Commissionerate Police Special Drive / ହାଜିରା ନ ଦେଲେ ହାତରେ ପଡ଼ିବ ହାତକଡ଼ି, ପାର୍ବଣରେ ଜେଲରେ କାଟିବ ହାର୍ଡକୋର କ୍ରିମିନାଲଙ୍କ ରାତି
·1 hour ago·2 min read

Key Points
ହାଜିରା ନ ଦେଲେ ହାତରେ ପଡ଼ିବ ହାତକଡ଼ି
ପାର୍ବଣରେ ଜେଲ୍ରେ କଟିବ ହାର୍ଡକୋର କ୍ରିମିନାଲଙ୍କ ରାତି
୩୦ରୁ ଅଧିକ ଅପରାଧୀଙ୍କ ତାଲିକା ସହ ପ୍ରସ୍ତୁତ ହେଲା ବ୍ଲୁ-ପ୍ରିଣ୍ଟ

କ୍ରିମିନାଲଙ୍କୁ ଫିକା ପଡ଼ିବ ପାର୍ବଣର ମାହୋଲ । ଅପରାଧୀଙ୍କ ପାଇଁ ବନ୍ଦ ହେବ ପୂଜା ପେଣ୍ଡାଲର ରାସ୍ତା । ନିତିଦିନ ହାଜିରା ଦେଉନଥିବା ଅଭିଯୁକ୍ତଙ୍କ ହାତରେ ପଡ଼ିବ ହାତକଡ଼ି । ଆରମ୍ଭ ହେଲା କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । ହାର୍ଡକୋର ଅପରାଧୀଙ୍କ ତାଲିକା ହେଉଛି ପ୍ରସ୍ତୁତ ।
କ୍ରିମିନାଲଙ୍କ ପାଇଁ କମିଶନରେଟ ପୋଲିସର ମାଷ୍ଟର୍ ପ୍ଲାନ୍ । ପୂର୍ବରୁ କାହାର ଯଦି କେସ୍ ଅଛି, ତା ହେଲେ ହୋଇଯାଆନ୍ତୁ ସାବଧାନ ? ଯଦି କେହି ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ଉପରେ ରହିବ କଡ଼ା ନଜର । ଥାନାରେ ହାଜିରା ସେମାନେ ଦେଉଛନ୍ତି ନା ନାହିଁ ତାକୁ ନେଇ ବି କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିଛି କମିଶନରେଟ ପୋଲିସ । ଯଦି କେହି ଅପରାଧୀ ହାଜିରା ଦେଉନହାନ୍ତି, ତାହେଲେ ଖୁବଶୀଘ୍ର ସେମାନଙ୍କୁ ଉଠାଇପାରେ ପୋଲିସ ।
ଦଶହରାରେ ବାହାରେ ବଦଳରେ ଜେଲ ହାଜତରେ କଟିପାରେ ଦିନ । ଏକାଧିକଙ୍କୁ ତଡ଼ିପାର କରାଯାଇଥିବା ବେଳେ ଆହୁରି ୩୦ ଜଣଙ୍କ ଲିଷ୍ଟ ପ୍ରସ୍ତୁତ ସରିଛି । କିଛି ଦୁର୍ଦ୍ଦାନ୍ତଙ୍କୁ NSAରେ ବୁକ୍ କରାଯାଇଛି । ରାଜ୍ୟସାରା କୁଖ୍ୟାତ ଅପରାଧୀଙ୍କୁ ଦମନ ପାଇଁ ଓଡ଼ିଶା ପୋଲିସ ଓ ସ୍ପେଶାଲ ଟାସ୍କଫୋର୍ସ କାମ କରୁଥିବା ବେଳେ ଟ୍ବିନ୍ ସିଟିରେ ଏହାକୁ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ।
କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି କ୍ଲିନ୍ ସୁଇପ୍ ଅପରେସନରେ କିଛି ନିଶା ମାଫିଆଙ୍କ ନାଁ ହିଟ୍ ଲିଷ୍ଟରେ ରହିଛି । ସେପଟେ ପାର୍ବଣ ପୂର୍ବରୁ ରୀତିମତ ଭାବେ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ରୋକିବା ପାଇଁ କିଛି ଦିନ ହେବ ଦିନ ରାତ୍ରି ସବୁବେଳେ ପଡୁଛି ଅଚାନକ ରେଡ୍ । ପାର୍ବଣ ବେଳେ ଦେହ ବେପାର ଚଳାଉଥିବା ଦେହଜୀବୀ ଓ ଦଲାଲଙ୍କ ଉପରେ ବି ଲଗାମ ଲଗାଇବାକୁ ପ୍ଲାନ୍ ଆରମ୍ଭ କରିଛି କମିଶନରେଟ ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories