Crime In Odisha / ବଡ଼ ଡକାୟତି, ବଡ଼ ଗ୍ୟାଙ୍ଗକୁ ଧରିଲା ପୋଲିସ; ୨ ନାବାଳକଙ୍କ ସହ ମହିଳାଙ୍କୁ ମିଶାଇ ୧୦ ଗିରଫ
·9 months ago·2 min read

Key Points
ଏକ ବଡ଼ ଧରଣର ଚୋରି ମାମଲାରେ ଝାରସୁଗୁଡ଼ା ପୋଲିସକୁ ମିଳିଛି ସଫଳତା । ଝାରସୁଗୁଡ଼ାର ଜଣେ ବ୍ୟବସାୟୀଙ୍କ ଘରୁ ଯୋଜନାବଦ୍ଧ ଆକ୍ରମଣ କରି ସଶସ୍ତ୍ର ଡକାୟତି ମାମଲାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି ।
ଝାରସୁଗୁଡ଼ା: ଓଡ଼ିଶାର ୭ ସହର ସହ ୩ ରାଜ୍ୟରେ ରେଡ୍ । ଧରାପଡ଼ିଲା ବଡ଼ ଡକାୟତି ଗ୍ୟାଙ୍ଗ । ଏକ ବଡ଼ ଧରଣର ଚୋରି ମାମଲାରେ ଝାରସୁଗୁଡ଼ା ପୋଲିସକୁ ମିଳିଛି ସଫଳତା । ଝାରସୁଗୁଡ଼ାର ଜଣେ ବ୍ୟବସାୟୀଙ୍କ ଘରୁ ଯୋଜନାବଦ୍ଧ ଆକ୍ରମଣ କରି ସଶସ୍ତ୍ର ଡକାୟତି ମାମଲାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି ।
ଡକାୟତି ଏବଂ ଗିରଫଦାରୀ ନେଇ ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ପ୍ରେସମିଟ୍ରେ ବିସ୍ତୃତ ସୂଚନା ଦେଇଛନ୍ତି । ଡକାୟତି ମାମଲାରେ ପୋଲିସ ୨ ନାବାଳକଙ୍କ ସହ ଜଣେ ମହିଳାଙ୍କୁ ମିଶାଇ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଝାରସୁଗୁଡ଼ା ପୋଲିସ ।
ଝାରସୁଗୁଡ଼ା ଜିଲ୍ଲା ସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ, କଟକ, ଭୁବନେଶ୍ଵର ଆଦି ୭ଟି ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା । ରାଜ୍ୟ ବାହାରେ ଡକାୟତ ଲୁଚିଥିବାରୁ ଝାରସୁଗୁଡ଼ା ପୋଲିସ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ବିହାର ଆଦି ରାଜ୍ୟରେ ଚଢ଼ାଉ କରିଥିଲା ।
ଏଥିସହ ପଢ଼ନ୍ତୁ: CM ନୁହେଁ ସୁପର CMଙ୍କ ସେବା ଥିଲା ପୂର୍ବ ସରକାରର ପ୍ରାଥମିକତା: ଆଇନ୍ ମନ୍ତ୍ରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଉ ଚଢ଼ାଉ ପରେ ପୋଲିସ ଜବତ କରିଛି ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା । ୫୨୧ ଗ୍ରାମ ସୁନା ଅଳଙ୍କାର ସହ ୧୪ କେଜି ୩୨୦ ଗ୍ରାମ ରୂପା, ୩ଟି ଦେଶୀ ବନ୍ଧୁକ, ୧୨ଟି ଗୁଳି, ୨ଟି ଛୁରି, ୨ଟି କାର୍, ୨ଟି ସ୍କୁଟି, ଗୋଟିଏ ବାଇକ୍, ନକଲି ନମ୍ବର ପ୍ଲେଟ୍ ସହ ୧୨ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
ଗତ ୧୯ ତାରିଖରେ ଝାରସୁଗୁଡ଼ା ସହରରେ ଜଣେ ବ୍ୟବସାୟୀଙ୍କ ପରିବାରକୁ ଆକ୍ରମଣ କରି ସଶସ୍ତ୍ର ଡକାୟତି କରିଥିଲା ଗ୍ୟାଙ୍ଗ । ଦେଢ଼ବର୍ଷ ଧରି ଏମାନେ ବ୍ୟବସାୟୀଙ୍କ ଘରୁ ଲୁଟ୍ ପାଇ ଯୋଜନା କରୁଥିଲେ । ଏଥିପାଇଁ ୨ ନାବାଳକଙ୍କୁ ବ୍ୟବହାର କରି ସିସିଟିଭିକୁ ବୁଲାଇ ଦେଇଥିଲେ ଡକାୟତ ।
ଏଥିସହ ପଢ଼ନ୍ତୁ: ଆମେରିକାରୁ ଫେରିଥିବା ସେଜଲ୍ଙ୍କ ମାମଲାରେ ନୂଆ ଟ୍ଵିଷ୍ଟ; ପୁରୁଷ ବନ୍ଧୁ ମାଗିଥିଲା କୋଟିଏ ଟଙ୍କା !
ଗିରଫ ଅଭିଯୁକ୍ତମାନେ ବିହାର ଭୋଜପୁରର ସଂଜୟ ସିଂହ, ଝାରସୁଗୁଡ଼ାରେ ରହୁଥିବା ବୌଦ୍ଧର ରାଧାକାନ୍ତ କହଁର, ଝାରସୁଗୁଡ଼ା ସଦର ଥାନା ବମ୍ବେ ଛକର ଅଶୋକ ପଣ୍ଡା, କଟକ ନେମାଳର ଜଗବନ୍ଧୁ ବେହେରା, ପାରାଦୀପର କାହ୍ନାଚରଣ ସ୍ଵାଇଁ, ବଲାଙ୍ଗିର ପାଟଣାଗଡ଼ର ଆନନ୍ଦ ରାୟ, ଜଗତସିଂହପୁର ତିର୍ତ୍ତୋଲର ଜିତେନ୍ଦ୍ର ସାହୁ, ବଲାଙ୍ଗିର ବେଲପଡ଼ାର ପିଙ୍କି ଓରଫ ସୁଶୀଳା ମେହେର ।
ନଭେମ୍ବର ୧୯ ତାରିଖ ରାତିରେ ବିନାୟକପୁରମ୍ ଗଳିରେ ପାନ ମସଲା ବ୍ୟବସାୟୀ ମୁକେଶ ବୁଚୱାନୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପରିବାର ସଦସ୍ୟଙ୍କୁ ବନ୍ଧକ ରଖିବା ସହିତ ବୁଚୱାନୀଙ୍କୁ ଛୁରାମାଡ଼ କରି ଲୁଟି ନେଇଥିଲେ ୧୪ ଲକ୍ଷ ଟଙ୍କା ସହ ସୁନା ଗହଣା । ଏନେଇ ଅଭିଯୋଗ ପରେ ୧୦ରୁ ଅଧିକ ଟିମ୍ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟ ବାହାରେ ଚଢ଼ାଉ କରି ୧୦ ଜଣଙ୍କୁ ଧରିବାରେ ସଫଳ ହୋଇଛି ।

Related Topics
Explore more stories