Zubeen Garg / 'ନିଶାରେ ଥିଲେ ଜୁବୀନ ଗର୍ଗ, ପିନ୍ଧି ନଥିଲେ ଲାଇଫ୍ ଜ୍ୟାକେଟ୍'; କୋର୍ଟରେ ସିଙ୍ଗାପୁର ପୋଲିସର ବଡ଼ ଦାବି
·2 months ago·2 min read

Key Points
ଜୁବୀନ ଗର୍ଗ ଅତ୍ୟଧିକ ନିଶାଗ୍ରସ୍ତ ଥିଲେ । ଜୁବୀନ ନିଜ ଇଚ୍ଛାରେ ପହଁରିବା ଲାଗି ସମୁଦ୍ରକୁ ଡେଇଁଥିଲେ । ଏପରିକି ତାଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆ ଯାଇଥିଲେ ବି ସେ ପିନ୍ଧିବାକୁ ମନା କରି ଦେଇଥିଲେ ।
ନୂଆଦିଲ୍ଲୀ: ଭାରତୀୟ କଣ୍ଠଶିଳ୍ପୀ ଜୁବୀନ ଗର୍ଗଙ୍କୁ ହତ୍ୟା କରାଯାଇ ନାହିଁ । ଜୁବୀନଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ନଥିଲା ବରଂ ଏହା ଏକ ଦୁଃଖଦ ଦୁର୍ଘଟଣା । ବୁଧବାର ସିଙ୍ଗାପୁର ପୋଲିସ ସେଠାକାର ଏକ କୋର୍ଟରେ ଏଭଳି ମନ୍ତବ୍ୟ ଦେଇଛି ।
ସିଙ୍ଗାପୁର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି, ସେ ଦିନ ଜୁବୀନ ଗର୍ଗ ଅତ୍ୟଧିକ ନିଶାଗ୍ରସ୍ତ ଥିଲେ । ଜୁବୀନ ନିଜ ଇଚ୍ଛାରେ ପହଁରିବା ଲାଗି ସମୁଦ୍ରକୁ ଡେଇଁଥିଲେ । ଏପରିକି ତାଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆ ଯାଇଥିଲେ ବି ସେ ପିନ୍ଧିବାକୁ ମନା କରି ଦେଇଥିଲେ ।
ଜୁବୀନ ମୃତ୍ୟୁ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ କୋର୍ଟରେ କହିଛନ୍ତି, "ଜୁବୀନ ସମୁଦ୍ରରେ ବୁଡ଼ିବା ପୂର୍ବରୁ ଲାଇଫ୍ ଜ୍ୟାକେଟ ପିନ୍ଧିବାକୁ ମନା କରିଥିଲେ । ଯେଉଁଥିପାଇଁ ଦୁଃଖଦ ଅଘଟଣ ଘଟିଲା ।"
ଏଥିସହ ପଢ଼ନ୍ତୁ: ବାଇକ୍ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ
ସିଙ୍ଗାପୁରରେ ନର୍ଥ-ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍ରେ ସଙ୍ଗୀତ ପରିବେଷଣ ପାଇଁ ଯାଇଥିବା ଜୁବୀନ ଠିକ୍ ଦିନକ ପୂର୍ବରୁ ୨୦୨୫ ସେପ୍ଟେମ୍ବର ୧୯ରେ ସନ୍ଦେହଜନକ ଅବସ୍ଥାରେ ଲାଜର ଦ୍ଵୀପରେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିଲେ ।
ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ, "ସେଦିନ ଜୁବୀନ ଗର୍ଗ ଏକ ପାର୍ଟିରେ ସାମିଲ୍ ଥିଲେ । ପ୍ରଥମେ ସେ ଏକ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ । କିନ୍ତୁ ପରେ ଏହାକୁ ଖୋଲି ଦେଇଥିଲେ । ଯେତେବେଳେ ତାଙ୍କୁ ଆଉ ଏକ ଲାଇଫ୍ ଜ୍ୟାକେଟ୍ ଦିଆଗଲା ତ ସେ ମନା କଲେ । ଆଉ କୌଣସି ସୁରକ୍ଷା ବିନା ପାଣିକୁ ଡେଇଁ ପଡ଼ିଥିଲେ ।"
ସିଙ୍ଗାପୁର ଗଣମାଧ୍ୟମ ଅନୁସାରେ, କୋର୍ଟରେ ତଦନ୍ତ ଅଧିକାରୀ କହିଛନ୍ତି, "ଜୁବୀନ ଅତ୍ୟଧିକ ନିଶାରେ ଥିଲେ । ସେଠାରେ ଥିବା ଲୋକେ ଜୁବୀନ ଲଞ୍ଚ ଆଡ଼କୁ ପହଁରି ଆସିବାକୁ ପ୍ରୟାସ କରୁଥିବା ଦେଖିଥିଲେ ।
କିନ୍ତୁ ସେତେବେଳକୁ ତାଙ୍କ ଶରୀର ସାଥ୍ ଦେଇ ନଥିଲା, ଶରୀର ଭାସିବା ଆରମ୍ଭ କରିଥିଲା । ଜୁବୀନଙ୍କୁ ଉଦ୍ଧାର କରି ତୁରନ୍ତ ଅଣାଯାଇ ସିପିଆଇ ଦିଆ ଯାଇଥିଲା । ପରେ ମୃତ ଘୋଷଣା କରାଯାଇଥିଲା ।"
ଏପରିକି ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମୃତ୍ୟୁର କାରଣ ପାଣିରେ ବୁଡ଼ିବା ବୋଲି ଉଲ୍ଲେଖ ରହିଛି । ଜୁବୀନଙ୍କ ଶରୀରରେ କ୍ଷତର କିଛି ଚିହ୍ନ ରହିଛି । ଯାହାକି ତାଙ୍କୁ ଲଞ୍ଚକୁ ଆଣିବା ଓ ସିପିଆର ଦେବା ସମୟର ବୋଲି କହିଛି ପୋଲିସ ।
ଏଥିସହ ପଢ଼ନ୍ତୁ: ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ ରୋଜଗାରର ୨୫ ପ୍ରତିଶତ ଟଙ୍କା ଦେବେ ସ୍ଵାମୀ: ହାଇକୋର୍ଟ
ଅଦାଲତରେ ପୋଲିସ ଆହୁରି କହିଛି, ଜୁବୀନ ଉଚ୍ଚ ରକ୍ତଚାପ ଓ ଏପିଲେପ୍ସି ରୋଗରେ ପୀଡ଼ିତ ଥିଲେ । ଜୁବୀନଙ୍କ ରକ୍ତରେ ଏହି ରୋଗର ଔଷଧର ଅଂଶ ମିଳିଛି । ତେବେ ସେଦିନ ଜୁବୀନ ଔଷଧ ସେବନ କରିଥିଲେ କି ନାହିଁ ତାହା ଜଣାପଡ଼ିନି । ସେହଭଳି ଅନ୍ୟ କୌଣସି ଡ୍ରଗ୍ସ ସେ ନେଇଥିବା ପ୍ରମାଣ ମଧ୍ୟ ମିଳିନି ।
ତେବେ ପରୀକ୍ଷଣରୁ ଜଣାପଡ଼ିଛି ଜୁବୀନଙ୍କ ରକ୍ତରେ ମଦର ମାତ୍ରା ରହିଥିଲା । ଯାହାକି ସିଙ୍ଗାପୁରରେ ଆଇନ୍ ଅନୁସାରେ ସମ୍ମତ ୮୦ ମିଲିଗ୍ରାମ ଠାରୁ ୪ ଗୁଣ ଅଧିକ । ଏତେ ଅଧିକ ମଦ ଶରୀରର ସନ୍ତୁଳନ ଓ ପ୍ରତିକ୍ରିୟା କ୍ଷମତାକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଥାଏ । ଜୁବୀନଙ୍କ ହୋଟେଲ ରୁମରୁ ପୋଲିସ ୭୫୦ ମିଲିଲିଟରର ଏକ ସ୍କଚ୍ ହ୍ଵିସ୍କି ଜବତ କରିଛି । ଯାହାକି କେବଳ ୨୫ ପ୍ରତିଶତ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories