Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ସ୍ତ୍ରୀକୁ ଗୁଳି କରି ହତ୍ୟା, ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଗୁରୁତର

Sushanta Sahoo
Browse all articles by Sushanta Sahoo
·4 months ago·2 min read
ସ୍ତ୍ରୀକୁ ଗୁଳି କରି ହତ୍ୟା, ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଗୁରୁତର
Kandhamal Shooting

Key Points

ରାସ୍ତାରେ ଯାଉଥିବା ଦମ୍ପତିଙ୍କ ଉପରେ ପ୍ରଥମେ ଗୁଳିମାଡ଼ କଲା । ତଥାପି ମନ ବୁଝିଲାନି, ଘରକୁ ଆସି ସ୍ତ୍ରୀ ଉପରେ ମଧ୍ୟ ଗୁଳି ଚଳାଇଲା ।
ଫୁଲବାଣୀ (କନ୍ଧମାଳ): ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି, ଗଡ଼ିଲା ମୁଣ୍ଡ । ରାସ୍ତାରେ ଯାଉଥିବା ଦମ୍ପତିଙ୍କ ଉପରେ ପ୍ରଥମେ ଗୁଳିମାଡ଼ କଲା । ତଥାପି ମନ ବୁଝିଲାନି, ଘରକୁ ଆସି ସ୍ତ୍ରୀ ଉପରେ ମଧ୍ୟ ଗୁଳି ଚଳାଇଲା । ଦେଶୀ ବନ୍ଧୁକ ଧରି ଏଭଳି ଆତଙ୍କ ଖେଳାଇ ଦେଇଛନ୍ତି ବିରଞ୍ଚି ।

କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଏଞ୍ଚଳରେ ଏଭଳି ଗୁଳିମାଡ଼ ହୋଇଛି । ଗୋଛାପଡ଼ା ଥାନାର କଟାପଙ୍ଗା ଗାଁରେ ସ୍ଵାମୀ ବିରଞ୍ଚି ବେହେରାଙ୍କ ଗୁଳିମାଡ଼ରେ ଆଖି ବୁଜିଛି ସ୍ତ୍ରୀ । କେବଳ ସ୍ତ୍ରୀ ନିଳିମା ବେହେରାଙ୍କ ମୃତ୍ୟୁ ହୋଇନି । ବିରଞ୍ଚି ରକ୍ତମୁଖା ହୋଇ ରାସ୍ତାରେ ଯାଉଥିବା ଦମ୍ପତିଙ୍କ ଉପରେ ଗୁଳିମାଡ଼ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ନାବାଳିକା ଅପହରଣ ମାମଲାରେ ଉଠାଇ ନେଇଥିଲା ପୋଲିସ, ସକାଳୁ ମିଳିଲା ମୃତଦେହ

ସୌଭାଗ୍ୟକୁ ରାସ୍ତାରେ ଯାଉଥିବା ପୁରୁଷଙ୍କ ଦେହରେ ଗୁଳି ବାଜିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ପତ୍ନୀ । ଗୁରୁତର ଅବସ୍ଥାରେ ନରୋତ୍ତମଙ୍କୁ ଫୁଲବାଣୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସକାଳ ପ୍ରାୟ ୯ଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ କରିଥିବା ବିରଞ୍ଚି ବେହେରାକୁ ଗୋଛାପଡ଼ା ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

କଟାପଙ୍ଗା ଗାଁ ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂର ବଗାରମୁଣ୍ଡା ନିକଟରେ ବିରଞ୍ଚି ପ୍ରଥମେ ନରୋତ୍ତମ ବେହେରାଙ୍କ ଉପରକୁ ଗୁଳିମାଡ଼ କରିଥିଲା । ନରୋତ୍ତମଙ୍କ ଉପରକୁ ଗୁଳିମାଡ଼ ପରେ ଘରକୁ ଆସିଥିଲା ବିରଞ୍ଚି । ଆଉ ଘରେ ପହଞ୍ଚି ସ୍ତ୍ରୀ ନିଳିମାକୁ ଗୁଳି କରି ହତ୍ୟା କରିଛି ।

ଏଥିସହ ପଢ଼ନ୍ତୁ:
 ରାଜଧାନୀରେ ଲଭ୍ ଜିହାଦ୍ ! ଜୟରାମ ଶର୍ମା ପରିଚୟ ଦେଇ ହିନ୍ଦୁ ଝିଅଙ୍କୁ ଫସାଉଥିଲା ଇରଫାନ

ତେବେ ବିରଞ୍ଚି ହଠାତ୍ କାହିଁକି ଗୁଳିମାଡ଼ କଲା ? ନରୋତ୍ତମଙ୍କୁ ରାସ୍ତାରେ ଗୁଳିମାଡ଼ର କାରଣ କ'ଣ ? ପୂର୍ବ ଶତ୍ରୁତା ନା ଅନ୍ୟ କାରଣରୁ ଗୁଳି କଲା ? ନରୋତ୍ତମଙ୍କ ପରେ ସ୍ତ୍ରୀ ନିଳିମାଙ୍କୁ କାହିଁକି ଟାର୍ଗେଟ୍ କଲା ସ୍ଵାମୀ ବିରଞ୍ଚି ? ଗୁଳିମାଡ଼ ପରେ ଏଭଳି ଅନେକ ପ୍ରଶ୍ନ ଉଠିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Man Shoots Wife Dead, Another Injured in Kandhamal Firing | Argus News | Argus News