Jhansi Doctor Locker Loot Case / ବର୍ଷ ବର୍ଷ ଧରି ଡାକ୍ତରଙ୍କୁ ଲୁଟି ଚାଲିଥିଲେ ଘରୋଇ ସହାୟକ; କାରନାମା ଶୁଣିଲେ ଉଡ଼ିଯିବ ହୋସ୍
·1 hour ago·2 min read

Key Points
ଘରୋଇ ସହାୟକ ଜଣକ ଗୋଟିଏ ବର୍ଷ ଧରି ଚୋରି କରି ଆସୁଥିଲେ ଏବଂ ସେହି ଟଙ୍କାରେ ଏକ କାର, ଏକ ବାଇକ୍ ଏବଂ ଏକ ଅଟୋ-ରିକ୍ସା କିଣିଥିଲେ।
ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାରେ ଚୋରିର ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି। ଜଣେ ଡାକ୍ତରଙ୍କ ଘରୋଇ ସହାୟକ ବର୍ଷ ବର୍ଷ ଧରି ତାଙ୍କ ଘରୁ ଚୋରି କରିଥିଲେ। ସହାୟକ ଜଣଙ୍କ ଚୋରି ଟଙ୍କାକୁ ବ୍ୟବହାର କରି କେବଳ ତାଙ୍କର ସଉକ ପୂରଣ କରିନଥିଲେ ବରଂ ଏକ କାର, ଗୋଟିଏ ବାଇକ୍ ଏବଂ ଏକ ଅଟୋରିକ୍ସା ମଧ୍ୟ କିଣିଥିଲେ। ହେଲେ ଦିନେ ସେ ଲକର ମଧ୍ୟରୁ ଚୋରି କରୁଥିବା ସମୟରେ ଧରା ପଡ଼ିଗଲେ। ଏହି ଘଟଣା ଜିଲ୍ଲାର ନୱାବାଦ ଥାନା ଅଞ୍ଚଳରେ ଘଟିଯାଇଛି। ନୱାବାଦ ସ୍ଥିତ ଚିରଞ୍ଜିବ ହସ୍ପିଟାଲ ଡାକ୍ତର ସଞ୍ଜୟ ତ୍ରିପାଠିଙ୍କ ଘରେ ଦୀପାଂଶୁ ଅଡ଼ଜାରିଆ ନାମକ ଜଣେ ବ୍ୟକ୍ତିଗତ ସହାୟକ କାମ କରୁଥିଲେ। ଲକର ମଧ୍ୟରୁ ଟଙ୍କା ଚୋରି କରିବା ସମୟରେ ଡାକ୍ତର ଜଣଙ୍କ ନିଜର ସହାୟକଙ୍କୁ ଧରିଥିଲେ। ତାଙ୍କ ଠାରୁ ପ୍ରାୟ ୧ ଲକ୍ଷ ଟଙ୍କା ଉଦ୍ଧାର କରିଥିଲେ। ଅଭିଯୁକ୍ତକୁ ପୋଲିସ୍ କୁ ହସ୍ତାନ୍ତର କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
ଜେରା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ଦୀପାଂଶୁଙ୍କ ପିତା ମାତାଙ୍କ ମୃତ୍ୟୁ ହୋଇସାରିଛି। ସେ ତାଙ୍କ ମଉସା ମାଉସୀଙ୍କ ସହିତ ରହୁଥିଲେ। ଡାକ୍ତରଙ୍କ ପାଖରେ କାମ କରିବା ସମୟରେ ତାଙ୍କର ଲୋଭ ହୋଇଥିଲା। ସେ ତାଙ୍କ ମାଉସୀ,ମଉସା ଏବଂ ତାଙ୍କ ମାଉସାଙ୍କ ଭାଇଙ୍କ ସହିତ ମିଶି ଚୋରି କରିବାର ଯୋଜନା ପ୍ରସ୍ତୁତ କଲେ। ସେ ଜାଣି ପାରିଲେ ଯେ ଡାକ୍ତର ତାଙ୍କ ଲକର ଚାବି କେଉଁଠାରେ ରଖିଛନ୍ତି। ଯେତେବେଳେ ସୁଯୋଗ ପାଉଥିଲେ, ସେ ଡାକ୍ତରଙ୍କ ସନ୍ଦେହକୁ ଏଡାଇ ୧୦,୦୦୦ କିମ୍ବା ୧୫,୦୦୦ ଟଙ୍କା ଉଠାଇ ନେଉଥିଲେ।
ଦୀପାଂଶୁ ପ୍ରାୟ ବର୍ଷେ ଧରି ଚୋରି କରି ଆସୁଥିଲେ। ଚୋରି ଟଙ୍କାରେ ସେ ଏକ କାର, ଏକ ବାଇକ୍ ଏବଂ ଏକ ଅଟୋରିକ୍ସ କିଣିଥିଲେ। ଅଭିଯୁକ୍ତଙ୍ କଠାରୁ ମୋଟ ୧, ୧୦,୦୦୦ ଟଙ୍କା ନଗଦ ଜବତ କରାଯାଇଥିଲା। ତାଙ୍କ ବିରୋଧରେ ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
ସିଟି ପୋଲିସ ଏସପି ପ୍ରୀତି ସିଂହ କହିଛନ୍ତି ଯେ ଚିରଞ୍ଜିବୀ ହସ୍ପିଟାଲ ଡାକ୍ତର ସଞ୍ଜୟ ତ୍ରିପାଠି ନୱାବାଦ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ଘରୋଇ ସହାୟକ ଦୀପାଂଶୁ ଅଡଜାରିଆ ଦୀର୍ଘ ଦିନ ଧରି ତାଙ୍କ ଲକର ମଧ୍ୟରୁ ଟଙ୍କା ଉଠାଉଥିଲେ। ରବିବାର (୨୫ ଅକ୍ଟୋବର) ସେମାନେ ଟଙ୍କା ଉଠାଉଥିବାବେଳେ ଦୀପାଂଶୁକୁ ମାଡ଼ି ବସିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: