Mali Kidnapping / ମାଲେରେ ଭାରତୀୟ ହୀରା ବ୍ୟବସାୟୀଙ୍କୁ ଅପହରଣ; ₹୪୪ କୋଟି ଦେବା ପରେ ଛାଡ଼ିଲେ
·1 hour ago·2 min read

Key Points
ମାଲିରେ ଭାରତୀୟ ହୀରା ବ୍ୟବସାୟୀଙ୍କୁ ଅପହରଣ । ୪୪ କୋଟି ଟଙ୍କା ଦେବା ପରେ ମୁକ୍ତ କଲେ ଅପହରଣକାରୀ ।
ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଭାରତୀୟ ହୀରା ବ୍ୟବସାୟୀଙ୍କୁ ଅପହରଣ । ୪୪ କୋଟି ଟଙ୍କା ଦେବା ପରେ ମୁକ୍ତ କଲେ ଅପହରଣକାରୀ । ଏପ୍ରିଲ୍ ମାସରେ ଅପହରଣକାରୀ ହୀରା ବ୍ୟବସାୟୀ ଧିରୁ ରମାନୀଙ୍କୁ ଅପହରଣ କରାଯାଇଥିଲା ।
ଅପହରଣ ପରେ ମୁକ୍ତ ପାଇଁ ପ୍ରଥମେ ୧୦୦ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । କିନ୍ତୁ ଆମେରିକାରେ ରହୁଥିବା ଧିରୁଙ୍କ ପରିବାର ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ । ପରେ ଅପହରଣକାରୀ ୪୪ କୋଟି ଟଙ୍କାରେ ଛାଡ଼ିବାକୁ ରାଜି ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଜେଲ୍ ଗଲେ ପୂର୍ବତନ DFO ସଂଗ୍ରାମ ବେହେରା
ପିଟିଆଇ ଅନୁସାରେ, ପରିବାର ପକ୍ଷରୁ ଗତ ସପ୍ତାହରେ ୩ ମିଲିୟନ୍ ୟୁରୋ ଅର୍ଥାତ୍ ପ୍ରାୟ ୪୪ କୋଟି ଟଙ୍କା ଦିଆ ଯାଇଥିଲା । ଯାହା ପରେ ତାଙ୍କୁ ଛାଡ଼ି ଦେଇଛନ୍ତି ଅପହରଣକାରୀ । ଗୁଜରାଟ ଅମରେଲି ଜିଲ୍ଲାର ମୂଳ ବାସିନ୍ଦା ଧିରୁ ଏବେ ମୁକ୍ତ ପରେ ମାଲିରେ ଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି ।
୩ ମାସ ତଳେ ହୀରା ବ୍ୟବସାୟୀ ଧିରୁ ରମାନୀଙ୍କୁ ମାଲିରୁ ଅପହରଣ କରାଯାଇଥିଲା । ସୂଚନା ଅନୁସାରେ, ମାଲିରେ ଧିରୁ ରମାନୀ ନିକଟରେ ଏକ ସୁନା ଖଣି କିଣିଥିଲେ । ସୁନା ଖଣି କିଣିବା ପରେ ସେ ସେଠାରେ ରହୁଥିଲେ । ଯେତେବେଳେ କି ଧିରୁଙ୍କ ପରିବାର ଆମେରିକାରେ ରୁହନ୍ତି ।
ଧିରୁ ରମାନୀ କିଏ ?
ଗୁଜରାଟ ଅମରେଲୀ ଜିଲ୍ଲାର ଧାର ଗାଁରେ ଧିରୁ ରମାନୀଙ୍କ ଘର । ସେ ୧୯୮୦ରୁ ହୀରା ବ୍ୟବସାୟ କରି ଆସୁଛନ୍ତି । ସେ ବହୁବର୍ଷ ତଳେ ପରିବାର ସହ ଆମେରିକା ପଳାଇଥିଲେ । ସେଠାରୁ ଅନ୍ତର୍ଜାତୀୟ ସ୍ତରରେ ହୀରା କାରବାର କରୁଥିଲେ ।
ଏପ୍ରିଲ୍ରେ ଧିରୁଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଥିଲା । ସେତେବେଳେ ମାଲିର ରାଜଧାନୀ ବମାକୋ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁଥିବା ସାଧାରଣ ନାଗରିକଙ୍କ ଲାଗି ଆଡଭାଇଜରି ଜାରି କରି ସାବଧାନ ରହିବାକୁ କହିଥିଲା ।
ଏଥିସହ ପଢ଼ନ୍ତୁ: କୁଆଡ଼େ ଗଲା ୫ କୋଟି ମୂଲ୍ୟର ୪୦୦ ବର୍ଷ ପୁରୁଣା ତୋପ?
୨୫ ଏପ୍ରିଲ୍ରେ ଜାରି ଆଡଭାଇଜରିରେ କୁହାଯାଇଥିଲା, "କାଟି ଓ ମାଲି ଅଞ୍ଚଳରେ ସୁରକ୍ଷା ସ୍ଥିତିକୁ ଦେଖି ଭାରତୀୟଙ୍କୁ ଅନୁରୋଧ କରାଯାଉଛି ସତର୍କ ରୁହନ୍ତୁ । ଘର ଭିତରେ ରୁହନ୍ତୁ । ସମୟ ସମୟରେ ମାଲି ଅଧିକାରୀ ଦେଉଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories