Videos
|
Odisha

ACF Soumyaranjan Death Case / ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଜେଲ୍ ଗଲେ ପୂର୍ବତନ DFO ସଂଗ୍ରାମ ବେହେରା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଜେଲ୍ ଗଲେ ପୂର୍ବତନ DFO ସଂଗ୍ରାମ ବେହେରା
Former DFO Sangram Behera Arrested, Sent to Jail

Key Points

ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା ଜେଲ୍ ଯାଇଛନ୍ତି । ଏସଡିଜେଏମ୍‌ଙ୍କ ପରେ ଜିଲ୍ଲା ଓ ଦୌରାଜଜ ମଧ୍ୟ ସଂଗ୍ରାମଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।
ପାରଳାଖେମୁଣ୍ଡି: ଜେଲ୍ ଗଲେ ଗଜପତିର ପୂର୍ବତନ DFO । ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା ଜେଲ୍ ଯାଇଛନ୍ତି । ଏସଡିଜେଏମ୍‌ଙ୍କ ପରେ ଜିଲ୍ଲା ଓ ଦୌରାଜଜ ମଧ୍ୟ ସଂଗ୍ରାମଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।

ପାରଳାଖେମୁଣ୍ଡି SDJMଙ୍କ ନିକଟରେ ସୋମବାର ସକାଳେ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଥିଲେ ସଂଗ୍ରାମ । ଯାହା ପରେ ପୋଲିସ ସଂଗ୍ରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରାଙ୍କ ଜାମିନ ଆବେଦନ ଖାରଜ 

ଏବେ ସଂଗ୍ରାମଙ୍କୁ ପାରଳାଖେମୁଣ୍ଡି ଉପକାରାଗାରକୁ ପଠାଇ ଦିଆଯାଇଛି । ସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପଛରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଓ ଡିଏଫଓ ସଂଗ୍ରାମ ବେହେରାଙ୍କ ଷଡ଼ଯନ୍ତ୍ର ଥିବା ଏବଂ ଏଥିରେ ରୋଷେୟା ମନ୍ମଥ କୁମ୍ଭ ସହଯୋଗ କରିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ।

ଗତବର୍ଷ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଲାଗିଥିଲା ଅଦାଲତ ଝଟକା । ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ ଓଡ଼ିଶା ହାଇକୋର୍ଟ । ସୌମ୍ୟରଞ୍ଜନଙ୍ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ ।

ସେହିପରି ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ । ଏହି ସମ୍ପର୍କିତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଏଥିସହ ପଢ଼ନ୍ତୁ: CMOରୁ ଗାଏବ ନାଇଡୁ କମିଶନଙ୍କ ଫାଇଲ୍ ଖୋଜିବ କ୍ରାଇମବ୍ରାଞ୍ଚ 

ସୌମ୍ୟରଞ୍ଜନଙ୍କ ସହ କ'ଣ ଘଟିଥିଲା ?

୨୦୨୧ ଜୁଲାଇ ୧୨ ତାରିଖରେ ଏସିଏଫ ସୌମ୍ୟରଞ୍ଜନଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା । ଦୁର୍ଘଟଣାବଶତଃ ସୌମ୍ୟରଞ୍ଜନଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା । କିନ୍ତୁ ଏହି ଅଘଟଣ ଘଟୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ରକ୍ଷା କରିବା ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଥିଲା ।

ଯାହାଫଳରେ ସୌମ୍ୟରଞ୍ଜନଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ହୋଇଯାଇଥିଲା ଏବଂ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟ । ଏସିଏଫଙ୍କ ମୃତ୍ୟୁ ପରେ ତାଙ୍କ ବାପା ଡିଏଫଓ ସଂଗ୍ରାମ କେଶରୀ ବେହେରା, ବୋହୂ ବିଦ୍ୟାଭାରତୀ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: