Temple Vandalism / ମନ୍ଦିରରେ ପଶି ଭଙ୍ଗାରୁଜାକୁ ନେଇ ହିଂସା; ହାଇଦ୍ରାବାଦରୁ ୧୧ ଗିରଫ
·2 months ago·2 min read

Key Points
ଜାନୁଆରୀ ୧୯ ତାରିଖ ବିଳମ୍ବିତ ରାତିରେ ଅଜଣା ଦୁର୍ବୃତ୍ତ ମନ୍ଦିର ଭଙ୍ଗାରୁଜା କରିଥିଲେ । ମ୍ୟାସମ୍ମା ମନ୍ଦିର ବାରଣ୍ଡାରେ ଥିବା ଛୋଟ ଛୋଟ ମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ ।
ହାଇଦ୍ରାବାଦ: ମନ୍ଦିରରେ ପଶିଲେ ମନଇଚ୍ଛା ଭଙ୍ଗାରୁଜା କଲେ । ମନ୍ଦିର ଭଙ୍ଗାରୁଜା ପରେ ହିଂସା ସୃଷ୍ଟି ହୋଇଥିଲା । ମନ୍ଦିର ଭଙ୍ଗାରୁଜା, ହିଂସା ମାମଲାରେ ହାଇଦ୍ରାବାଦ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି ।
ପୁରଣପୁଲ୍ ଅଞ୍ଚଳର ମଜରରେ ଜାନୁଆରୀ ୧୯ ତାରିଖ ବିଳମ୍ବିତ ରାତିରେ ଅଜଣା ଦୁର୍ବୃତ୍ତ ମନ୍ଦିର ଭଙ୍ଗାରୁଜା କରିଥିଲେ । ମ୍ୟାସମ୍ମା ମନ୍ଦିରରେ ଲାଗିଥିବା ଫ୍ଲେକ୍ସ ବ୍ୟାନର ଚିରି ଫିଙ୍ଗିଦେବା ସହ ମନ୍ଦିର ବାରଣ୍ଡାରେ ଥିବା ଛୋଟ ଛୋଟ ମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ ।
ଏଥିସହ ପଢ଼ନ୍ତୁ: ଜିଲ୍ଲାପାଳଙ୍କ ବଡ଼ ପଣ; ଗରିବଙ୍କୁ ସାହାଯ୍ୟ ପାଇଁ ନେବାକୁ ମନା କରିଦେଲେ ଦରମା
ତେବେ ମନ୍ଦିରର ମୁଖ୍ୟ ପ୍ରତିମାକୁ ଦୁର୍ବୃତ୍ତ ଛୁଇଁ ନଥିବା ପୋଲିସ ସ୍ପଷ୍ଟ କରିଥିଲା । ମନ୍ଦିରରେ ପଶି ଭଙ୍ଗାରୁଜା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଏକ ଗୋଷ୍ଠୀ ଅନ୍ୟ ସମ୍ପ୍ରଦାୟର ଚିଲ୍ଲା/ମଜର ଉପରେ ଆକ୍ରମଣ କରିଥିଲେ ।
ଆକ୍ରମଣ ସମୟରେ ସାମ୍ପ୍ରଦାୟିକ ଓ ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ୍ ମଧ୍ୟ ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ପହଞ୍ଚିଥିବା ବେଳେ ଲୋକମାନେ ପୋଲିସକୁ ବି ଆକ୍ରମଣ କରିଥିଲେ । ଯେଉଁଥିରେ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।
ପରେ ପୋଲିସ ଅଧିକ ଫୋର୍ସ ମୁତୟନ କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ମନ୍ଦିରରେ ଭଙ୍ଗାରୁଜା ଓ ହିଂସାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା । ୧୬ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲା ।
ସେବେଠୁ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଥିଲା ପୋଲିସ । ସିସିଟିଭି ପୋଲିସ ବିଶ୍ଲେଷଣ ପରେ ପୋଲିସ ଏବେ ଆଉ ୧୧ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।
ସମସ୍ତଙ୍କ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନା ମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭଙ୍ଗାରୁଜା ଓ ହିଂସାରେ ସାମିଲ୍ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଲାଗି ପୋଲିସ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।
ମନ୍ଦିରରେ ଭଙ୍ଗାରୁଜା ଓ ପରବର୍ତ୍ତୀ ହିଂସା ପରେ ପୋଲିସ ପାଟ୍ରୋଲିଂକୁ ବଢ଼ାଇ ଦେଇଥିବା କହିଛନ୍ତି ହାଇଦ୍ରାବାଦ ପୋଲିସ କମିଶନ । ସେ କହିଛନ୍ତି, "ସହରର ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଉଛି । କାମତିପୁରା ଏବଂ ବାହାଦୂରାପୁରା ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖିଛୁ ।"
ଏଥିସହ ପଢ଼ନ୍ତୁ: ମନ୍ଦିର ଓ ଘରେ ପୂଜା କରିବାର ଫଳ ହୋଇଥାଏ କି ଭିନ୍ନ ? ଜାଣନ୍ତୁ କ'ଣ କହିଲେ ପ୍ରେମାନନ୍ଦ ମହାରାଜ...
ହିଂସା ପରେ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଏବଂ ତେଲଙ୍ଗାନା ବିଜେପି ସଭାପତି ରାମଚନ୍ଦ୍ର ରାଓ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବିଜେପି କହିଛି, "ତେଲଙ୍ଗାନାର କଂଗ୍ରେସ ସରକାର ହିନ୍ଦୁ ମନ୍ଦିରକୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ।"
ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ତେଲଙ୍ଗାନା ପୋଲିସ ସମସ୍ତଙ୍କୁ ନିବେଦନ କରିଛି । ଗୁଜବଠାରୁ ଦୂରେଇ ରହିବାକୁ କହିଛି । ଏବେ ହିଂସା ମାମଲାରେ ପୋଲିସର ଗିରଫଦାରୀକୁ ନେଇ ରାଜନୈତିକ ପ୍ରତିବାଦ ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

Deity of Goddess and Shivaji dhwaj were desecrated in Puranapul, Hyderabad.
— BJP Telangana (@BJP4Telangana) January 15, 2026
An organized and systematic desecration of Hindu temples is underway in Telangana.
Congress government to protect its vote bank has allowed these extremist forces to take over the state. pic.twitter.com/NjvwxSk2it
ପରେ ପୋଲିସ ଅଧିକ ଫୋର୍ସ ମୁତୟନ କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ମନ୍ଦିରରେ ଭଙ୍ଗାରୁଜା ଓ ହିଂସାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା । ୧୬ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲା ।
ସେବେଠୁ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଥିଲା ପୋଲିସ । ସିସିଟିଭି ପୋଲିସ ବିଶ୍ଲେଷଣ ପରେ ପୋଲିସ ଏବେ ଆଉ ୧୧ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।
ସମସ୍ତଙ୍କ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନା ମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭଙ୍ଗାରୁଜା ଓ ହିଂସାରେ ସାମିଲ୍ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଲାଗି ପୋଲିସ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।
ମନ୍ଦିରରେ ଭଙ୍ଗାରୁଜା ଓ ପରବର୍ତ୍ତୀ ହିଂସା ପରେ ପୋଲିସ ପାଟ୍ରୋଲିଂକୁ ବଢ଼ାଇ ଦେଇଥିବା କହିଛନ୍ତି ହାଇଦ୍ରାବାଦ ପୋଲିସ କମିଶନ । ସେ କହିଛନ୍ତି, "ସହରର ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଉଛି । କାମତିପୁରା ଏବଂ ବାହାଦୂରାପୁରା ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖିଛୁ ।"
ଏଥିସହ ପଢ଼ନ୍ତୁ: ମନ୍ଦିର ଓ ଘରେ ପୂଜା କରିବାର ଫଳ ହୋଇଥାଏ କି ଭିନ୍ନ ? ଜାଣନ୍ତୁ କ'ଣ କହିଲେ ପ୍ରେମାନନ୍ଦ ମହାରାଜ...
ହିଂସା ପରେ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଏବଂ ତେଲଙ୍ଗାନା ବିଜେପି ସଭାପତି ରାମଚନ୍ଦ୍ର ରାଓ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବିଜେପି କହିଛି, "ତେଲଙ୍ଗାନାର କଂଗ୍ରେସ ସରକାର ହିନ୍ଦୁ ମନ୍ଦିରକୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ।"
ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ତେଲଙ୍ଗାନା ପୋଲିସ ସମସ୍ତଙ୍କୁ ନିବେଦନ କରିଛି । ଗୁଜବଠାରୁ ଦୂରେଇ ରହିବାକୁ କହିଛି । ଏବେ ହିଂସା ମାମଲାରେ ପୋଲିସର ଗିରଫଦାରୀକୁ ନେଇ ରାଜନୈତିକ ପ୍ରତିବାଦ ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories