Hassan Viral Video / ଯୁବକଙ୍କୁ ପୋଖରୀକୁ ଟାଣି ନେଇ ନିର୍ଧୁମ ମାଡ଼! ଭାଇରାଲ୍ ହେଲା ଛାତିଥରା ଭିଡିଓ
·1 hour ago·2 min read

Key Points
କର୍ଣ୍ଣାଟକର ହାସନ ଜିଲ୍ଲାରେ ଜଣେ ଯୁବକଙ୍କୁ ପୋଖରୀକୁ ଟାଣି ନେଇ ନିର୍ମମ ମାଡ଼ ମରାଯାଇଥିବା ଭିଡିଓ ଭାଇରାଲ୍ ହୋଇଛି। ପୀଡ଼ିତ ଯୁବକଙ୍କ ନାଁ ସଞ୍ଜୁ ଓରଫ ଡୁମ୍ମା ସଞ୍ଜୁ। ପୁରୁଣା ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ ରହିଛି। ହାସନ ପୋଲିସ ଘଟଣାର ତଦନ୍ତ କରୁଛି।
ସଦ୍ୟ କର୍ଣ୍ଣାଟକର ହାସନ ଜିଲ୍ଲାରୁ ଆସିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଉଛି। କିଛି ଲୋକ ତାଙ୍କୁ ପୋଖରୀକୁ ଟାଣି ନେଇ ନିର୍ମମ ଭାବରେ ମାଡ଼ ମାରୁଛନ୍ତି। ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଅନେକ ଲୋକ ତାଙ୍କୁ ଘେରିଯାଇ ତାଙ୍କ ସହ ମାର ପିଟ୍ କରୁଛନ୍ତି। ତାଙ୍କୁ ପ୍ରଥମେ ପୋଖରୀ ଭିତରକୁ ଟାଣି ନେଉଛନ୍ତି, ଏହା ପରେ ତାଙ୍କୁ ବିଧା ଗୋଇଠା ମାରି ଚାଲିଛନ୍ତି। ଏପରିକି ତାଙ୍କୁ ମୁଣ୍ଡ ମଧ୍ୟ ଲାତ ମାରୁଛନ୍ତି। ଏହି ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ହାସନ ଜିଲ୍ଲା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୀଡିତାଙ୍କ ସହିତ ଯୋଗାଯୋଗ କରିଛି। ଏହି ଘଟଣାରେ ତଦନ୍ତ ଜାରି ରହିଥିବା ନେଇ ପୋଲିସ କହିଛି।
ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କ ସହ ହୋଇଥିଲା ମାରପିଟ୍
ପୀଡିତ ଜଣଙ୍କ ହାସନ ଜିଲ୍ଲାର ଗୁଡେନହଲ୍ଲି କୋପ୍ପଲୁ ଗ୍ରାମର ବାସିନ୍ଦା ସଞ୍ଜୁ ଓରଫ 'ଡୁମ୍ମା ସଞ୍ଜୁ' ଭାବରେ ଚିହ୍ନଟ କରାଯାଇଛି। ଖବର ଅନୁଯାୟୀ ହାସନ ଜିଲ୍ଲାର କୁପ୍ପାଲି ନିକଟରେ ପ୍ରାୟ ୨ ଦିନ ପୂର୍ବରୁ ସଞ୍ଜୁଙ୍କ ଉପରେ ଆକ୍ରମଣ ହୋଇଥିଲା। ହେଲେ ଏହି ଆକ୍ରମଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଆକ୍ରମଣ ପଛରେ ପୁରୁଣା ଶତ୍ରୁତା ରହିଥିଲା। କୁହାଯାଉଛି ଯେ ସଞ୍ଜୁ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ପୂର୍ବ ବିବାଦ ଚାଲିଥିଲା। ସେହି ଶତ୍ରୁତା ଯୋଗୁଁ, କିଛି ଯୁବକ ତାଙ୍କୁ ଏକୁଟିଆ ପାଇ ଘେରି ଯାଇଥିଲେ ଏବଂ ସେମାନେ ତାଙ୍କୁ ଏକ ପୋଖରୀ ଆଡ଼କୁ ନେଇ ତାଙ୍କ ସହ ମାରପିଟ୍ କରିଥଲେ। ହେଲେ ପୋଲିସ ଏହାକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ।
ଏହା ସହ ପଢନ୍ତୁ: ମଦ ନିଶାରେ ଭୁଲିଗଲେ ମାନବିକତା; ପ୍ରଥମେ କଲେ ଆକ୍ରମଣ, ପରେ ପାଲିଟିଗଲେ...
ହାସନ ପୋଲିସ କରିବ ମାମଲାର ଯାଞ୍ଚ
ଏହି ଭିଡିଓ ଭାଇରାଲ ହେବା ପରେ ହାସନ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଆରମ୍ଭ କରିଛି। ଯେଉଁଥିରେ ଦେଖାଯାଉଥିବା ଯୁବକଙ୍କୁ ଚିହ୍ନଟ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ଏପରି ଘଟଣା ବୃଦ୍ଧି ପାଉଛି। ଜଣେ ଯୁବକଙ୍କୁ ପୋଖରୀକୁ ଟାଣି ନେଇ ସ୍ପଷ୍ଟ ଦିବାଲୋକରେ ତାଙ୍କ ସହ ମାରପିଟ୍ କରିବା ଭଳି ଘଟଣା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି। ଭବିଷ୍ୟତରେ କେହି ଏପରି କାର୍ଯ୍ୟ କରିବାକୁ ଯେପରି ସାହସ ନକରିବେ ସେଥିପାଇଁ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ବର୍ତ୍ତମାନ ପୋଲିସ ପୀଡିତ ସଞ୍ଜୁଙ୍କ ବୟାନ ରେକର୍ଡ଼ କରିବା ସହ ତାଙ୍କର ଡାକ୍ତରୀ ପରୀକ୍ଷା କରୁଛି। ପୋଲିସ କହିଛି ଯେ ଅଭିଯୋଗ ପାଇବା ପରେ, ହତ୍ୟା ଉଦ୍ୟମ ସମେତ ଅନ୍ୟାନ୍ୟ ଗୁରୁତର ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: