|
logo
Live
Argus News App
GET APP

Argus News - ଜିଲ୍ଲାପାଳଙ୍କ ବଡ଼ ପଣ; ଗରିବଙ୍କୁ ସାହାଯ୍ୟ ପାଇଁ ନେବାକୁ ମନା କରିଦେଲେ ଦରମା

National

Collector Refuses Salary / ଜିଲ୍ଲାପାଳଙ୍କ ବଡ଼ ପଣ; ଗରିବଙ୍କୁ ସାହାଯ୍ୟ ପାଇଁ ନେବାକୁ ମନା କରିଦେଲେ ଦରମା

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଜିଲ୍ଲାପାଳଙ୍କ ବଡ଼ ପଣ; ଗରିବଙ୍କୁ ସାହାଯ୍ୟ ପାଇଁ ନେବାକୁ ମନା କରିଦେଲେ ଦରମା
District Collector Refuses Salary

Key Points

ଲୋକେ ବ୍ଲକରୁ ସଦର ମହକୁମା ଦୌଡୁଛନ୍ତି । ବିଡିଓଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କୁ କାକୁତି ମିନତି ହେଉଛନ୍ତି । ପ୍ରତିଶ୍ରୁତି ମିଳୁଛି, ହେଲେ କାଗଜରେ ଅଟକି ଯାଉଛି କାମ ।
ନୂଆଦିଲ୍ଲୀ: ସମାଜରେ ଗରିବୀ ରହିଛି । ଏବେବି ଲୋକେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ହାତ ପାତୁଛନ୍ତି । ଘର ଖଣ୍ଡିଏ ପାଇଁ ଦୌଡ଼ି ଦୌଡ଼ି ଗୋଡ଼ ଘୋରି ହୋଇଗଲାଣି । କିନ୍ତୁ ଘର ଖଣ୍ଡିଏ ହୋଇ ପାରୁନି । ଗରିବ ଗୁରୁବାଙ୍କ ଲାଗି ସରକାରଙ୍କ ଅନେକ ଜନହିତକର ଯୋଜନା ରହିଥିଲେ ବି ସେମାନଙ୍କୁ ଲାଭ ମିଳୁନି ।

ଯାହାକୁ ନେଇ ଲୋକେ ବ୍ଲକରୁ ସଦର ମହକୁମା ଦୌଡୁଛନ୍ତି । ବିଡିଓଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କୁ କାକୁତି ମିନତି ହେଉଛନ୍ତି । ପ୍ରତିଶ୍ରୁତି ମିଳୁଛି, ହେଲେ କାଗଜରେ ଅଟକି ଯାଉଛି କାମ । ଏଭଳି ସ୍ଥଳେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ରାଜସ୍ଥାନ ରାଜସମନ୍ଦ ଜିଲ୍ଲାପାଳ ଅରୁଣ କୁମାର ହସିଜା ।

ଏଥିସହ ପଢ଼ନ୍ତୁ: ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ

ଗରିବଙ୍କୁ ସେମାନଙ୍କ ହକ୍ ଓ ନାର୍ଯ୍ୟ ଅଧିକାର ଯୋଗାଇ ଦେବା ପାଇଁ ସେ ପଣ କରିଛନ୍ତି । ରାଜସମନ୍ଦ ଜିଲ୍ଲାପାଳ ଅରୁଣ କୁମାର ହସିଜା ଘୋଷଣା କରିଛନ୍ତି, "ଯେ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀ ସରକାରୀ ଯୋଜନାରେ ଯୋଡ଼ି ହୋଇ ନାହାନ୍ତି, ମୁଁ ସେ ପର୍ଯ୍ୟନ୍ତ ଦରମା ନେବି ନାହିଁ ।"

ରାଜସମନ୍ଦ ଜିଲ୍ଲାପାଳ କହିଛନ୍ତି, ଗରିବଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ ନ କରିବା ପର୍ଯ୍ୟନ୍ତ ଜାନୁଆରୀ ମାସର ଦରମା ନେବି ନାହିଁ । ବିଭିନ୍ନ ଅଧିକାରୀ ଜାନୁଆରୀ ୩୧ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ୍ କରିବାକୁ ଆଶ୍ଵାସନା ଦେଇଥିବା ଜିଲ୍ଲାପାଳ କହିଛନ୍ତି ।

ଜିଲ୍ଲାପାଳ ଅରୁଣ କୁମାର ହସିଜା କହିଛନ୍ତି, "ମୁଁ ଜାଣିଛି ଆମ ଦରମା ମିଳିବାରେ ୧୦ ଦିନ ବିଳମ୍ବ ହେଲେ ଆମେ କେତେ ବିଚଳିତ ହୋଇ ପଡ଼ୁଛେ । ସମସ୍ତ ବ୍ୟକ୍ତିଙ୍କ ଜୀବନ ସେମାନଙ୍କ ଆୟ ଉପରେ ନିର୍ଭର । ଛୁଆଙ୍କ ସ୍କୁଲ୍ ଫି ହେଉ କି ମାସିକ କିସ୍ତି ଅଥବା କ୍ରେଡିଟ୍ କାର୍ଡ ବିଲ୍ ।"

ସେ କହିଛନ୍ତି, "ମୋର ସହଯୋଗୀଙ୍କୁ ମୁଁ ଅନୁଭବ କରାଇବାକୁ ଚାହୁଁଥିଲି ଯେ ଦରମା ୧୦ ଦିନ ବିଳମ୍ବରେ ଆସିଲେ କେତେ ପ୍ରଭାବ ପଡ଼େ । ଥରେ ଭାବନ୍ତୁ ସେହି ଗରିବଙ୍କ କଥା ଯାହାଙ୍କୁ ସରକାର ମାସିକ ମାତ୍ର ୧୫୦୦ ଟଙ୍କା ଦେଉଛନ୍ତି । ଯଦି ସେହି ଟଙ୍କା ୩ ମାସ ଯାଏ ନ ମିଳିବ... ସେଥିପାଇଁ ମୁଁ ଏଭଳି ଶପଥ ନେଇଛି ।"

ଏଥିସହ ପଢ଼ନ୍ତୁ: 'ସାପ' ସହ ୨ ଘଣ୍ଟା AC କୋଚ୍‌ରେ ଖେଳୁଥିଲା ଛୁଆ; ସିଟ୍ ତଳକୁ ଖସିବାରୁ ସମସ୍ତେ ଛାନିଆ

ବ୍ୟକ୍ତିଗତ ଜୀବନର ଅନୁଭବକୁ ନେଇ ଜିଲ୍ଲାପାଳ କହିଛନ୍ତି, "୧୯୪୭ ବିଭାଜନ ସମୟରେ ପିତାମାତା ଭାରତ ଚାଲି ଆସିଥିଲେ । ଆମେ ସେତେବେଳେ ସବୁକିଛି ଛାଡ଼ି ପଳାଇ ଆସିଥିଲୁ । ମୋଠୁ ଅଧିକ କେହି ବୁଝି ପାରିବେନି ଅଭାବ କ'ଣ ?"

ଏବେ ରାଜସମନ୍ଦ ଜିଲ୍ଲାରେ ପ୍ରାୟ ୩୦ ହଜାର ବ୍ୟକ୍ତି ଗରିବ ସୀମା ରେଖା ତଳେ ଅଛନ୍ତି । ସେମାନଙ୍କ ପାଇଁ ସରକାର ମୁଖ୍ୟତଃ ୩ଟି ଯୋଜନା କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ କିମ୍ବା ଗହମ ମିଳୁଛି । ଅନାଥ ଛୁଆଙ୍କ ପାଇଁ ପାଳନହାର ଯୋଜନା ରହିଛି । ଏକୁଟିଆ ମହିଳା, ବିଧବା ଓ ବରିଷ୍ଠଙ୍କୁ ଭତ୍ତା ମିଳୁଛି । ଯାହାକି ବେଶ ଜରୁରୀ ବୋଲି କହିଛନ୍ତି ଜିଲ୍ଲାପାଳ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Collector Refuses Salary: ଜିଲ୍ଲାପାଳଙ୍କ ବଡ଼ ପଣ; ଗରିବଙ୍କୁ ସାହାଯ୍ୟ ପାଇଁ ନେବାକୁ ମନା କରିଦେଲେ ଦରମା | Argus News