Rajpal Yadav / ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରେ ଝଟ୍କା; ଚେକ୍ ବାଉନ୍ସ ମାମଲାରେ ଯିବେ ଜେଲ୍
·1 hour ago·2 min read

Key Points
ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ସଜ୍ଜା କାଏମ
ଚେକ୍ ବାଉନ୍ସ ମାମଲାରେ ସଜା କାଏମ ରଖିଲେ ହାଇକୋର୍ଟ
ସମସ୍ତ ୭ଟି ମାମଲାରେ ୩ ମାସ ଲେଖାଏଁ ଜେଲ୍ ଦଣ୍ଡାଦେଶ
ପ୍ରତି ମାମଲାରେ ୧.୦୫ କୋଟି ଟଙ୍କା ଜରିମାନା କଲେ କୋର୍ଟ

କୋଲକାତା: ଚେକ୍ ବାଉନ୍ସ ମାମଲାରେ ଅଭିନେତା ରାଜପାଲ ଯାଦବଙ୍କ ସଜ୍ଜା କାଏମ । ଦିଲ୍ଲୀ ହାଇକୋର୍ଟ ରାଜପାଲ ଯାଦବଙ୍କ ସଜ୍ଜାକୁ କାଏମ ରଖିଛନ୍ତି । ଲଗାତାର ହାଇକୋର୍ଟଙ୍କ ପ୍ରୟାସ ପରେ ବୁଝାମଣାର ଅନ୍ତିମ ପ୍ରଚେଷ୍ଟା ବିଫଳ ହୋଇଛି । ଏପ୍ରିଲ୍ ୨ ତାରିଖରେ ଜଷ୍ଟିସ୍ ସ୍ଵର୍ଣ୍ଣକାନ୍ତା ଶର୍ମା ମାମଲାର ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ ।
ଶୁଣାଣି ବେଳେ କୋର୍ଟ ଟଙ୍କା ବାକି ରଖିବା କ୍ଷେତ୍ରରେ ରାଜପାଲ ଯାଦବଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଲଗାତାର ରାଜପାଲଙ୍କ ପକ୍ଷରୁ ଉତ୍ତର ଦିଆ ନଯିବା ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ଅଣ୍ଡରଟେକିଂରେ କିଛି କୁହାଯାଇଥିବା ବେଳେ ଆପଣ ଆଉ କିଛି କରୁଛନ୍ତି କହିଥିଲେ କୋର୍ଟ ।
ଏଥିସହ ପଢ଼ନ୍ତୁ: ୟୁଜରନେମ୍ ଫିଚର ଉପରେ ଆସିଲା WhatsAppର ଜବାବ; ଚିନ୍ତା ପ୍ରକଟ କରିଥିଲେ ସରକାର
ସମସ୍ତ ୭ ମାମଲାରେ ସଜ୍ଜା କାଏମ
ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ସମସ୍ତ ୭ଟି ଯାକ ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ୩ ମାସ ଲେଖାଏଁ ଦଣ୍ଡାଦେଶକୁ କାଏଣ ରଖିଛନ୍ତି । ଏଥିସହ କୋର୍ଟ କହିଛନ୍ତି, ୭ଟି ଯାକ ମାମଲାର ସଜ୍ଜା ଏକାସଙ୍ଗରେ ଲାଗୁ ହେବ । ତେଣୁ ରାଜପାଲ ଯାଦବଙ୍କୁ ୩ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ।
ଏଥିସହ ପ୍ରତି ମାମଲାରେ ୧.୦୫ କୋଟି ଟଙ୍କା ଜରିମାନା କରିଛନ୍ତି କୋର୍ଟ । ଏଭଳି ଭାବେ ୭ଟି ଯାକ ମାମଲାରେ କୋର୍ଟ ମୋଟ ୭ କୋଟି ୩୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ପ୍ରତ୍ୟେକ ମାମଲାରେ ଅଭିଯୋଗକାରୀଙ୍କୁ ୧ କୋଟି ୪ ଲକ୍ଷ ୭୫ ହଜାର ଟଙ୍କା ଏବଂ ରାଜ୍ୟ ସରକାରଙ୍କୁ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ ।
ଶୁଣାଣି ବେଳେ ଜଷ୍ଟିସ୍ ସ୍ଵର୍ଣ୍ଣ କାନ୍ତା ଶର୍ମଙ୍କ ଖଣ୍ଡପୀଠ ଅଭିନେତାଙ୍କ କାର୍ଯ୍ୟକଳାପକୁ ସନ୍ଦିଗ୍ଧ ମାନିଛନ୍ତି । ଏଥିସହ ରାଜପାଲଙ୍କୁ ଏକାଧିକ ସୁଯୋଗ ଦିଆଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିବା କୋର୍ଟ କହିଛନ୍ତି ।
ଏଥିସହ ପଢ଼ନ୍ତୁ: କଣ ଥିଲା ଧର୍ମେନ୍ଦ୍ରଙ୍କ ଶେଷ କଥା ? ସନି ଦେଓଲଙ୍କୁ ନେଇ ହେମାଙ୍କୁ କହିଥିଲେ କିଛି ଏମିତି
ହାଇକୋର୍ଟରେ ଶୁଣାଣି ବେଳେ ଆପୋସ ବୁଝାମଣା ପାଇଁ ପ୍ରୟାସ ହୋଇଥିଲା । ତେବେ କୋର୍ଟଙ୍କ ଅନୁସାରେ, ଅଭିଯୋଗକାରୀ ୬ କୋଟି ଟଙ୍କା ନେବାକୁ ରାଜି ହୋଇଥିଲେ । କିନ୍ତୁ, ଅନ୍ତିମ ଶୁଣାଣିରେ ରାଜପାଲ ଭିଡିଓ କନଫରେନ୍ସିଂରେ ହାଜର ହୋଇ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ ।
ରାଜପାଲ କହିଥିଲେ, "ମୁଁ ପୂର୍ବରୁ ବିପୁଳ ଆର୍ଥିକ କ୍ଷତି ସହିଛି । ମୋତେ ମୋ ସମ୍ପତ୍ତି ବିକ୍ରି କରିବାକୁ ପଡ଼ିଛି । ପୂର୍ବରୁ ଟଙ୍କା ବି ଦେଇଛି ।" ରାଜପାଲ ଯାଦବଙ୍କ ସହ କୋର୍ଟ ତାଙ୍କ ପତ୍ନୀ ରାଧା ରାଜପାଲ ଯାଦବଙ୍କୁ ପ୍ରତ୍ୟେକ ମାମଲାରେ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories