Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Love Dhoka / ଡେଡ୍‌ଲି ପ୍ରେମିକାର ସାଂଘାତିକ କମ୍ବିନେସନ୍‌, ପ୍ରଥମେ ଖାଦ୍ୟ ତାପରେ ପାନୀୟ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
ଡେଡ୍‌ଲି ପ୍ରେମିକାର ସାଂଘାତିକ କମ୍ବିନେସନ୍‌, ପ୍ରଥମେ ଖାଦ୍ୟ ତାପରେ ପାନୀୟ !

Key Points

ପାଠପଢ଼ାରୁ ଆରମ୍ଭ କରି କମ୍ପିଟେଟିଭ୍‌ ପ୍ରସ୍ତୁତି ପାଇଁ.. କୁଆଡ଼େ ସବୁ ଖର୍ଚ୍ଚ ବି କରୁଥିଲା ପ୍ରେମିକ ।

ହେଲେ ଦିନ ଆସିଲା, ସେଇ ପ୍ରେମିକକୁ ଜୀବନରୁ ମାରିବାକୁ ବି ପଛାଇଲା ନାହିଁ ପ୍ରେମିକା।

କ'ଣ ସେତରେ ଏମିତି ପ୍ରେମ ହୁଏ । ଜଣେ ଜଣଙ୍କ ପାଇଁ ସବୁ କିଛି ତ୍ୟାଗ କରିବା ପରେ, କ'ଣ ଏମିତି ଧୋକା ଦିଆଯାଇପାରେ ? ଯଦି ହଁ.. ତେବେ ମୁଁ କହିବି ସେଇ ପ୍ରେମ.. ପ୍ରେମ ନଥିଲା । ତାହା ଥିଲା କେବଳ ଛଳନା ଆଉ କିଛି ପାଇବାର ଲୋଭ । କିଛି ପାଇଗଲା ପରେ ସବୁ ଭୁଲି ଯିବାଟା ସାଧାରଣ ମଣିଷର ଚରିତ୍ର ହୋଇଥାଇପାରେ କିନ୍ତୁ ଜଣେ ହୃଦୟରୁ ପ୍ରେମ କରୁଥିବା ମଣିଷ କେବେ ନିଜ ପ୍ରେମକୁ ଭୁଲିପାରିବ ନାହିଁ କି ଧୋକା ଦେଇପାରିବ ନାହିଁ । ତେବେ ଏମିତି କିଛି ସାଂଘାତିକ ପ୍ରେମ କାହାଣୀକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା । କୁଆଡ଼େ ଗଲେ ସେଇ ଡେଡଲି ପ୍ରେମିକା ?

ଆଜ୍ଞା ହଁ... ଆମେ କହୁଛୁ ସେଇ କଟକ ନରାଜରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଘଟିଥିବା ତିକ୍ତ ପ୍ରେମ କାହାଣୀ । ସ୍ନେହଲତା ଆଉ କାଲାଚାନ୍ଦଙ୍କ ମଧ୍ୟରେ ୧୫ ବର୍ଷର ପ୍ରେମ ସମ୍ପର୍କ । ହେଲେ ସବୁ କିଛି ତୁଚ୍ଛ କରିଦେଲା ପ୍ରେମିକା । ଯାହାକୁ ମନ ପ୍ରାଣ ଦେଇ ଭଲ ପାଇଥିଲା, ତାକୁ ଆଉ କାହା ପାଇଁ ମାରିବାକୁ ବି ପଛାଇଲା ନାହିଁ । ସ୍ନେହଲତା ପାଇଁ ହାତକୁ ଗୋଡ଼କୁ ସବୁ କିଛି ଖଞ୍ଜି ଦେଇଥିଲା କାଲାଚାନ୍ଦ । ପାଠପଢ଼ାରୁ ଆରମ୍ଭ କରି କମ୍ପିଟେଟିଭ୍‌ ପ୍ରସ୍ତୁତି ପାଇଁ.. କୁଆଡ଼େ ସବୁ ଖର୍ଚ୍ଚ ବି କରୁଥିଲା ପ୍ରେମିକ । ହେଲେ ଦିନ ଆସିଲା, ସେଇ ପ୍ରେମିକକୁ ଜୀବନରୁ ମାରିବାକୁ ବି ପଛାଇଲା ନାହିଁ ପ୍ରେମିକା।


ଏହାସହ ପଢ଼ନ୍ତୁ:- IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପୁରୀ ଲିଙ୍କ !


ତେଣୁ ଏବେ ସ୍ନେହଲତା ସମସ୍ତଙ୍କ ପାଇଁ ସାଜିଛନ୍ତି ଡେଡ୍‌ଲି ପ୍ରେମିକା । କାଲାଚାନ୍ଦଙ୍କୁ ମାରିବାକୁ କରିଥିଲା ବିରାଟ ଷଡ୍‌ଯନ୍ତ୍ର । ପ୍ରଥମେ ନରାଜ ପଏଣ୍ଟକୁ ଡାକିଲା । ଆଉ କହିଲା, ଖାଇକି ଆସିବନି ମୁଁ ତମ ପାଇଁ ଖାଇବା ବନେଇକି ନେଉଛି । ଯାହାକୁ ଶୁଣି କାଲାଚାନ୍ଦ ବି ଖୁସି ହୋଇଯାଇଥିଲେ । କାରଣ ପ୍ରେମିକା ନିଜ ହାତରେ ରାନ୍ଧି ଆଣିବ କହିଥିଲା । ତେବେ ଠିକ୍‌ ଯେମିତି କଥା ହୋଇଥିଲେ ଉଭୟ ସେମିତି ନରାଜ ପଏଣ୍ଟରେ ଭେଟ ହେଲେ ।

ସ୍ନେହରେ ରାନ୍ଧି ଆଣିଥିବା ସ୍ନେହଲତାର ଟିଫିନ୍‌ରୁ ଗୋଟେ ଚାମଚ ଖାଇବା ପରେ ଆଉ ଖାଇନଥିଲେ କାଲାଚାନ୍ଦ । ତାପରେ ଖାଇବା ଭଲ ଲଗୁନି ବୋଲି କହିବାରୁ କିଛି ପାନୀୟ ପିଇବାକୁ ଦେଇଥିଲେ ସ୍ନେହଲତା । ବାସ୍‌ ସେତିକିରେ ଖେଳ ଶେଷ । ସେଇଠି ପଡ଼ିଯାଇଥିଲେ କାଲାଚାନ୍ଦ । ଆଉ ଆଖି ଖୋଲିଲା ବେଳକୁ ନିଜକୁ ପାଇଥିଲେ ହସ୍ପିଟାଲ ବେଡ୍‌ରେ। ମୁହଁ ଦେହ ସବୁ ଖଣ୍ଡିଆ ଖାବରା । କ'ଣ ହେଲା ସେ କିଛି ଜାଣିନାହାନ୍ତି । ପ୍ରେମିକା ସ୍ନେହଲାତାର ବି ଆଉ ଦେଖା ନାହିଁ । ତାର ଫୋନ୍‌ ବି ଅଫ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ:- ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'


ଏବେ ପ୍ରଶ୍ନ.. କ'ଣ ଥିଲା ସେଇ ଖାଦ୍ୟରେ । କ'ଣ ଥିଲା ସେଇ ପାନୀୟରେ । କାହିଁକି ତଳେ ପଡ଼ିଗଲେ କାଲାଚାନ୍ଦ ? ତାଙ୍କ ମୁହଁ ଦେହ କେମିତି ଖଣ୍ଡିଆ ହେଲା ? ପ୍ରେମିକକୁ ଏମିତି ଅବସ୍ଥାରେ ଛାଡ଼ି କୁଆଡ଼େ ଫେରାର ହେଲା ପ୍ରେମିକା ? ସେଇ ନରାଜ ପଏଣ୍ଟକୁ କେମିତି ଆସିଥିଲା ସ୍ନେହଲତା ? ଆଉ କାଲାଚାନ୍ଦ ତଳେ ପଡ଼ିଯିବା ପରେ କାହା ସହ ସେଠାରୁ ଫୋରାର ହୋଇଥିଲେ ସ୍ନେହଲତା ? ଏମିତି ନାନା ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

ଯିଏ ଏହି କାହାଣୀ ଶୁଣୁଛି.. ସିଏ କହୁଛି ଡେଡଲି ପ୍ରେମିକାଙ୍କ ମାଇଣ୍ଡ ଗେମରେ କିଏ ରିଂ ମାଷ୍ଟର ? ସେ ଏକୁଟିଆ ଥିଲେ ନା ତାଙ୍କ ସହିତ ଅଛନ୍ତି ଆହୁରି କିଛି ଗେମର ? କାଲାଚାନ୍ଦଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ନେହଲତା ଏକୁଟିଆ ପ୍ଲାନ୍ କରିଥିଲେ ନା ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ? ସ୍ନେହଲତା କେବଳ କାଲାଚାନ୍ଦଙ୍କୁ ପ୍ରେମ କରୁଥିଲେ ନା, ଆଢ଼ୁଆଳରେ ଆଉ କାହା ସହ ଗଢ଼ି ଉଠିଥିଲା ତାଙ୍କର ନିବିଡ଼ ସମ୍ପର୍କ ।


ତେବେ ସ୍ନେହଲତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଖୁବ୍‌ଶୀଘ୍ର ସେ ଧରାପଡ଼ିବ ବୋଲି କଟକ ଡିସିପି କହିଛନ୍ତି । ଓଡ଼ିଶାରେ ଏପରି ଚାଞ୍ଚଲ୍ୟକର ଘଟଣା ଏବେ ସାମନାକୁ ଆସିଥିବା ବେଳେ ଦେଶରେ କିଛି ଦିନ ତଳେ ଘଟିଥିବା ଏପରି କିଛି ଅନ୍ୟ ଚାଞ୍ଚଲ୍ୟକର ଘଟଣା ଏବେ ମନେ ପଡୁଛି।

ମେଘାଳୟରେ ନିଜେ ଅପହରଣ ହେବାର ନାଟକ କରି ନିଜ ସ୍ୱାମୀକୁ ହତ୍ୟା କରେଇ ଚର୍ଚ୍ଚାରେ ଆସିଥିଲେ ସୋନମ୍ ରଘୁବଂଶୀ । ତାପରେ ଦିଲ୍ଲୀରେ ନିଜ ସ୍ୱାମୀକୁ ହତ୍ୟା କରି ଚର୍ଚ୍ଚାରେ ଆସିଥିଲେ ଫର୍ଜାନା ଖାନ। କର୍ଣ୍ଣାଟକରେ ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ଏପରି ଲୋମହାର୍ଷଣକାରୀ ଘଟଣା ମନରୁ ଲିଭି ନଥିବା ବେଳେ କଟକ ଜିଲ୍ଲା ନରାଜରେ ଘଟିଥିବା ଏହି ଘଟଣା ଏବେ ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେପଟେ ନିଜ ପ୍ରେମିକାର ଡେଡଲି ଗେମରେ ଶିକାର ହୋଇ ପୁନଃ ଜନ୍ମ ପାଇଥିବା ପ୍ରେମିକ ଏବେ ନ୍ୟାୟ ପାଇଁ ଭିକ୍ଷା ମାଗୁଛି। ପ୍ରେମିକା ସ୍ନେହଲତା ମଲ୍ଲିକ ଧରାପଡ଼ିଲେ ଏଥିରେ ଆହୁରି ନୂଆ ଟ୍ୱିଷ୍ଟ ସାମନାକୁ ଆସିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

Related Topics

Explore more stories

Sponsored
Love Dhoka | Girlfriend hatched a grand conspiracy to kill boyfriend | Argus News