Firing Incident / ହୋଟେଲ୍ରେ ହଠାତ୍ ଫୁଟିଲା ଗୁଳି; ୪ ଜଣଙ୍କ ମୃ*ତ୍ୟୁ, ଏକାଧିକ ଗୁରୁତର
·1 hour ago·2 min read

Key Points
ସନ୍ଧ୍ୟାର ଜନ ଗହଳି ଭିତରେ ହଠାତ୍ ହେଲା ଗୁଳିମାଡ଼ । ଦେଖୁ ଦେଖୁ ହୋଟେଲ୍ ଆଗରେ ଚାଲିଗଲା ୪ ଜଣଙ୍କ ଜୀବନ । ଗୁଳିମାଡ଼ରେ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି ।
ଗୁଆହାଟି: ମୁଖ୍ୟ ରାସ୍ତାକୁ ଲାଗି ଜୁଏଲାରୀ ଆଉ ହୋଟେଲ । ସନ୍ଧ୍ୟାର ଜନ ଗହଳି ଭିତରେ ହଠାତ୍ ହେଲା ଗୁଳିମାଡ଼ । ଦେଖୁ ଦେଖୁ ହୋଟେଲ୍ ଆଗରେ ଚାଲିଗଲା ୪ ଜଣଙ୍କ ଜୀବନ । ଗୁଳିମାଡ଼ରେ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆସାମର ରାଜଧାନୀ ଗୁଆହାଟିର ବୋରା ସର୍ଭିସ୍ ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଛାତିଥରା ଗୁଳିକାଣ୍ଡ ଘଟିଛି ।
ମିଳିଥିବା ସୂଚନା ଅନୁସାରେ, ଗୁଳିମାଡ଼ରେ ମହିଳାଙ୍କ ସମେତ ଏକାଧିକ ଲୋକ ଆହତ ହୋଇଛନ୍ତି । ପ୍ରଥମେ ୫ ଜଣଙ୍କୁ ଗୁଳିମାଡ଼ କରାଯାଇଥିବା ଖବର ଆସିଥିଲା । ୩ ଜଣ ପୁରୁଷ ଓ ୨ ମହିଳାଙ୍କ ଦେହରେ ଗୁଳି ବାଜିଥିବା ଜଣାପଡ଼ିଛି । ମୃତାହତଙ୍କ ମଧ୍ୟରେ ହୋଟେଲର କିଛି କର୍ମଚାରୀ ଥିବା ମଧ୍ୟ କୁହା ଯାଉଛି ।
ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା DMK ତଥା ଅନବିଲ ମହେଶ ଗିରଫ
ଗୁଳିକାଣ୍ଡ ଖବର ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । କିଭଳି, କେଉଁ ପରିସ୍ଥିତିରେ କିଏ ଗୁଳିମାଡ଼ କଲା ତାହା ଜଣାପଡ଼ି ନାହିଁ ।
ଗୁଆହାଟି ପୋଲିସ କମିଶନର ପାର୍ଥସାରଥି ମହାନ୍ତ କହିଛନ୍ତି, "ହୋଟେଲ୍ ବିଳାସ ଇନ୍ ନିକଟରେ ଗୁଳିକାଣ୍ଡ ହୋଇଛି । ଆମେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛୁ । ଶୀଘ୍ର ଅଭିଯୁକ୍ତଙ୍କୁ ଧରିବୁ । ମୃତାହତଙ୍କ ପରିଚୟ ତତକ୍ଷଣାତ୍ ମିଳି ନାହିଁ ।"
ଗୁଳିମାଡ଼ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । କିଏ ଓ କଣ ପାଇଁ ପାଞ୍ଚ ପାଞ୍ଚ ଜଣଙ୍କୁ ଉପରକୁ କେଉଁ ପରିସ୍ଥିତିରେ ଗୁଳିମାଡ଼ କଲା ତାର ଛାନଭିନ୍ ଆରମ୍ଭ କରିଛି ପୋଲିସ ।

#WATCH | Assam: Several casualties have been reported in a firing incident that took place near a hotel in the Ulubari area in Guwahati. A senior police official from Guwahati city has informed that several casualties have been reported, and the police have started an investigation. More details are awaited.
— ANI (@ANI) October 26, 2026
ଗୁଆହାଟି ପୋଲିସ କମିଶନର ପାର୍ଥସାରଥି ମହାନ୍ତ କହିଛନ୍ତି, "ହୋଟେଲ୍ ବିଳାସ ଇନ୍ ନିକଟରେ ଗୁଳିକାଣ୍ଡ ହୋଇଛି । ଆମେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛୁ । ଶୀଘ୍ର ଅଭିଯୁକ୍ତଙ୍କୁ ଧରିବୁ । ମୃତାହତଙ୍କ ପରିଚୟ ତତକ୍ଷଣାତ୍ ମିଳି ନାହିଁ ।"
ଗୁଳିମାଡ଼ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । କିଏ ଓ କଣ ପାଇଁ ପାଞ୍ଚ ପାଞ୍ଚ ଜଣଙ୍କୁ ଉପରକୁ କେଉଁ ପରିସ୍ଥିତିରେ ଗୁଳିମାଡ଼ କଲା ତାର ଛାନଭିନ୍ ଆରମ୍ଭ କରିଛି ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories