Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

LPG Gas / ଗ୍ୟାସ୍ ବୁକିଂ ଭିତରେ ଏମିତି ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଲୁଟେରା

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଗ୍ୟାସ୍ ବୁକିଂ ଭିତରେ ଏମିତି ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଲୁଟେରା
Gas Booking Scam Alert

Key Points

ନୂଆ ତରିକାରେ ଠକ ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ଅନେକ ଲୋକଙ୍କୁ ଏଭଳି ବିଜ୍ଞାପନ ଓ ମେସେଜ୍ ମିଳୁଛି । ଯେଉଁଥିରେ... ଏବେ ଟଙ୍କା ପୈଠ କଲେ କାଲି ଗ୍ୟାସ୍ ଘରେ ପହଞ୍ଚାଇ ଦିଆଯିବ ବୋଲି ଦାବି କରାଯାଉଛି ।
ନୂଆଦିଲ୍ଲୀ: ଗ୍ୟାସ୍ ପାଇଁ ଲୋକ ଧାଡ଼ି ଲଗାଉଛନ୍ତି । ସିଲିଣ୍ଡର ପାଇଁ ଲୋକ ବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଏହାର ସୁଯୋଗ ଉଠାଉଛନ୍ତି ସାଇବର ଠକ । ସୋସିଆଲ୍ ମିଡିଆ ଓ ଇଣ୍ଟରନେଟ୍‌ରେ ଏକ ନୂଆ ସାଇବର୍ ଠକେଇ ବ୍ୟାପିବାରେ ଲାଗିଛି ।

ନୂଆ ତରିକାରେ ଠକ ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ଅନେକ ଲୋକଙ୍କୁ ଏଭଳି ବିଜ୍ଞାପନ ଓ ମେସେଜ୍ ମିଳୁଛି । ଯେଉଁଥିରେ... ଏବେ ଟଙ୍କା ପୈଠ କଲେ କାଲି ଗ୍ୟାସ୍ ଘରେ ପହଞ୍ଚାଇ ଦିଆଯିବ ବୋଲି ଦାବି କରାଯାଉଛି । ଗ୍ୟାସ୍ ଡେଲିଭରି ଓ ବୁକିଂକୁ ନେଇ ନେଇ ଲୋକେ ଚିନ୍ତାରେ ଥିବାବେଳେ ଏଭଳି ଭାବେ ସାଇବର ଠକ ଫାଇଦା ଉଠାଉଛନ୍ତି ।

ଏଥିସହ ପଢ଼ନ୍ତୁ: ଭାରତରେ ନାହିଁ LPG ସଙ୍କଟ,ଅଧିକ ଗ୍ୟାସ ରଖିଲେ ୭ ବର୍ଷ ଜେଲ

କେମିତି ହେଉଛି ଗ୍ୟାସ୍ ଠକେଇ ?

ସୋସିଆଲ୍ ମିଡିଆ, ହ୍ଵାଟ୍ସଆପ୍ ଓ ଏସଏମଏସ୍ ଜରିଆରେ ସାଇବର ଠକ ଲୋକଙ୍କୁ ମିଛ ଲିଙ୍କ୍ ପଠାଉଛନ୍ତି । ଯେଉଁଥିରେ ଶୀଘ୍ର ଗ୍ୟାସ୍ ଘରେ ପହଞ୍ଚାଇ ଦେବାର ପ୍ରଲୋଭନ ଦେଉଛନ୍ତି । ଆଉ ଉକ୍ତ ଲିଙ୍କ୍‌କୁ କେହି କ୍ଲିକ୍ କରି ପେମେଣ୍ଟ କଲେ ତାହା ସିଧା ଠକଙ୍କ ଆକାଉଣ୍ଟକୁ ଯାଉଛି ।

ଏନେଇ ପୋଲିସ ଓ ସାଇବର ବିଶେଷଜ୍ଞ ଲୋକଙ୍କୁ ଏଭଳି ଲିଙ୍କ୍‌ରେ କ୍ଲିକ୍ ନ କରିବାକୁ ପରାମର୍ଶ ଦେଇଛନ୍ତି । ଏଭଳି ସନ୍ଦିଗ୍ଧ ଲିଙ୍କ୍ ଓ ବିଜ୍ଞାପନ ଉପରେ ଭରସା କରନ୍ତୁ ନାହିଁ । ଇଣ୍ଡେନ୍, ଭାରତ ଗ୍ୟାସ୍ ଓ ଏଚପି ଗ୍ୟାସ୍‌ ଭଳି କମ୍ପାନୀ କେବେ ଅଜଣା ଲିଙ୍କ୍ ପଠାଇ ଟଙ୍କା ପୈଠ କରିବାକୁ କୁହନ୍ତି ନାହିଁ ।

ସୋସିଆଲ୍ ମିଡିଆ ବିଜ୍ଞାପନ, ଟଙ୍କା ଗାଏବ

ଏଭଳି ଠକେଇ ସାଧାରଣତଃ ସୋସିଆଲ୍ ମିଡିଆ ବିଜ୍ଞାପନ ମାଧ୍ୟମରେ ହେଉଛି । ଫେସବୁକ୍, ଇନଷ୍ଟାଗ୍ରାମ ଅଥବା ଗୁଗଲ୍‌ରେ ମିଛ ବିଜ୍ଞାପନ ଦେଇ ଗ୍ୟାସ୍ ଡେଲିଭରିର ଦାବି କରୁଛନ୍ତି ଠକ । ଆଉ ଲୋକ ଉକ୍ତ ଲିଙ୍କ୍‌ରେ କ୍ଲିକ୍ କରିବା ମାତ୍ରେ ନକଲି ୱେବସାଇଟ୍‌ରେ ପହଞ୍ଚୁଛନ୍ତି, ଯାହାକି ଦେଖିବାକୁ ଅସଲି ଗ୍ଯାସ୍ ୱେବସାଇଟ୍ ଭଳି । ଉକ୍ତ ୱେବସାଇଟ୍ ଲୋକଙ୍କ ଠାରୁ ଅନଲାଇନ୍ ପେମେଣ୍ଟ ନେଉଛି । ପେମେଣ୍ଟ ହେବା ମାତ୍ରେ, ଠକ ଗାଏବ ହୋଇ ଯାଉଛି ।

ଏଥିସହ ପଢ଼ନ୍ତୁ: ଗ୍ୟାସ ପାଇଁ ଲମ୍ବା ଲାଇନ୍, କଳାବଜାରୀ ରୋକିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

WhatsAppରେ ଆସୁଛି ମେସେଜ

ଏକାଧିକ ମାମଲାରେ ଲୋକଙ୍କୁ ହ୍ଵାଟ୍ସଆପ୍‌ ଅଥବା ମେସେଜ ମାଧ୍ୟମରେ ଲିଙ୍କ୍ ଆସୁଛି । ଯେଉଁ ମେସେଜରେ ଲେଖା ରହୁଛି, "ଲିଙ୍କ୍‌ରେ ତୁରନ୍ତ କ୍ଲିକ୍ ନ କଲେ ସିଲିଣ୍ଡର ଆଉ କାହାରିକୁ ଦେଇ ଦିଆଯିବ ।" ଏଭଳି ମେସେଜ୍ ଠାରୁ ଦୂରେଇ ରହିବା ପାଇଁ ଦିଲ୍ଲୀ ପୋଲିସ ଚେତାବନୀ ଜାରି କରିଛି ।

ଏଥିସହ ପୋଲିସ କହିଛି, "ଗ୍ୟାସ୍ ସିଲିଣ୍ଡର ବୁକିଂ କେବଳ ପ୍ରାଧିକୃତ ୱେବସାଇଟ୍ ଅଥବା ଆପ୍ଲିକେସନ୍ ବ୍ୟବହାର କରି କରନ୍ତୁ । କୌଣସି ଅଜ୍ଞାତ ଲିଙ୍କ୍‌ ଅଥବା ଅଫର୍‌ ଲୋଭ ଦେଖି କ୍ଲିକ୍ କରନ୍ତୁ ନାହିଁ । କୌଣସି ବ୍ୟକ୍ତିଙ୍କୁ ଓଟିପି ଦିଅନ୍ତୁ ନାହିଁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyber Fraud Alert: Scammers Target LPG Gas Booking Users | Argus News | Argus News