|
logo
Live
Argus News App
GET APP

Argus News - ମରିଗଲା ମାଆର ମମତା; ସ୍ଵାମୀ ଫେରିବା ପୂର୍ବରୁ ୫ ଓ ୭ ବର୍ଷୀୟ ପୁଅର ନେଇଗଲା ଜୀବନ

Crime

Two Child Killed / ମରିଗଲା ମାଆର ମମତା; ସ୍ଵାମୀ ଫେରିବା ପୂର୍ବରୁ ୫ ଓ ୭ ବର୍ଷୀୟ ପୁଅର ନେଇଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ମରିଗଲା ମାଆର ମମତା; ସ୍ଵାମୀ ଫେରିବା ପୂର୍ବରୁ ୫ ଓ ୭ ବର୍ଷୀୟ ପୁଅର ନେଇଗଲା ଜୀବନ
When motherhood turned into horror

Key Points

ନିଜ ହାତରେ ଜନ୍ମ କଲା ୨ ନାବାଳକ ପୁଅଙ୍କୁ ମାରି ଦେଇଛି ମାଆ । ଜଣେ ଭାରତୀୟ ମହିଳା ଆମେରିକାରେ ଏଭଳି ଡବଲ୍ ମର୍ଡର କରିଛନ୍ତି ।
ନୂଆଦିଲ୍ଲୀ: ଦୁଇ ପୁଅଙ୍କୁ ହତ୍ୟା । ସ୍ଵାମୀ ନଥିବା ବେଳେ ଜୀବନ ନେଇଗଲା ସ୍ତ୍ରୀ । ନିଜ ହାତରେ ଜନ୍ମ କଲା ୨ ନାବାଳକ ପୁଅଙ୍କୁ ମାରି ଦେଇଛି ମାଆ । ଜଣେ ଭାରତୀୟ ମହିଳା ଆମେରିକାରେ ଏଭଳି ଡବଲ୍ ମର୍ଡର କରିଛନ୍ତି । ଘଟଣା ଘଟିଛି ନ୍ୟୁ ଜର୍ସିରେ...

ଖବର ଅନୁସାରେ, ସ୍ଵାମୀ ଓ ୨ ପୁଅଙ୍କୁ ନେଇ ଆମେରିକାର ନ୍ୟୁ ଜର୍ସିରେ ରହୁଥିଲେ ୩୫ ବର୍ଷୀୟ ପ୍ରିୟାଥର୍ସିନି ନଟରାଜନ । ମଙ୍ଗଳବାର ରାତିରେ ନଟରାଜନ ୨ ନାବାଳକ ପୁଅଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

ସୋମରସେଟ୍ ପ୍ରଶାସନର କହିବା ଅନୁଯାୟୀ, ଜାନୁଆରୀ ୧୩ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୪୫ ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ସେଦିନ ମୃତ ୨ ଛୁଆଙ୍କ ବାପା ୯୧୧ ନମ୍ବରରେ କଲ୍ କରି ଲ୍ ଏନଫୋର୍ସମେଣ୍ଟ ଟିମ୍‌କୁ ଅବଗତ କରାଇଥିଲେ ।

ଏଥିସହ ପଢ଼ନ୍ତୁ: 'ନିଶାରେ ଥିଲେ ଜୁବୀନ ଗର୍ଗ, ପିନ୍ଧି ନଥିଲେ ଲାଇପ୍ ଜ୍ୟାକେଟ୍'; କୋର୍ଟରେ ସିଙ୍ଗାପୁର ପୋଲିସର ବଡ଼ ଦାବି

ସନ୍ଧ୍ୟାରେ ନଟରାଜନଙ୍କ ସ୍ଵାମୀ ଅଫିସ୍ ସାରି ଘରକୁ ଫେରିବା ବେଳେ ୨ ପୁଅଙ୍କ ମୃତଦେହ ଦେଖିଥିଲେ । ୫ ଓ ୭ ବର୍ଷର ଦୁଇ ପୁଅଙ୍କ ମୃତଦେହ ଘରେ ପଡ଼ି ରହିଥିଲା । ଛୁଆଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଵାମୀ ।

ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚିବା ସହ ଦୁଇ ଛୁଆଙ୍କ ମୃତଦେହ ଶୋଇବା ଘରୁ ଉଦ୍ଧାର କରିଥିଲା । ଦୁଇ ଛୁଆଙ୍କୁ ବଞ୍ଚାଇବା ପୋଲିସ ଓ ଡାକ୍ତର ପଦକ୍ଷେପ ନେଇଥିଲେ ବି ସଫଳ ହୋଇ ନଥିଲେ ।

ଘରେ ହିଁ ଦୁଇ ଛୁଆଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ଦୁଇ ଛୁଆଙ୍କ ନାଁ ପ୍ରଶାସନ ପ୍ରକାଶ କରି ନାହିଁ । ପୋଲିସ ମାଆ ନଟରାଜନଙ୍କୁ ଗିରଫ କରିବା ସହ ହତ୍ୟା ଧାରା ଲଗାଇଛି । ତାଙ୍କ ନିକଟରୁ ଏକ ମାରଣାସ୍ତ୍ର ମିଳିଛି ।

ଏଥିସହ ପଢ଼ନ୍ତୁ: ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ

ଦୁଇ ନାବାଳକ ପୁଅଙ୍କୁ ହତ୍ୟା ପରେ ମହିଳା ଜଣଙ୍କ ସମରସେଟ୍ ଜେଲରେ ଅଛନ୍ତି । ସ୍ଥାନୀୟ ପୋଲିସ ହତ୍ୟାର ସବୁ ଦିଗକୁ ନେଇ ଛାନଭିନ୍ ଜାରି ରଖିଛି । ମୃତଦେହର ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହୋଇ ପାରିବ କିଭଳି ହେଲା ୨ ଛୁଆଙ୍କ ମୃତ୍ୟୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Two Child Killed: ମରିଗଲା ମାଆର ମମତା; ସ୍ଵାମୀ ଫେରିବା ପୂର୍ବରୁ ୫ ଓ ୭ ବର୍ଷୀୟ ପୁଅର ନେଇଗଲା ଜୀବନ | Argus News