Videos
|
Crime

Crime In Odisha / ଦୋକାନରେ ଶୋଇଥିଲେ ପରିବା ବ୍ୟବସାୟୀ, ବାହାରୁ ତାଲା ପକାଇ ଲଗାଇଦେଲେ ନିଆଁ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଦୋକାନରେ ଶୋଇଥିଲେ ପରିବା ବ୍ୟବସାୟୀ, ବାହାରୁ ତାଲା ପକାଇ ଲଗାଇଦେଲେ ନିଆଁ
Man Burnt Alive in Shop

Key Points

  • ପରିବା ଦୋକାନୀଙ୍କୁ ଜାଳିଦେଲେ !
  • ଦୋକାନରେ ଶୋଇଥିବା ବେଳେ ପରିବା ଦୋକାନୀ ଜୀବନ୍ତ ଦଗ୍ଧ
  • କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଗୋବିନ୍ଦପୁରରେ ଅଘଟଣ
  • ସୁବାସ ମଲ୍ଲିକ ଶୋଇଥିବା ବେଳେ କେହି ନିଆଁ ଲଗାଇଥିବା ଅଭିଯୋଗ
  • ଦୋକାନ ବାହାରୁ ତାଲା ପଡ଼ିଥିବାରୁ ବଢ଼ିଲା ସନ୍ଦେହ, ରାସ୍ତାରୋକ 
କେନ୍ଦ୍ରାପଡ଼ା: ରାତି ସହ ଶୀତ ବଢ଼ୁଥିଲା । ନିଘୋଡ଼ ନିଦରେ ଶୋଇଥିଲା ସହର । ସବୁ ଦିନ ଭଳି ଦୋକାନ ବନ୍ଦ କରି ସେଇଠି ଶୋଇ ପଡ଼ିଥିଲେ ପରିବା ବ୍ୟବସାୟୀ ସୁବାସ ମଲ୍ଲିକ । ଆଉ ବିଳମ୍ବିତ ରାତିରେ ହଠାତ୍ ଜଳିବାକୁ ଲାଗିଲା ଦୋକାନ । ସେହି ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ସୁବାସ ।

ଦୋକାନ ବାହାରୁ କେହି ଦୁର୍ବୃତ୍ତ ତାଲା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଗୋବିନ୍ଦପୁରରେ । ମନ୍ଦିରକୁ ଲାଗି ସୁବାସଙ୍କ ପରିବା ଦୋକାନ ରହିଥିଲା । ଅଗ୍ନିକାଣ୍ଡରେ ସୁବାସ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ସବୁକିଛି ପୋଡ଼ି ନଷ୍ଟ ହୋଇ ଯାଇଛି ।

ଏଥିସହ ପଢ଼ନ୍ତୁ: ଜାଡ଼ରେ ଥରୁଛି କୋରାପୁଟ: ଲୋକଙ୍କ ହାଲ୍ ବେହାଲ୍

ତେବେ ବିଳମ୍ବିତ ରାତିରେ କିଏ ଦୋକାନ ବାହାରୁ ତାଲା ପକାଇ ନିଆଁ ଲଗାଇଲା ? ପୂର୍ବ ଶତ୍ରୁତାକୁ ନେଇ କେହି ନିଆଁ ଲଗାଇ ସୁବାସଙ୍କୁ ପୋଡ଼ି ମାରି ଦେଇଥିବା ସନ୍ଦେହ କରାଯାଉଛି । ସୁବାସଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ଲୋକେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି । କୁଦାନଗରୀ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁବାସଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, "ଗୋବିନ୍ଦପୁର ବଜାରରେ କିଛି ଲୋକ ସୁବାସଙ୍କ ସହ ଅନେକ ସମୟରେ ଲାଗନ୍ତି । ରାତିରେ ନିଆଁ ଲାଗିଥିବା ବେଳେ ଦୋକାନ ବାହାରୁ ତାଲା ଦିଆ ଯାଇଥିଲା । ତେଣୁ କେହି ପୂର୍ବ ଶତ୍ରୁତାକୁ ନେଇ ନିଆଁ ଲଗାଇ ସୁବାସଙ୍କୁ ମାରି ଦେଇଛନ୍ତି ।"

ଏଥିସହ ପଢ଼ନ୍ତୁ: ଘର ଛାଡ଼ିଦେବେ କହି ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ ! ବନ୍ଧାହେଲେ IT କମ୍ପାନୀର CEO

ପୋଲିସ କହିଛି, "କେମିତି ନିଆଁ ଲାଗିଛି ଅନୁଧ୍ୟାନ କରାଯାଉଛି । ତଦନ୍ତ ପରେ ସ୍ପଷ୍ଟ ହେବ ନିଆଁ କେହି ଲଗାଇଛି ନା ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସବୁ ଦିଗକୁ ନେଇ ତଦନ୍ତ କରାଯିବ । ସାଇଣ୍ଟିଫିକ୍ ଟିମ୍ ଆସୁଛି ତଦନ୍ତରେ ସହଯୋଗ କରିବ ।"

Related Topics

Explore more stories