Wedding Drama / ବେଦିରେ ଭାଉଜଙ୍କ ଓଢ଼ଣା ଟାଣିଦେଲା ଦିଅର; ସାତ ଫେରା ପୂର୍ବରୁ ଗଲେ ଥାନା
·1 hour ago·2 min read

Key Points
ବେଦି ଉପରେ ବିଧା, ଗୋଇଠା ମରାମରି । ବର ମୁଣ୍ଡରେ ଲାଗିଲା ଆଘାତ । କନ୍ୟାଙ୍କ ଜଣେ ସମ୍ପର୍କୀୟ ଭାଇ ମଧ୍ୟ ଆହତ । ଓଢ଼ଣା ଭିଡ଼ିବାରୁ ସୃଷ୍ଟି ହେଲା ହାତାହାତି ସ୍ଥିତି ।
ନୂଆଦିଲ୍ଲୀ: ବିବାହ ଚାଲିଥିଲା, ହାତଗଣ୍ଠି ପଡ଼ି ସାରିଥିଲା । ବରକନ୍ୟା ହୋମ ଅଗ୍ନିକୁ ସାକ୍ଷୀ ରଖି ସାତ ଫେରା ନେଉଥିଲେ । ଠିକ୍ ସେହି ସମୟରେ ଥଟ୍ଟମଜ୍ଜାରେ କନ୍ୟାଙ୍କ ଓଢ଼ଣା ଟାଣିଦେଲା ବରର ଭାଇ । ଆଉ ଏହି ମଜ୍ଜାକୁ ନେଇ ସୃଷ୍ଟି ହେଲା ମହାଭାରତ । ବେଦିରେ ହାତାହାତି ହେଲେ ଉଭୟ ପକ୍ଷ ।
ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହରଦୋଇର ରାଜକୁମାରଙ୍କ ଝିଅ ନହ୍ନିର ବାହାଘର ସୀତାପୁରର ଦିନେଶଙ୍କ ସହ ହେଉଥିଲେ । ବରକନ୍ୟା ସାତ ଫେରା ନେଉଥିବା ବେଳେ ବରର ସାନ ଭାଇ ମୁକେଶ ମଜାକରେ ଟାଣି ଦେଇଥିଲା କନ୍ୟାର ଓଢ଼ଣା ।
ଏଥିସହ ପଢ଼ନ୍ତୁ: ଅଟୋଗ୍ରାଫରୁ ଆରମ୍ଭ ହୋଇଥିଲା ପ୍ରେମ ! ସିନେମାଠାରୁ କମ୍ ନୁହେଁ ଗାଭାସ୍କରଙ୍କ Love Story
ମଜାରୁ ମହାଭାରତ
ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଖୁସିର ମୁହୂର୍ତ୍ତ ହଙ୍ଗାମାରେ ପରିଣତ ହୋଇଥିଲା । ଏହାକୁ କନ୍ୟା ପକ୍ଷ ବିରୋଧ କରିବା ପରେ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ବିବାହ ଉତ୍ସବରେ ମଦ ପିଇଥିବା କିଛି ବ୍ୟକ୍ତିଙ୍କ ଯୋଗୁଁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇ ମାରପିଟ୍ ହୋଇଥିଲା ।
ବେଦି ଉପରେ ବିଧା, ଗୋଇଠା ମରାମରିରେ ବର ମୁଣ୍ଡରେ ଆଘାତ ଲାଗିଥିଲା ଓ କନ୍ୟାଙ୍କ ଜଣେ ସମ୍ପର୍କୀୟ ଭାଇ ମଧ୍ୟ ଆହତ ହୋଇଥିଲେ । ଫଳରେ ବିବାହ ରୀତିନୀତିକୁ ସେଇଠି ଅଟକାଇ ଦୁଇ ପକ୍ଷ ଥାନାକୁ ଯାଇଥିଲେ । ଅତରୌଲି ଥାନାରେ ପହଞ୍ଚିଥିଲା ମାମଲା ।
ଗାଁ ମୁଖିଆଙ୍କ ଉପସ୍ଥିତିରେ ପୋଲିସ ଦୁଇ ପକ୍ଷ ମଧ୍ୟରେ ଆଲୋଚନା କରି ଆପୋସ ବୁଝାମଣା କରିଥିଲା । ଆହତଙ୍କ ଚିକିତ୍ସା ପାଇଁ ୪ ହଜାର ୫୦୦ ଟଙ୍କା ଦିଆଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ଆପୋସ ବୁଝାମଣା ହେବାରୁ ଥାନାରେ କୌଣସି ଏତଲା ହୋଇ ନଥିଲା ।
ଏଥିସହ ପଢ଼ନ୍ତୁ: ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରେ ଝଟ୍କା; ଚେକ୍ ବାଉନ୍ସ ମାମଲାରେ ଯିବେ ଜେଲ୍
ଥାନାରୁ ଫେରିବା ପରେ ଉଭୟ ପକ୍ଷ ପୁଣି ଥରେ ବିବାହ ମଣ୍ଡପକୁ ଯାଇଥିଲେ । ବାକି ଥିବା ରୀତିନୀତି ଆରମ୍ଭ ହୋଇଥିଲା । ବର ଦିନେଶ, କନିଆ ନହ୍ନି ମଥାରେ ସିନ୍ଦୂର ଭରିବା ପରେ ହୋଇଥିଲା ବାକିଥିବା ରୀତିନୀତି । ବିବାହ ସରିବା ପରେ ସନ୍ଧ୍ୟାରେ ନହ୍ନିଙ୍କ ପରିବାର ଲୋକ ଓ ବନ୍ଧୁ ପରିଜନ ହସଖୁସିରେ ବରକନ୍ୟାଙ୍କୁ ବିଦାୟ ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories