Videos
|
Crime

Murder Mystery / Western Styleରେ ପ୍ରପୋଜ୍ କରିବାକୁ କହି ପ୍ରେମିକର ଜୀବନ ନେଇଗଲା ପ୍ରେମିକା

Banajyotshna Ray
Browse all articles by Banajyotshna Ray
·4 months ago·2 min read
Western Styleରେ ପ୍ରପୋଜ୍ କରିବାକୁ କହି ପ୍ରେମିକର ଜୀବନ ନେଇଗଲା ପ୍ରେମିକା
Murder Mystery

Key Points

ଉଲଗ୍ନ କଲା, ହାତଗୋଡ଼ ବାନ୍ଧିଦେଲା
ପ୍ରେମିକର ଜୀବନ ନେଇଗଲା ପ୍ରେମିକା
ଭାଇରାଲ ହେଉଛି ଏ ଖବର
ପ୍ରେମ ଏକ ଭାବନାକୁ ବୁଝାଇଥାଏ। ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । କିନ୍ତୁ ଏହି ପ୍ରେମ ବି କେତେ ଭୟଙ୍କର ହୋଇପାରେ, ତାର ଏକ ଉଦାହରଣ ସାମ୍ନାକୁ ଆସିଛି । କିନ୍ତୁ ଜଣେ ୨୭ ବର୍ଷୀୟ ଯୁବତୀ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି । ପାଶ୍ଚାତ୍ୟ ଶୈଳୀରେ ପ୍ରେମ ନିବେଦନ କରିବାକୁ କହି, ପ୍ରେମିକକୁ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଛି ପ୍ରେମିକା ।ଏହି ଖବର ପଢ଼ିବା ପରେ ଆପଣ ଭାବିବେ, ପ୍ରେମର ଏଭଳି ଏକ ଅନ୍ତ ହୋଇପାରେ ? ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା । ଯାହା ଅତି ଜଘନ୍ୟ, ହୃଦୟ ବିଦାରକ । ଲୋମ ଟାଙ୍କୁରି ଗଲା ଭଳି ଘଟଣା, ଶୁଣିଲେ ବିଶ୍ବାସ କରିବା ବି କଷ୍ଟ ।

ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, କିରଣ ପ୍ରତାରଣା କରୁଥିବା ସନ୍ଦେହରେ ପ୍ରେମା ତାଙ୍କୁ ହତ୍ୟା କରିଛି । ପ୍ରେମା ଏବେ ଜେଲରେ ଥିବା ବେଳେ, ବିଭିନ୍ନ ଦିଗ ଉପରେ ଧ୍ୟାନ ଦେଇ ପୋଲିସ ତଦନ୍ତ କରୁଛି । ସେପଟେ କିରଣଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ଫରେନ୍ସିକ ଟିମର ରିପୋର୍ଟ ଆଧାରରେ ପୋଲିସ ଖିଅ ଖୋଜିବାକୁ ଚେଷ୍ଟା କରୁଛି । କିରଣଙ୍କୁ ପ୍ରେମା କାହିଁକି ହତ୍ୟା କଲା, ତା ପଛର ପ୍ରକୃତ କାରଣ କଣ ଜାଣିବାକୁ ଚାଲିଛି ତଦନ୍ତ ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ବାୟାଦରହାଲି ଅଞ୍ଚଳରେ ଘଟିଛି । ପ୍ରେମିକା ହେଉଛି ୨୭ ବର୍ଷୀୟା ପ୍ରେମା ଏବଂ ହତଭାଗ୍ୟ ପ୍ରେମିକର ନାଁ କିରଣ । କିରଣଙ୍କୁ ପ୍ରେମା ଫୋନ୍ କରି କହିଥିଲା, ଘରେ କେହି ନାହାନ୍ତି । ରାଜାଜୀନଗରରେ ପ୍ରେମା ସହ ମୋବାଇଲ ଷ୍ଟୋରରେ କାମ କରୁଥିବା କିରଣ, ପ୍ରେମିକା କଥାକୁ ବିଶ୍ବାସ କରି ତା ଘରକୁ ଆସିଥିଲେ । କିନ୍ତୁ ସେ ଜାଣିନଥିଲେ, ତାଙ୍କର ଏହି ସାକ୍ଷାତ ଶେଷ ସାକ୍ଷାତ ହେବ । ପ୍ରେମା ପାଖରେ ପହଞ୍ଚିବା ବେଳେ, ପରିବେଶ ପୂରା ରୋମାଣ୍ଟିକ ଥିଲା । ପ୍ରେମା ପାଶ୍ଚାତ୍ୟ ଶୈଳୀରେ ପ୍ରପୋଜ୍ କରିବାକୁ ଚାହୁଁଛି ବୋଲି କିରଣଙ୍କୁ କହିଥିଲା ।

ଏଥିସହ ପଢ଼ନ୍ତୁ: ରୋଷଣି କରି ଯାଉଥିଲା ବର; ହଠାତ୍ ହେଲା ଗୁଳିମାଡ଼

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଘଟଣାସ୍ଥଳରେ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, କିରଣ ନିଜକୁ ନିଆଁ ଲଗାଇ ନାହାନ୍ତି । ଘଟଣାସ୍ଥଳରୁ ସେଭଳି କିଛି ଉପକରଣ ପାଇନଥିଲା ପୋଲିସ । ତେବେ ପ୍ରେମା ଯୋଜନାବଦ୍ଧ ଭାବରେ କିରଣଙ୍କୁ ହତ୍ୟା କରିଛି ବୋଲି ପୋଲିସ ସନ୍ଦେହ କରୁଛି ।

.କେମିତି କରିଥିଲା ହତ୍ୟା ?

Western Style Propose ଆଳରେ ପ୍ରେମା, କିରଣଙ୍କୁ ପୋଷାକ ଖୋଲିବାକୁ କହିଥିଲା । ଏହା ପରେ କିରଣର ହାତ ଗୋଡ ବାନ୍ଧି ଦେଇଥିଲା ପ୍ରେମା । କିନ୍ତୁ କିରଣ ପଚାରିଥିଲେ, ଏତେ ଜୋରରେ କାହିଁକି ବାନ୍ଧୁଛ ? ପ୍ରେମା ହସି ହସି ଉତ୍ତର ଦେଇଥିଲା, ଏହା ପ୍ରେମ ନିବେଦନର ଏକ ତରିକା । ଏହା ପରେ ହଠାତ, ପରିସ୍ଥିତି ବଦଳି ଯାଇଥିଲା । ପ୍ରେମା, କିରଣଙ୍କ ଉପରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲା । କିରଣ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ, କିନ୍ତୁ ତାଙ୍କୁ କେହି ସାହାଯ୍ୟ କରିବାକୁ ଆସିନଥିଲେ ।

ଘଟଣା ସଂପର୍କରେ ଜାଣିବା ପରେ ପୋଲିସ ପ୍ରେମାକୁ ପଚରା ଉଚରା କରିଥିଲା । ପ୍ରେମା କହିଥିଲା, ସେ ବାଥରୁମରେ ଥିବା ବେଳେ ବିସ୍ଫୋରଣ ଶବ୍ଦ ଶୁଭିଥିଲା । କିରଣ ନିଜ ଦେହରେ ନିଜେ ନିଆଁ ଲଗାଇଦେଇଥିଲେ ବୋଲି ପ୍ରେମା କହିଥିଲା । ଏହା ପରେ ଅନେକ ସମୟରେ ପ୍ରେମା ନିଜର ବୟାନ ବଦଳାଇଥିଲା ।

ଅଧିକ ପଢ଼ନ୍ତୁ ଅପରାଧ ଖବର:

Related Topics

Explore more stories