Crime News / ପ୍ରେମ ପରେ ଧମକ: ୩ ବର୍ଷ ଧରି ବ୍ଲାକମେଲିଂ, ଧରା ପଡିଲେ ପତ୍ନୀ

Key Points
ପ୍ରେମ ପରେ ଧମକ: ୩ ବର୍ଷ ଧରି ବ୍ଲାକମେଲିଂ, ଧରା ପଡିଲେ ପତ୍ନୀ ।
ପ୍ରେମ... ସମ୍ପର୍କ... ଆଉ ତା'ପରେ ବ୍ଲାକମେଲିଂ ଗୁରୁଗ୍ରାମରେ ଜଣେ ଯୋଗ ଶିକ୍ଷକ ଏବଂ ତାଙ୍କ ପତ୍ନୀଙ୍କ ଦ୍ୱାରା ଜଣେ ମହିଳାଙ୍କୁ ବ୍ଲାକମେଲିଂ କରିବାର ଏକ ମାମଲା ସାମ୍ନାକୁ ଆସିଛି ।
ଯୋଗ ଶିକ୍ଷା ସମୟରେ ଗଢ଼ି ଉଠିଥିବା ଘନିଷ୍ଠ ସମ୍ପର୍କକୁ ଆଧାର କରି ବ୍ଲାକମେଲିଂର ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । ଗୁରୁଗ୍ରାମ ପୋଲିସ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ନେଉଥିବା ସମୟରେ ଜଣେ ଯୋଗ ଶିକ୍ଷକଙ୍କ ପତ୍ନୀଙ୍କୁ ଗିରଫ କରିଛି ।
ପୋଲିସର ସୂଚନା ଅନୁଯାୟୀ, ଏହି ଦମ୍ପତି ଗତ ତିନି ବର୍ଷ ଧରି ଏକ ମହିଳାଙ୍କୁ ବ୍ଲାକମେଲିଂ କରିଆସୁଥିଲେ । ରାକେଶ ଶର୍ମା ଯିଏ କି ଜଣେ ଯୋଗଗୁରୁ । ସେ ଯୋଗ ଶିଖାଉଥିବାବେଳେ ୨୦୨୦ ମସିହାରେ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ । କିନ୍ତୁ ୨୦୨୩ ମସିହାରେ ରଖିଥିବା ଫଟୋ ଏବଂ ଭିଡିଓକୁ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ଏଭଳି ଭାବେ କିଛି ଟଙ୍କା ନେଇଥିଲେ । ପରେ ୩ ଲକ୍ଷ ଟଙ୍କା ନେଇ ଭିଡିଓ ଫଟୋ ଡିଲେଟ୍ କରିବା ପାଇଁ କହିଥିଲେ । ମହିଳା ଜଣକ ଡରି ଟଙ୍କା ମଧ୍ୟ ଦେଇଥିଲେ ।
ମାତ୍ର ପରେ ୧୫ ଲକ୍ଷ ଟଙ୍କା ଦାବି କରି ପୁଣି ଧମକ ଦେବା ଆରମ୍ଭ କରିଥିଲେ । ମହିଳା ପୁଲିସକୁ ଖବର ଦେଇଥିଲେ । ଆଉ ଟଙ୍କା ପାଇଁ ଯୋଗଗୁରୁଙ୍କ ସ୍ତ୍ରୀ ଆସିଥିବାବେଳେ ଲକ୍ଷେ ଟଙ୍କା ସହ ତାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ଜଣକ ହେଲେ ନିତୁ ଶର୍ମା ।
ଗିରଫ ସମୟରେ ପୋଲିସ ଅଭିଯୁକ୍ତ ମହିଳାଙ୍କଠାରୁ ୧ ଲକ୍ଷ ନଗଦ ଏବଂ କିଛି କାଗଜପତ୍ର ଜବତ କରିଛି । ପଚରାଉଚରା ସମୟରେ ଜଣାପଡିଥିଲା ଯେ ସେ ତାଙ୍କ ସ୍ୱାମୀଙ୍କ ସହିତ ମିଶି ମହିଳାଙ୍କୁ ଲଗାତାର ବ୍ଲାକମେଲିଂ କରିଆସୁଥିଲେ। ପୋଲିସ ଅଭିଯୁକ୍ତ ମହିଳାଙ୍କୁ କୋର୍ଟରେ ହାଜର କରିଥିଲା, ଯେଉଁଠାରେ ତାଙ୍କୁ ଦୁଇ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା ।
ପଚରାଉଚରା ସମୟରେ ବ୍ଲାକମେଲିଂ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । ପରେ ତାଙ୍କୁ ବିଚାର ବିଭାଗୀୟ ହାଜତରେ ଜେଲକୁ ପଠାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଯୋଗ ଶିକ୍ଷକ ଏବେବି ଫେରାର ଫେରାର ଅଛନ୍ତି । ତାଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଜରି ରହିଛି ।
ପୋଲିସ ଅଧିକାରୀମାନେ କହିଛନ୍ତି ଯେ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ । ଆହୁରି ମଧ୍ୟ କହିଛନ୍ତି କି ଯେ ଏପରି ଘଟଣାର ପୀଡିତାଙ୍କୁ ଭୟ କରିବା ଆବଶ୍ୟକ ନାହିଁ । ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ଚନ୍ଦକା ଥାନା ଭିତରେ ଛୁରାମାଡ଼ର ସତ କ'ଣ ? ଆସିଲା CCTV ଫୁଟେଜ୍
📱 Get Argus News App
✨Related Topics
Explore more stories