Odisha Crime News / ଚନ୍ଦକା ଥାନା ଭିତରେ ଛୁରାମାଡ଼ର ସତ କ'ଣ ? ଆସିଲା CCTV ଫୁଟେଜ୍
·3 months ago·2 min read

Key Points
ରାତି ପ୍ରାୟ ସାଢ଼େ ୧୧ଟାରେ ଚନ୍ଦକା ଥାନାରେ କ'ଣ ଘଟିଲା ? ଚନ୍ଦକା ଥାନା ଭିତରେ ସତରେ ହୋଇଛି କି ଛୁରମାଡ଼ ?
ଭୁବନେଶ୍ଵର: ଥାନା ଭିତରେ ହାତାହାତି, ଝରିଲା ରକ୍ତ । ରାତି ପ୍ରାୟ ସାଢ଼େ ୧୧ଟାରେ ଚନ୍ଦକା ଥାନାରେ କ'ଣ ଘଟିଲା ? ଚନ୍ଦକା ଥାନା ଭିତରେ ସତରେ ହୋଇଛି କି ଛୁରମାଡ଼ ? ଥାନା ଭିତରେ ଛୁରମାଡ଼ ହୋଇଥିବା ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ଆସିଛି ସିସିଟିଭି ଫୁଟେଜ୍ ।
ଏଥିସହ ପୋଲିସ ସେଦିନ ରାତିରେ କ'ଣ ଘଟିଥିଲା ସେନେଇ ବିସ୍ତୃତ ସୂଚନା ଦେଇଛି । ଚନ୍ଦକା ଥାନା ପୋଲିସ ଅନୁସାରେ, ସମ୍ପତ୍ତି ଭାଗବଣ୍ଟା ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଥିଲା । ଦୁଇ ଭାଇଙ୍କ ପରିବାର ଥାନାକୁ ଆସିଥିବା ବେଳେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା ।
ଏଥିସହ ପଢ଼ନ୍ତୁ: ରାଜଧାନୀ ଉପକଣ୍ଠରେ ପୁଣି ଆରମ୍ଭ ହେଲା ଲୁଟ୍ ପାଟ୍; ରାତି ନୁହେଁ ବଡ଼ି ଭୋରୁ ଚୋରି
ପୋଲିସ ମାତ୍ର ୩୦ ସେକେଣ୍ଡ ଭିତରେ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲା । ଉଭୟ ପକ୍ଷଙ୍କ ନିକଟରୁ ଖଣ୍ଡା ଏବଂ ମାରଣାସ୍ତ୍ର ଜବତ ହୋଇଛି । ପୋଲିସ ଦୁଇଟି ମାମଲା ରୁଜୁ କରି ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନାରେ ଛୁରମାଡ଼ ହୋଇ ନଥିବା ପୋଲିସ ସ୍ପଷ୍ଟ କରିଛି ।
ଥାନାରେ କ'ଣ ହୋଇଥିଲା ?
ମାର୍ଚ୍ଚ ୨୧ ତାରିଖ ରାତି ୧୧ଟା ୧୯ରେ ଜଣେ ରକ୍ତାକ୍ତ ବ୍ୟକ୍ତି ସ୍ତ୍ରୀଙ୍କ ସହ ଆସିଥିଲେ । ଡାହାଣ ହାତରୁ ରକ୍ତ ଝରୁଥିଲା । ତାର କିଛି ସମୟ ପରେ ପ୍ରତିପକ୍ଷ ଥାନାକୁ ଆସିଥିଲେ । ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ସହ ଠେଲାପେଲା ହୋଇଥିଲା । ଉପସ୍ଥିତ ପୋଲିସ କର୍ମଚାରୀ ହସ୍ତକ୍ଷେପ କରିବା ସହ ୩୦ ସେକେଣ୍ଡ ମଧ୍ୟରେ ୨ ଗୋଷ୍ଠୀକୁ ପୃଥକ କରିଥିଲେ ।
ବିବାଦ କାହିଁକି ?
ପାରିବାରିକ ଜମିକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପୀତବାସ ପାଲଟାସିଂହଙ୍କ ୨ ସ୍ତ୍ରୀଙ୍କ ୨ ପୁଅ ହେଉଛନ୍ତି ସୁଶାନ୍ତ ଓ ସୌମ୍ୟରଞ୍ଜନ । ଦୁଇ ପୁଅ ଜମି ପାଇଁ ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ଦାରୁଠେଙ୍ଗ ଗାଁରେ ଦୁଇ ଭାଇ ହାତାହାତି ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ଝିଅକୁ ହତ୍ୟା, ଶବ ବ୍ୟବଚ୍ଛେଦ ପାଇଁ ୩ ହସ୍ପିଟାଲ୍ ବୁଲିଲେ ପରିବାର; ଧାର ଆଣି ଆମ୍ବୁଲାନ୍ସକୁ ଦେଲେ ଭଡ଼ା
ରକ୍ତାକ୍ତ ଅବସ୍ଥାରେ ସୌମ୍ୟରଞ୍ଜନ ଥାନାକୁ ଆସିଥିଲେ । ଏହାପରେ ଥାନାରେ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ହୋଇଥିଲା । ଏନେଇ ପୋଲିସ ୨ଟି ମାମଲା ରୁଜୁ କରିବା ସହ ମୋଟ ୧୩ ଜଣଙ୍କୁ ଗିରଫ କରିଛି ।
ଚନ୍ଦକା ଥାନାର କେସ ନମ୍ବର ୧୫୩ରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ଆର୍ମସ୍ ଆକ୍ଟ ଲଗାଇଛି । ଦ୍ଵିତୀୟ ମାମଲା (କେସ ନମ୍ବର ୧୫୪)ରେ ପୋଲିସ ୧୦ ଜଣଙ୍କୁ ଗିରଫ କରିବା ସହ ଆର୍ମସ୍ ଆକ୍ଟ ଲଗାଇଛି । ୧୦ ଗିରଫଙ୍କ ମଧ୍ୟରେ ୨ ଜଣ କଟକ ଜିଲ୍ଲାର ହୋଇଥିବା ବେଳେ ୨ ଜଣ ମହିଳା ଅଛନ୍ତି । ଉଭୟ ମାମଲାର ତଦନ୍ତ ପୋଲିସ ଜାରି ରଖିଥିବା ସୂଚନା ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories