Deoghar ATM Loot Jharkhand / ସଟର ତାଡ଼ି ଉପାଡ଼ି ଦେଲେ ଏଟିଏମ୍; ରଶିରେ ବାନ୍ଧି ନେଇଗଲେ ଲୁଟି
·1 hour ago·2 min read

Key Points
ପୋଲିସ ଏବେ ଏଟିଏମ୍ ଚୋରଙ୍କୁ ଖୋଜୁଛି। ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ ଭିତରେ ଥିବା ନଗଦ ପରିମାଣର ମୂଲ୍ୟାଙ୍କନ କରୁଛି। ପ୍ରଶ୍ନ ଉଠୁଛି: ସ୍ଥାନୀୟ ବାସିନ୍ଦା କିପରି ଏହି ଘଟଣା ବାବଦରେ ଜାଣି ପାରିଲେ ନାହିଁ?
ସଦ୍ୟ ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଜବ ଚୋରି ଘଟଣା। ଏଠାରେ ଚୋର ଯେତେବେଳେ ସଟର କାଟିବା ପରେ ଏଟିଏମ୍ ମେସିନ ମଧ୍ୟରୁ ଟଙ୍କା ବାହାର କରିପାରିଲେ ନାହିଁ, ସେତେବେଳେ ସେମାନେ ସମ୍ପୂର୍ଣ୍ଣ ଏଟିଏମ ମେସିନ୍ ଉଠାଇନେଲେ। ଦେଓଘର ସହର ଥାନା ଅଧିନସ୍ଥ ନନ୍ଦନ ପାହାଡ଼ ନିକଟସ୍ଥ ସେବାଧାମ ଭବନ ନିକଟରେ ଦେଖିବାକୁ ମିଳିଛି ଏଭଳି ଚୋରି ଘଟଣା। ଯେଉଁଠି ଚୋର ଷ୍ଟେଟ ବ୍ୟାଙ୍କ ଏଟିଏମ ମେସିନ୍ ରଶିରେ ବାନ୍ଧି ଉଠାଇ ନେଇଛନ୍ତି। ଗତ ସୋମବାର ବିଳମ୍ବିତ ରାତିରେ କିଛି ଚୋର ଏଭଳି କାଣ୍ଡ ଭିଆଇଥିବାର କୁହାଯାଉଛି। ଏପରିକି ସ୍ଥାନୀୟ ଲୋକ ମଧ୍ୟ ଏହି ଘଟଣା ବାବଦରେ ମଧ୍ୟ କିଛି ଜାଣି ପାରିଲେନାହିଁ।
ATM ମେସିନ୍ ସଟର କାଟି ଟଙ୍କା ଚୋରି କରିବାକୁ ହୋଇଥିଲା ଚେଷ୍ଟା
ଏହି ଘଟଣାର ଏକ CCTV ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଚୋର ଏକ ଗାଡ଼ିରେ ATM ମେସିନ୍ ଚୋରି କରୁଥିବାର ଦେଖାଯାଇଛି। ସେମାନେ ପ୍ରଥମେ ATM ରୁମ୍ ମଧ୍ୟରେ ପ୍ରବେଶ କରି ଟଙ୍କା ଚୋରି କରିବା ଲାଗି ଏହାର ସଟର କାଟି ଦେଇଥିଲେ। ହେଲେ ଏହି ପ୍ରୟାସରେ ବିଫଳ ହେବା ପରେ ସେମାନେ ଅନ୍ୟ ଏକ ଉପାୟ ବାହାର କରି ATM ମେସିନ୍ ଚୋରି କରି ନେଇଥିଲେ।
ଏହା ସହ ପଢନ୍ତୁ: ଏଟିଏମ ମେସିନ୍ ତାଡି ଲୁଟିନେଲେ ଟଙ୍କା; ଚୋରଙ୍କୁ ରହିଲାନି ସିସିଟିଭି ଭୟ
ATM ମେସିନ୍ କୁ ଗାଡ଼ିରେ ଲଦି ନେଇଗଲେ ଚୋର
ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଷ୍ଟେଟ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୋଲିସ ତୁରନ୍ତ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପୋଲିସ ଏବେ ଏଟିଏମ୍ ଚୋରଙ୍କୁ ଖୋଜୁଛି। ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ଚୋରି ହୋଇଥିବା ଏଟିଏମ ମଧ୍ୟରେ କେତେ ଟଙ୍କା ଥିଲା ତାହାର ଆକଳନ କରୁଛନ୍ତି। ପ୍ରଶ୍ନ ଉଠୁଛି ଯେ କୌଣସି ଶବ୍ଦ ବିନା ଏଟିଏମ ମେସିନ୍ କଟାଯାଇ ପାରିବ ନାହିଁ। ହେଲେ ସ୍ଥାନୀୟ ଲୋକେ କିପରି ଏଟିଏମ କଟା ଯିବାର ଶବ୍ଦ ଶୁଣିପାରିଲେ ନାହିଁ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଅନ୍ୟପଟେ ପୋଲିସ ପାଟ୍ରୋଲିଂ ଟିମ୍ ଭୂମିକାକୁ ମଧ୍ୟ ପ୍ରଶ୍ନ ଉଠାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରଶିରେ ବାନ୍ଧି ଗାଡ଼ିରେ ଲଦି ନେଲେ ଏଟିଏମ ମେସିନ୍
ସୋମବାର-ମଙ୍ଗଳବାର ମଧ୍ୟ ରାତ୍ରୀରେ ଦେଓଘର ଠାରେ ହୋଇଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ମେସିନ୍ ଚୋରି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ କିପରି ୫ ଜଣରୁ ଅଧିକ ଚୋର ଏକ ବଡ଼ ଗାଡ଼ିରେ ଆସି, ରଶି ସାହାଯ୍ୟରେ ଏଟିଏମ କାଉଣ୍ଟର ସଟର ଭାଙ୍ଗି ଦେଇଥିଲେ। ସେହି ରଶି ସାହାଯ୍ୟରେ ଏଟିଏମ ମେସିନ୍ କୁ ଟାଣି ନେଇ ଯାଇଥିଲେ। ଏହା ପରେ ଚୋର ଏଟିଏମ୍କୁ ଗାଡ଼ିରେ ଲଦି ପଳାଇ ଯାଇଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଏବେ ଚୋରଙ୍କୁ ଖୋଜୁଛି।

Related Topics
Explore more stories