙ୍ଗକୁ ମାରିଦେଲେ
୧୪ ମାସର ଛୁଆକୁ ତକିଆ ଦବାଇ ମାରିଦେବା ଖବର ମିଳିବା ପରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, "ରମଜାନ କପଡ଼ା କିଣିବାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ମହିଳା ଜଣଙ୍କ ଏଭଳି ପଦକ୍ଷେପ ନେଇଛନ୍ତି । ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ମାମଲା ଉପରୁ ପରଦା ଉଠିବ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories