Videos
|
Crime

Guwahati Wife Murder / "ପଶ୍ଚାତ୍ତାପ ନାହିଁ, ଭୁଲ ବି ମାଗିବିନି"; ସ୍ତ୍ରୀର କଟାମୁଣ୍ଡ ଫ୍ରିଜରେ ରଖି କହିଲା ଏମିତି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
"ପଶ୍ଚାତ୍ତାପ ନାହିଁ, ଭୁଲ ବି ମାଗିବିନି"; ସ୍ତ୍ରୀର କଟାମୁଣ୍ଡ ଫ୍ରିଜରେ ରଖି କହିଲା ଏମିତି
Guwahati Wife Murder Case

Key Points

ଆସାମ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣା
ଆସିଲା ହତ୍ୟାକାରୀ ସ୍ଵାମୀର ବୟାନ
କହିଲା ଆଦୌ ପଶ୍ଚାତ୍ତାପ ନାହିଁ
ଦିସପୁର: ପତ୍ନୀକୁ ହତ୍ୟା କରିବା ପରେ କଟାମୁଣ୍ଡକୁ ଫ୍ରିଜରେ ରଖିବା ଘଟଣା । ଆଦୌ ପଶ୍ଚାତ୍ତାପ ନାହିଁ କି କାହାକୁ ଭୁଲ୍ ମାଗିବିନି ବୋଲି କହିଲା ହତ୍ୟାକାରୀ ସ୍ଵାମୀ । ଅଭିଯୁକ୍ତ ରାମାନୁଜକୁ ମଙ୍ଗଳବାର କୋର୍ଟ ନେଇଯିବା ପରେ ତାର ଏପରି ବୟାନ ସମସ୍ତଙ୍କୁ ଚକିତ କରିଥିଲା । ସ୍ତ୍ରୀର ବିଭତ୍ସ ହତ୍ୟାକାଣ୍ଡ କରିବା ପରେ ବି କ୍ରୋଧରେ ଜର୍ଜରିତ ରାମାନୁଜ । ଜେଲରେ ଦଣ୍ଡ ଭୋଗି ବାହାରକୁ ବାହାରିବା ପରେ 'ସୁଗାର ଡେଡି'କୁ ହତ୍ୟା କରିବ ବୋଲି ଧମକ ଦେଇଛି ।

ଗତକାଲି ଆସାମ ଗୌହାଟିର ଏହି ହତ୍ୟାକାଣ୍ଡ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା । ସ୍ଵାମୀ ନିଜ ସ୍ତ୍ରୀର ଏତି ନିର୍ମମ ଭାବେ ହତ୍ୟା କରିବା ପରେ ତାର ଆଙ୍ଗୁଠିକୁ ଖଣ୍ଡ ଖଣ୍ଡ କରି କାଟିଥିଲା ଓ ପରେ କଟାମୁଣ୍ଡକୁ ନେଇ ଫ୍ରିଜ ଭିତରେ ରଖିଥିଲା । ମୁଣ୍ଡବିହୀନ ମୃତଦେହକୁ ଏକ ପଲିଥିନରେ ବାନ୍ଧି ରଖିଥିଲା । ଘରୁ ଦୁର୍ଗନ୍ଧ ବାହାରିବା ପରେ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଆଜି ଅଭିଯୁକ୍ତ ସ୍ଵାମୀକୁ କୋର୍ଟ ନେଇଯିବା ସମୟରେ ସେ ଜେଲରୁ ବାହାରି ଆଉ ଏକ ହତ୍ୟା କରିବ ବୋଲି ଧମକ ଦେଇଥିଲା, ଯାହାକୁ ସେ "ସୁଗାର ଡେଡି" ବୋଲି କହିଥିଲା ।

ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସୁଗାର ଡେଡି କିଏ ବୋଲି ପ୍ରଶ୍ନ କରିଥିଲେ, ସେତେବେଲେ ରାମାନୁଜ ଆହୁରି କ୍ରୋଧିତ ହୋଇଯାଇଥିଲା ଓ ଖରାପ ଭାଷାର ବ୍ୟବହାର କରିଥିଲା । ଏହାପରେ ସେ କହିଥିଲା ଯେ ସ୍ତ୍ରୀକୁ ହତ୍ୟା କରି ସେ ଆଦୌ ପଶ୍ଚାତ୍ତାପ କରୁନାହିଁ ଓ କାହାକୁ ଏଥିପାଇଁ କ୍ଷମା ମଧ୍ୟ ମାଗିବ ନାହିଁ । ଏବେ ପୋଲିସ ରାମାନୁଜକୁ ୭ ଦିନିଆ ପୋଲିସ ହେପାଜତକୁ ନେଇଛି । ସେ ରବିବାର ରାତିରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ।

  • ପଚରାଉଚରା କରୁଛି ପୋଲିସ
ରାମାନୁଜର ୨୫ ବର୍ଷୀୟ ପତ୍ନୀ ରିୟା ତାଲୁକଦାର ବଶିଷ୍ଠପୁର ସ୍ଥିତ ଘରେ ମୃତ ମିଳିଥିଲେ । ପୋଲିସ କହିଥିଲା ଯେ ଯେତେବେଳେ ଖବର ପାଇ ସେମାନେ ସେଠାରେ ପହଞ୍ଚିଥିଲେ, ସେତେବେଳେ ଏକ ମୁଣ୍ଡବିହୀନ ମୃତଦେହ ଦେଖିଥିଲେ । ଏହାପରେ ଫ୍ରିଜରୁ କଟାମୁଣ୍ଡ ମିଳିଥିଲା । ପୋଲିସ କହିଛି ଯେ ଅଭିଯୁକ୍ତ ରିୟାକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ତେବେ କେଉଁ ଓ କିପରି ସ୍ଥିତିରେ ସେ ରିୟାକୁ ହତ୍ୟା କରିଛି ସେ ନେଇ ପୋଲିସ ପଚରାଉଚରା ଜାରି ରଖିଛି । ଦିସପୁର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିବା ପୂର୍ବରୁ ରାମାନୁଜ ଗୋସ୍ଵାମୀ ୨ ଦିନ ପର୍ଯ୍ୟନ୍ତ ଘରୁ ଦୂରେଇ ରହିଥିଲା । ତେବେ ଅଭିଯୁକ୍ତ ସ୍ଵାମୀ ସୁଗାର ଡେଡି ନାଁ ନେଇଥିବାରୁ ହତ୍ୟା ପଛରେ ପରକୀୟା ପ୍ରୀତି ଥିବା ସନ୍ଦେହ କରାଯାଉଛି । ତେବେ ପୋଲିସର ତଦନ୍ତ ପରେ ଅସଲି ଘଟଣା ସାମ୍ନାକୁ ଆସିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: