Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Hindu Killed / ନିର୍ବାଚନ ପୂର୍ବରୁ ଗଡ଼ୁଛି ମୁଣ୍ଡ; ୩୬ ଦିନରେ ୧୨ ଜଣ ସଂଖ୍ୟାଲଘୁଙ୍କୁ ହତ୍ୟା

Sushanta Sahoo
Browse all articles by Sushanta Sahoo
·6 months ago·3 min read
ନିର୍ବାଚନ ପୂର୍ବରୁ ଗଡ଼ୁଛି ମୁଣ୍ଡ;  ୩୬ ଦିନରେ ୧୨ ଜଣ ସଂଖ୍ୟାଲଘୁଙ୍କୁ ହତ୍ୟା
12 Minority Hindus Killed in Bangladesh Ahead of Elections

Key Points

୩୬ ଦିନ ମଧ୍ୟରେ ବର୍ବର ମୁସଲିମ ମୌଳବାଦୀଙ୍କ ଶିକାର ହୋଇଛନ୍ତି ୧୨ ଜଣ ସଂଖ୍ୟାଲଘୁ । ଆସନ୍ତା ଫେବ୍ରୁଆରୀରେ ନିର୍ବାଚନ ହେବାକୁ ଯାଉଥିବାବେଳେ ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁଙ୍କୁ ମିଳୁନି ନ୍ୟାୟ ।
ଢାକା: ପଡ଼ୋଶୀ ବାଂଲାଦେଶରେ ଅସହାୟ ହୋଇ ପଡ଼ିଛନ୍ତି ହିନ୍ଦୁ । ୩୬ ଦିନ ମଧ୍ୟରେ ବର୍ବର ମୁସଲିମ ମୌଳବାଦୀଙ୍କ ଶିକାର ହୋଇଛନ୍ତି ୧୨ ଜଣ ସଂଖ୍ୟାଲଘୁ । ଆସନ୍ତା ଫେବ୍ରୁଆରୀରେ ନିର୍ବାଚନ ହେବାକୁ ଯାଉଥିବାବେଳେ ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁଙ୍କୁ ମିଳୁନି ନ୍ୟାୟ । ସଂଖ୍ୟାଲଘୁ ହିନ୍ଦୁ ବାରମ୍ବାର ମୁସଲିମ୍ ମୌଳବାଦୀଙ୍କ ଆକ୍ରୋଶର ଶିକାର ହେଉଥିଲେ ବି ଚେଇଁ ଶୋଇଛି ମଧ୍ୟବର୍ତ୍ତୀକାଳୀନ ସରକାର ।

ଶନିବାର ସମୀର ଦାସ ନାମକ ଜଣେ ଅଟୋ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିବାର ୨୪ ଘଣ୍ଟା ପୂରିବା ପୂର୍ବରୁ ଚିତାଗଙ୍ଗରେ ପୋଲିସ କଷ୍ଟୋଡିରେ ହିନ୍ଦୁ ରାଜନେତା ତଥା ଲୋକପ୍ରିୟ ସଂଗୀତଜ୍ଞ ପ୍ରଳୟ ଚକିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଂଲାଦେଶ ସ୍ଥିତି ଉପରେ କଡ଼ା ନଜର ରଖା ଯାଇଥିବା କହିଛନ୍ତି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ ।

ଏଥିସହ ପଢ଼ନ୍ତୁ: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ

ଅନ୍ତରୀଣ ସରକାରର ଶିଥିଳ କାର୍ଯ୍ୟାନୁଷ୍ଠାନ ମୌଳବାଦୀଙ୍କୁ ପରୋକ୍ଷରେ ହିଂସା ପାଇଁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ତେଜୁଛି । ହିଂସାାକାଣ୍ଡରେ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା । ୨ ଦିନ ପୂର୍ବରୁ ମୌଳବାଦୀଙ୍କ ଚକ୍ରାନ୍ତରେ ଫସି ଜୀବନ ହରାଇଛନ୍ତି ଆଉ ଜଣେ ହିନ୍ଦୁ । ଶନିବାର ସମୀର ଦାସ ନାମକ ଜଣେ ଅଟୋ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିବାର ୨୪ ଘଣ୍ଟା ପୂରିବା ପୂର୍ବରୁ ଚିତାଗଙ୍ଗରେ ପୋଲିସ କଷ୍ଟୋଡିରେ ହିନ୍ଦୁ ରାଜନେତା ତଥା ଲୋକପ୍ରିୟ ସଂଗୀତଜ୍ଞ ପ୍ରଳୟ ଚକିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଗୋଟିଏ ଦିନ ପୂର୍ବରୁ ଚଟଗାମ୍ ଅଞ୍ଚଳରେ ୨୮ ବର୍ଷୀୟ ଅଟୋ ରିକ୍ସା ଡ୍ରାଇଭର ସମୀରଙ୍କୁ ପ୍ରଥମେ ମାଡ଼ ମାରିବା ସହ ଛୁରି ଭୁସି ହତ୍ୟା କରାଯାଇଥିଲା । ଗତ ୩୬ ଦିନରେ ଇସଲାମ କଟ୍ଟରପନ୍ଥୀ ମାନେ ୧୨ ଜଣ ହିନ୍ଦୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲାଂଦେଶ ସ୍ଥିତିକୁ ନେଇ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ନିଷ୍ପତ୍ତି ଉପରେ କଡ଼ା ନଜର ରହିଥିବା କହିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ ।

ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ପୋଲିସ ଓ ପ୍ରଶାସନ । ବାଂଲାଦେଶରେରେ ସଂଖ୍ୟାଲଘୁଙ୍କୁ ହତ୍ୟା ମାମଲାରେ ଏଯାଏଁ ହୋଇ ନାହିଁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଧାର୍ମିକ ଅସହିଷ୍ଣୁତାର ଶିକାର ହେଉଥିବା ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ୟୁନୁସ ସରକାର ।

ପ୍ରତିବାଦରେ ଲକ୍ଷ୍ନୌ, କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନ ପକ୍ଷରୁ ହୋଇଛି ଜୋରଦାର ବିକ୍ଷୋଭ । ଏବେ ନଜର ପକାନ୍ତୁ ବାଂଲାଦେଶରେ ଗତ ୩୬ ଦିନ ମଧ୍ୟରେ ଜୀବନ ହରାଇଥିବା ୧୨ ଜଣ ହିନ୍ଦୁଙ୍କ ଉପରେ

୧୧ ଜାନୁଆରୀ ୨୦୨୬
ବାଂଲାଦେଶର ଚିତାଗଙ୍ଗରେ ପ୍ରଳୟ ଚକି ନାମକ ରାଜନେତା ଓ ସଂଗୀତଜ୍ଞଙ୍କୁ ପୋଲିସ କଷ୍ଟୋଡି ଭିତରେ ହତ୍ୟା

୧୦ ଜାନୁଆରୀ ୨୦୨୬
ଚଟଗାମ୍ ଅଞ୍ଚଳରେ ସମୀର ଦାସ ନାମକ ଜଣେ ଅଟୋ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା

୬ ଜାନୁଆରୀ ୨୦୨୬
ନରସିଂଗଡ଼ି ଜିଲ୍ଲାରେ ଏକ ଗ୍ରୋସରୀ ଦୋକାନରେ କାମ କରୁଥିବା ଶରତ ମନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା

୫ ଜାନୁଆରୀ ୨୦୨୬
ଜଶୋର ଜିଲ୍ଲାରେ ରାଣା ପ୍ରତାପ ଗୌରବ ନାମକ ହିନ୍ଦୁ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

୩ ଜାନୁଆରୀ ୨୦୨୬
ଡିସେମ୍ବର ୩୧ରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଜୀଅନ୍ତା ଜାଳି ଦିଆଯାଇଥିବା ହିନ୍ଦୁ ବ୍ୟବସାୟୀ ଖୋକୋନ ଦାସଙ୍କ ଜାନୁଆରୀ ୩ ତାରିଖରେ ଢାକାର ନ୍ୟାସନାଲ ବର୍ଣ୍ଣ ଇନଷ୍ଟିଚ୍ୟୁଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

୨୯ ଡିସେମ୍ବର ୨୦୨୫
ମୟମ ସିଂହ ଜିଲ୍ଲାରେ ୪୦ ବର୍ଷୀୟ ବିଜେନ୍ଦ୍ର ବିଶ୍ୱାସଙ୍କୁ ମଧ୍ୟ ହତ୍ୟା କରିଥିଲେ ମୁସଲିମ ମୌଳବାଦୀ

୨୫ ଡିସେମ୍ବର ୨୦୨୬

କାଲିମୋହର ୟୁନିଅନର ହୁସେନଡାଙ୍ଗା ଅଞ୍ଚଳରେ ୨୯ ବର୍ଷୀୟ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ପିଟିପିଟି ହତ୍ୟା

୧୮ ଡିସେମ୍ବର ୨୦୨୫

ମୈମନସିଂ ଜିଲ୍ଲାରେ କଠୋରପନ୍ଥୀ ମୁସଲମାନ ଗୋଷ୍ଠୀ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରିଥିଲେ

୧୨ ଡିସେମ୍ବର ୨୦୨୫
ହିନ୍ଦୁ ଅଟୋରିକ୍ସା ଡ୍ରାଇଭର ସନ୍ତୋଷ ଦାସଙ୍କୁ ଗଳା କାଟି ହତ୍ୟା କରିଥିଲେ ମୁସଲମାନ ମୌଳବାଦୀ ଗୋଷ୍ଠୀ

୭ ଡିସେମ୍ବର ୨୦୨୫
ବାଂଲା ମୁକ୍ତିଯୁଦ୍ଧରେ ସାମିଲ ୭୫ ବର୍ଷୀୟ ଯୋଗେଶ ଚନ୍ଦ୍ର ରାୟ ଓ ତାଙ୍କ ପତ୍ନୀ ସୁବର୍ଣ୍ଣା ରାୟଙ୍କୁ ରଙ୍ଗପୁରରେ ଥିବା ଘରେ ହତ୍ୟା କରିଥିଲେ ମୌଳବାଦୀ

୨ ଡିସେମ୍ବର ୨୦୨୫
୩୫ ବର୍ଷୀୟ ହିନ୍ଦୁ ମାଛ ବ୍ୟବସାୟୀ ଉତ୍ପଳ ସରକାରଙ୍କୁ ଫରିଦପୁରରେ ହତ୍ୟା କରିଥିଲେ ମୁସଲମାନ କଠୋରପନ୍ଥୀ ଗୋଷ୍ଠୀ

୨ ଡିସେମ୍ବର ୨୦୨୫
ନରସିଂଗଡ଼ି ଜିଲ୍ଲା ରାୟପୁରରେ ସୁନା ବ୍ୟବସାୟୀ ପ୍ରନ୍ତୋଷ କର୍ମକାରଙ୍କୁ ହତ୍ୟା କରିଥିଲେ ତଥାକଥିତ ମୁସଲମାନ ମୌଳବାଦୀ ଗୋଷ୍ଠୀ

ଏଥିସହ ପଢ଼ନ୍ତୁ: ୪୫ ଦିନରେ ଆସିବ ପରୀକ୍ଷା ଫଳ; ଅନଲାଇନ୍‌ରେ ହୋଇପାରେ ଖାତା ଦେଖା

କେତେବେଳେ ପିଟିପିଟି ତ କେତେବେଳେ ଛୁରୀ ଭୁସି ହିନ୍ଦୁ ଯୁବକକୁ ହତ୍ୟା କରି ଆତଙ୍କ ଖେଳାଉଛନ୍ତି ମୌଳବାଦୀ । ୨୦୨୪ ଅଗଷ୍ଟରେ ପିଏମ୍ ଶେଖ ହସିନା ଗାଦିଚ୍ୟୁତ୍ ହେବାପରଠୁ ଦାୟିତ୍ଵରେ ଥିବା ମଧ୍ୟବର୍ତ୍ତୀକାଳୀନ ସରକାର ହିନ୍ଦୁଙ୍କୁ ନ୍ୟାୟ ଦେବା ତ ଦୂରର କଥା ସୁରକ୍ଷା ଆଶ୍ଵାସନା ମଧ୍ୟ ଦେଉନାହାନ୍ତି । ଥରେ କି ଦୁଇ ଥର ନୁହେଁ, ହିନ୍ଦୁଙ୍କ ଉପରେ ହେଉଛି ଲଗାତାର ଆକ୍ରମଣ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pre-Election Violence in Bangladesh Claims Minority Lives | Argus News | Argus News