Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Plus Two Result / ୪୫ ଦିନରେ ଆସିବ ପରୀକ୍ଷା ଫଳ; ଅନଲାଇନ୍‌ରେ ହୋଇପାରେ ଖାତା ଦେଖା

Sushanta Sahoo
Browse all articles by Sushanta Sahoo
·6 months ago·2 min read
୪୫ ଦିନରେ ଆସିବ ପରୀକ୍ଷା ଫଳ; ଅନଲାଇନ୍‌ରେ ହୋଇପାରେ ଖାତା ଦେଖା
Big Update for Plus Two Students

Key Points

ଚଳିତ ବର୍ଷ ସବୁ ବିଭାଗର ଉତ୍ତର ଖାତା ଅନଲାଇନ୍ ମୂଲ୍ୟାୟନ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ବଜେଟ୍‌ରେ ବ୍ୟବସ୍ଥା ହେଲେ ଏଭଳି ବ୍ୟବସ୍ଥା ଗ୍ରାହଣ କରାଯିବ ।
ଭୁବନେଶ୍ଵର: ଅନଲାଇନ ହୋଇପାରେ ଯୁକ୍ତ ୨ ଖାତା ଦେଖା । ଚଳିତ ବର୍ଷ ସବୁ ବିଭାଗର ଉତ୍ତର ଖାତା ଅନଲାଇନ୍ ମୂଲ୍ୟାୟନ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ବଜେଟ୍‌ରେ ବ୍ୟବସ୍ଥା ହେଲେ ଏଭଳି ବ୍ୟବସ୍ଥା ଗ୍ରାହଣ କରାଯିବ । ଖାତା ମୂଲ୍ୟାୟନ ଅନଲାଇନରେ ହେଲେ ସ୍ଵଚ୍ଛତା ଓ ସଠିକ୍ ସମୟରେ ରେଜଲ୍ଟ ପ୍ରକାଶ ପାଇ ପାରିବ ।

ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ହୋଇପାରେ ଅନଲାଇନ୍ ପ୍ରଶ୍ନପତ୍ର ମୂଲ୍ୟାୟନ । ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚା ୨୫ ଯାଏ ଚାଲିବ ଯୁକ୍ତ ୨ ପରୀକ୍ଷା । ପରୀକ୍ଷା ପରେ ଫଳ ସଠିକ୍ ସମୟରେ ପ୍ରକାଶ ନେଇ ସବୁବେଳେ CHSEକୁ ଥାଏ ବଡ଼ ଚ୍ୟାଲେଞ୍ଜ । ଯାହାକୁ ନେଇ ଏଥର ଆଉ ଏକ ପଦକ୍ଷେପ ନେବାର ଯୋଜନା ରଖିଛି କାଉନସିଲ୍ ।

ଏଥିସହ ପଢ଼ନ୍ତୁ: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ

ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ଅନଲାଇନ୍ ମାଧ୍ୟମରେ ମୂଲ୍ୟାୟନ ହେଉଛି । ଚଳିତ ଥର କଳା ବିଭାଗର ଏଭଳି ପ୍ରକ୍ରିୟା ନେବାକୁ କାଉନସିଲ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଅନଲାଇନ୍ ମୂଲ୍ୟାୟନରେ ଯେତିକି ଚ୍ୟାଲେଞ୍ଜ ଅଛି ସେତିକି ପରୀକ୍ଷାର୍ଥୀଙ୍କ ପାଇଁ ଫାଇଦା ରହିଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ।

ଅନଲାଇନ୍ ମୂଲ୍ୟାୟନ ଦ୍ଵାରା ସ୍ଵଚ୍ଛତା ବଜାୟ ରହିବ । ଠିକ୍ ସମୟରେ ଅର୍ଥାତ୍ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ସହ କୌଣସି ଜିଲ୍ଲାରେ ଶିକ୍ଷକଙ୍କ ଅସୁବିଧା ରହିଲେ ଯେ କୌଣସି ସ୍ଥାନରୁ ଅନଲାଇନ୍ ମୂଲ୍ୟାୟନ କମ୍ପ୍ୟୁଟର୍ ମାଧ୍ୟମରେ କରାଯାଇ ପାରିବ ।

ଏଥିସହ ପଢ଼ନ୍ତୁ: ନିଜ ଅସ୍ତିତ୍ୱ ବଞ୍ଚାଇବାକୁ BJD ନେତା ଖେଳିଲେଣି ଚାଲ୍ !

କମ୍ ସମୟ ମଧ୍ୟରେ ପରୀକ୍ଷାର୍ଥୀଙ୍କ ଅନ୍ୟ ସ୍ଥାନରେ ଆଡମିଶନ ପାଇଁ ପିଡିଏଫ୍ ମଧ୍ୟ ଖୁବଶୀଘ୍ର ମିଳିପାରିବ । ଏହା ସହ ଖାତା ଦେଖିବା ପାଇଁ ସମୟ ସୀମା କମ୍ ରହିବ । ତ୍ରୁଟି ବିହୀନ ବା ତ୍ରୁଟି ଶୂନ୍ୟ ରେଜଲ୍ଟ ପାଇଁ ଅନଲାଇନ୍ ମୂଲ୍ୟାୟନ ଭଲ ବିକଳ୍ପ ବୋଲି କହିଛନ୍ତି କାଉନସିଲ୍ କର୍ତ୍ତୃପକ୍ଷ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Plus Two Result in 45 Days, Online Evaluation Likely | Argus News | Argus News