Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Man Kills Brother / ଭାଇକୁ ହତ୍ୟା ପରେ ଅପରାଧ ଲୁଚାଇବାକୁ ନିଖୋଜ ନାଟକ; ଘରେ ପୋତିଥିଲା ମୃତଦେହ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଭାଇକୁ ହତ୍ୟା ପରେ ଅପରାଧ ଲୁଚାଇବାକୁ ନିଖୋଜ ନାଟକ; ଘରେ ପୋତିଥିଲା ମୃତଦେହ
Tea Argument Turns Fatal

Key Points

ଚା' କପେ ପାଇଁ ଉଠାଇବାରୁ ଝଗଡ଼ା ହେଲା । ପୁଣି ଝଗଡ଼ାରୁ ମୁଣ୍ଡ ଗଡ଼ିଲା । କୁରାଢ଼ିରେ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ ।
ନୂଆଦିଲ୍ଲୀ: ଶୋଇଥିଲେ, ଚା' କପେ ପାଇଁ ଉଠାଇବାରୁ ଝଗଡ଼ା ହେଲା । ପୁଣି ଝଗଡ଼ାରୁ ମୁଣ୍ଡ ଗଡ଼ିଲା । କୁରାଢ଼ିରେ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ । ପୁଣି ଘର ଭିତରେ ୬ ଫୁଟ୍‌ର ଗଭୀର ଗାତ ଖୋଳି ମୃତଦେହକୁ ପୋତିଦେଲା ।

ଛାତି ଥରାଇ ଦେଉଥିବା ଏଭଳି ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶର ଝାନ୍‌ସୀରେ । ଫେବ୍ରୁଆରୀ ୧୦ ତାରିଖରେ ଘରେ ୨ ଭାଇ ଥିବାବେଳେ ମାଆ ନିଜ ବାପଘରକୁ ବୁଲିବାକୁ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ଗାର୍ଲଫ୍ରେଣ୍ଡ ସହ Oyoକୁ ଆସିଥିଲେ...ଖାଇପିଇ ଶୋଇଲେ..ସକାଳୁ ପ୍ରେମିକ ସଫା

ଘଟଣା ଦିନ ସାନ ଭାଇ ମୁସାରିବ ବେଗ ବଡ଼ ଭାଇ ତାରିକକୁ ଗୋଟିଏ କପ୍ ଚା' ମାଗିଥିଲେ । ରାତିରେ ତାରିକ ଶୋଇଥିବା ଘରର କବାଟ ବାଡ଼େଇ ତାଙ୍କୁ ନିଦରୁ ଉଠାଇଥିଲେ ମୁସାରିବ । ଯାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ହେଲେ ଚା' କପେ ପାଇଁ ହୋଇଥିବା ଝଗଡ଼ାରେ ନିଜକୁ ସମ୍ଭାଳି ପାରିନଥିଲା ମୁସାରିବ । ଘରେ ଥିବା କୁରାଢ଼ି ଆଣି ବଡ଼ ଭାଇର ମୁଣ୍ଡକୁ ହାଣି ପକାଇଥିଲା । ଘରେ ହିଁ ଆଖି ବୁଜିଥିଲା ବଡ଼ ଭାଇ ତାରିକ ।

ଏହା ପରେ ସେହି ରାତିରେ ମୁସାରିବ ଘରେ ଏକ ବଡ଼ ଗାତ ଖୋଳିଥିଲା । ୬ ଫୁଟ୍‌ର ଗଭୀର ଗାତ ଖୋଳିବା ପରେ ସେଇଠି ମୃତଦେହ ପୋତି ଦେଇଥିଲା । ଗାତକୁ ଇଟାରେ କଭର୍ କରିବା ସହ ଯେମିତି କାହାରି ସନ୍ଦେହ ନ ହେବ ତା ଉପରେ ଏକ କୁଲର୍ ରଖି ଦେଇଥିଲା ।

ହତ୍ୟାର ଦିନକ ପରେ ଯେଭଳି କେହି ସନ୍ଦେହ ନ କରିବେ ସେଥିପାଇଁ ମୁସାରିବ, ତାରିକ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲା । ପୋଲିସର ତଦନ୍ତ ବେଳେ ସମ୍ପର୍କୀୟ ଦାଦା ସଲିମଙ୍କ ସନ୍ଦେହ ମୁସାରିବ ଉପରେ ହୋଇଥିଲା । ସଲିମ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇଥିଲେ ।

ଏଥିସହ ପଢ଼ନ୍ତୁ: ଆଶୀର୍ବାଦ ଦେବାକୁ ଆସିଥିବା କିନ୍ନରଙ୍କ ସହ କଏନକୁ ନେଇ ବିବାଦରୁ ହତ୍ୟା; ଘରେ ଲୁଚାଇଥିଲେ ଶବ

ଏହାପରେ ପୋଲିସ ମୁସାରିବଙ୍କୁ ନେଇ ତତ୍‌କ୍ଷଣାତ ପଚରାଉଚରା ଆରମ୍ଭ କରିଥିଲା । ପୋଲିସର ଜେରା ବେଳେ ତାରିକ୍‌କୁ ହତ୍ୟା କରିଥିବା ମାନିଥିଲା ମୁସାରିବ । କହିଥିଲା, "ବିଳମ୍ବିତ ରାତିରେ ଚା' କପ୍‌କୁ ନେଇ ଝଗଡ଼ା ପରେ କୁରାଢ଼ିରେ ହାଣି ଘରେ ମୃତଦେହ ପୋତିଛି ।"

ମୁସାରିବ ସତ ମାନିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୁସାରିବକୁ ନେଇ ଘରକୁ ଯାଇଥିଲା । ସେଠାରେ ମୁସାରିବ ଭାଇକୁ ପୋତିଥିବା ସ୍ଥାନ ଦେଖାଇବା ପରେ ପୋଲିସ ଗାତ ଖୋଳିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମାମଲାରେ ମୁସାରିବକୁ ଗିରଫ କରିଛି ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Man Kills Brother, Buries Body Inside House in Jhansi | Argus News | Argus News