|
logo
Live
Argus News App
GET APP

Argus News - CM ନୁହେଁ ସୁପର CMଙ୍କ ସେବା ଥିଲା ପୂର୍ବ ସରକାରର ପ୍ରାଥମିକତା: ଆଇନ୍ ମନ୍ତ୍ରୀ

Odisha

Odisha Politics / CM ନୁହେଁ ସୁପର CMଙ୍କ ସେବା ଥିଲା ପୂର୍ବ ସରକାରର ପ୍ରାଥମିକତା: ଆଇନ୍ ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
CM ନୁହେଁ ସୁପର CMଙ୍କ ସେବା ଥିଲା ପୂର୍ବ ସରକାରର ପ୍ରାଥମିକତା: ଆଇନ୍ ମନ୍ତ୍ରୀ
Minister Exposes Pandian’s Security Priority

Key Points

  • ନବୀନ ନୁହେଁ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଅଧିକ ଚିନ୍ତିତ ଥିଲା ବିଜେଡି ସରକାର
  • ପାଣ୍ଡିଆନଙ୍କ ପାଇଁ ଖଞ୍ଜା ହୋଇଥିଲେ ମାଳ ମାଳ ସୁରକ୍ଷା ଅଧିକାରୀ
  • ନବୀନଙ୍କଠାରୁ ଅଧିକ ହାଇ ସିକ୍ୟୁରିଟିରେ ରହୁଥିଲେ ପାଣ୍ଡିଆନ
  • ଯୁଆଡ଼େ ଯାଉଥିଲେ ଥାନା ଖାଲି କରି ସୁରକ୍ଷା ଦେଉଥିଲା ପୋଲିସ
ଭୁବନେଶ୍ଵର: ନବୀନ ନୁହେଁ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଅଧିକ ଚିନ୍ତିତ ଥିଲା ବିଜେଡି ସରକାର । ବିଧାନସଭାରେ ପାଣ୍ଡିଆନଙ୍କ ପୋଲ ଖୋଲି ପୂର୍ବ ସରକାର ଉପରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେପଟେ ପୂର୍ବ ସରକାରରେ ସୁଜାତା ପାଣ୍ଡିଆନଙ୍କ କାର୍ଯ୍ୟ ଦକ୍ଷତାର ମୁଖା ଖୋଲି ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଯାହାକୁ ନେଇ ଶନିବାର ପୂରା ସରଗରମ ଥିଲା ବିଧାନସଭା ।

ଏଥିସହ ପଢ଼ନ୍ତୁ: BJD ନେତାଙ୍କ ହୃତପିଣ୍ଡକୁ ଆଘାତ କଲେ ପୃଥ୍ୱୀରାଜ, ମୁହଁରେ ସବୁ ତୁଣ୍ତି ବାନ୍ଧିଲେ !

ବିଧାନସଭାରେ ନାଁ ନନେଇ ପାଣ୍ଡିଆନଙ୍କ ପୋଲ ଖୋଲିଛନ୍ତି ଆଇନ୍ ମନ୍ତ୍ରୀ । ପୂର୍ବ ସରକାରରେ ପାଣ୍ଡିଆନ ଥିଲେ ସର୍ବେ ସର୍ବା । ଯୁଆଡ଼େ ଯାଉଥିଲେ ସୁରକ୍ଷା ଦେଉଥିଲେ ମାଳ ମାଳ ପୋଲିସ । ପାଣ୍ଡିଆନଙ୍କ ସୁରକ୍ଷା ଗତ ସରକାରର ଥିଲା ପ୍ରାଥମିକତା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କଠାରୁ ଅଧିକ ସୁରକ୍ଷା ବଳୟ ଭିତରେ ରହୁଥିଲେ ପାଣ୍ଡିଆନ । ଯାହାକୁ ନେଇ ବିଜେଡି ସଦସ୍ୟଙ୍କୁ ଗୃହ ଭିତରେ ଘେରିଛନ୍ତି ଆଇନ୍ ମନ୍ତ୍ରୀ । ପଚାରିଛନ୍ତି, "କେଉଁ ସ୍ୱାର୍ଥରେ ପାଣ୍ଡିଆନଙ୍କ ପଛରେ ଖଞ୍ଜା ଯାଇଥିଲା ୭୨ ଜଣ ସୁରକ୍ଷା ଅଧିକାରୀ ।"

ବିଧାନସଭାରେ ପାଣ୍ଡିଆନ ଚର୍ଚ୍ଚା ପରେ ଚିହିଁକି ଉଠିଛନ୍ତି ବିଜେଡି ବିଧାୟକ । ଆରୋପ ପ୍ରତ୍ୟାରୋପ ରାଜନୀତି ତେଜିଛି । ବିଜେପି କହିଛି, "ପାଣ୍ଡିଆନ୍ କିଏ ? କାହିଁକି ତାଙ୍କୁ ସୁରକ୍ଷା ଦିଆଯାଇଥିଲା ? ନିଶ୍ଚିତ ଭାବେ ତଦନ୍ତ ହେବ । ଆବଶ୍ୟକ ସ୍ଥଳେ ନିଆଯିବ କାର୍ଯ୍ୟାନୁଷ୍ଠାନ ।" ସେପଟେ ପାଣ୍ଡିଆନ ପ୍ରସଙ୍ଗରେ ଓକିଲାତି କରିଛନ୍ତି ବିଜେଡି ବିଧାୟକ ସାରଦା ଜେନା । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, "ଆରୋପ ପ୍ରତ୍ୟାରୋପ ଛାଡ଼ି କାର୍ଯ୍ୟାନୁଷ୍ଠାନ ନିଅ ।"

ପ୍ରଥମେ ଦଳ ଭିତରେ ଆଉ ଏବେ ବିଧାନସଭାରେ, ସବୁଠି ପାଣ୍ଡିଆନଙ୍କୁ ନେଇ ଅଡୁଆରେ ବିଜେଡି । ଦଳ ଭିତରେ ପାଣ୍ଡିଆନଙ୍କୁ ନେଇ ବିରୋଧ ବଢୁଥିବା ବେଳେ ସରକାର ପୁରୁଣା ଫାଇଲ ଖୋଲିବା ପାଇଁ ହେଉଛନ୍ତି ସଜବାଜ । ଯାହା ଶୀତ ଅଧିବେଶନରେ ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି ।

ଏଥିସହ ପଢ଼ନ୍ତୁ: 'ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ଥିଲେ କାଗଜ ବାଘ'

ବିଧାନସଭା ମୁଲତବୀ ଆଲୋଚନା ବେଳେ ପୁଣି ଉଠିଛି ପାଣ୍ଡିଆନଙ୍କ ନାଁ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ମାନେ 'କାଗଜ ବାଘ' (Paper Tiger) ଥିଲେ ବୋଲି କଟାକ୍ଷ କଲେ ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ସେ କହିଛନ୍ତି, "ରାଜା ଭାଇଙ୍କୁ ଆହ୍ୱାନ..ନବୀନ ବାବୁଙ୍କୁ ନେଇ ଗୋଟିଏ ବହି ଲେଖା ଯାଉ। ଆଉ ସେହି ବହି ନାଁ ହେଉ, 'ବିଜେଡି କାନ୍ଦୁଛି କାହାରି ପାଇଁ' । ସେହି ବହିର ମୁଖ୍ୟ ସ୍ରୋତରେ ପାଣ୍ଡିଆନଙ୍କୁ ରଖିବେ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics: CM ନୁହେଁ ସୁପର CMଙ୍କ ସେବା ଥିଲା ପୂର୍ବ ସରକାରର ପ୍ରାଥମିକତା: ଆଇନ୍ ମନ୍ତ୍ରୀ | Argus News