Barat Firing Shock / ରୋଷଣି କରି ଯାଉଥିଲା ବର; ହଠାତ୍ ହେଲା ଗୁଳିମାଡ଼
·2 months ago·2 min read

Key Points
ବିବାହ ଶୋଭାଯାତ୍ରାରେ ବରକୁ ଲକ୍ଷ୍ୟ କରି ହଠାତ୍ ଗୁଳିମାଡ଼ ହୋଇଛି । ଗହଳି ଭିତରେ ସୌଭାଗ୍ୟକୁ ବର ଦେହରେ ଗୁଳି ନ ବାଜି ବାଜିଛି ବରଯାତ୍ରୀଙ୍କ ଦେହରେ ।
ଅନୁଗୋଳ: ଆଗେ ଆଗେ ବରଯାତ୍ରୀ, ପଛେ ପଛେ ବର । ଡିଜେରେ ତାଳେ ତାଳେ ସମସ୍ତେ ଆଗକୁ ବଢ଼ୁଥିଲେ । ବିବାହକୁ ନେଇ ସମସ୍ତେ ଉତ୍ସାହିତ ବି ଥିଲେ । ବିବାହ ଶୋଭାଯାତ୍ରାରେ ବରକୁ ଲକ୍ଷ୍ୟ କରି ହଠାତ୍ ଗୁଳିମାଡ଼ ହୋଇଛି । ଗହଳି ଭିତରେ ସୌଭାଗ୍ୟକୁ ବର ଦେହରେ ଗୁଳି ନ ବାଜି ବାଜିଛି ବରଯାତ୍ରୀଙ୍କ ଦେହରେ ।
ବିଳମ୍ବିତ ରାତିରେ ବିବାହ ଶୋଭାଯାତ୍ରାରେ ଏଭଳି ଗୁଳିକାଣ୍ଡ ହୋଇଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ । ସୂଚନା ଅନୁସାରେ, ବରକୁ ଟାର୍ଗେଟ୍ କରି ଦୁଇଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ଯେଉଁଥିରେ ୨ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବରଯାତ୍ରୀଙ୍କୁ ବୌଦ୍ଧ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଅଫିସ୍ କ୍ରେଡିଟ୍ କାର୍ଡରୁ ୨୭ ଲକ୍ଷ ଖର୍ଚ୍ଚ କଲେ ଇଞ୍ଜିନିୟର୍; ମାଗିବାରୁ ବସ୍ଙ୍କୁ ପଠାଇଲେ ଅଶ୍ଳୀଳ ଫଟୋ
ସୂଚନା ଅନୁଯାୟୀ, ବେଲପୁଞ୍ଜି ଗାଁକୁ ଶୋଭାଯାତ୍ରାରେ ଆସୁଥିଲା ବର । ବରଯାତ୍ରୀ ଦଳ ବୌଦ୍ଧରୁ ଆଠମଲ୍ଲିକ ବେଲପୁଞ୍ଜି ଗାଁକୁ ଆସୁଥିଲେ । ରୋଷଣି କରି ବର ଆସୁଥିବା ବେଳେ ହଠାତ୍ ଦୁଇଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ପହଞ୍ଚି ବରକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ ।
ସୌଭାଗ୍ୟକ ଗୁଳି ବର ଦେହରେ ବାଜି ନଥିଲା । ଗୁଳି ଯାଇ ବାଜିଥିଲେ ୨ ଜଣ ବରଯାତ୍ରୀଙ୍କ ଦେହରେ । ଗୁଳିମାଡ଼ରେ ଗୁରୁତର ହୋଇଥିବା ୨ ଜଣ ବରଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୌଦ୍ଧ ମେଡିକଲ୍କୁ ନିଆଯାଇଛି । ଗୁଳିମାଡ଼ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଏଥିସହ ପଢ଼ନ୍ତୁ: ଚପଲ କିଣିଦେବା ବାହାନାରେ ନାବାଳିକାଙ୍କ ସହ ନିର୍ମମ କାଣ୍ଡ; ଦୋଷୀକୁ ୨୦ ବର୍ଷ ଜେଲ୍
ଭୟଭୀତ ନହୋଇ ବରଯାତ୍ରୀ ସାହସର ସହ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ଅନ୍ୟ ଜଣକୁ ବରଯାତ୍ରୀମାନେ ଧରି ନେବା ସହ ବାନ୍ଧି ମାଡ଼ ମାରିଥିଲେ । ପରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ପଚରାଉଚରା କରୁଛି ।
ତେବେ କେଉଁ କାରଣରୁ ଏହି ଗୁଳିକାଣ୍ଡ ଘଟିଲା ? ବର ସହ ସେମାନଙ୍କର କି ଶତ୍ରୁତା ଥିଲା ? ବ୍ୟକ୍ତିଗତ ଶତ୍ରୁତାରୁ ଗୁଳିମାଡ଼ ହୋଇଛି ନା କିଏ ସୁପାରି ଦେଇଥିଲା ? ସେ ନେଇ ପୋଲିସ ଖୋଳତାଡ଼ କରୁଛି । ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଆଠମଲ୍ଲିକ ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories