|
logo
Live

Argus News - ଜାଡ଼ରେ ଥରୁଛି କୋରାପୁଟ: ଲୋକଙ୍କ ହାଲ୍ ବେହାଲ୍

Weather & Calamities

Weather Update / ଜାଡ଼ରେ ଥରୁଛି କୋରାପୁଟ: ଲୋକଙ୍କ ହାଲ୍ ବେହାଲ୍

Rashmita Mishra
Browse all articles by Rashmita Mishra
·3 months ago·2 min read
ଜାଡ଼ରେ ଥରୁଛି କୋରାପୁଟ: ଲୋକଙ୍କ ହାଲ୍ ବେହାଲ୍
Weather Update

Key Points

ଜାଡ଼ରେ ଥରୁଛି କୋରାପୁଟ ଜିଲ୍ଲା
ରାତିରେ ଲୋକଙ୍କ ହାଲ୍ ବେହାଲ୍
ଭୋରରୁ ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡ଼ି

ଜାଡ଼ରେ ଥରୁଛି କୋରାପୁଟ ଜିଲ୍ଲା । ରାତିରେ ଲୋକଙ୍କ ହାଲ୍ ବେହାଲ୍ । ଗୁରୁବାର ଦାମୋଯୋଡ଼ିରେ ତାପମାତ୍ରା ୪.୯ ଡିଗ୍ରୀ ତଳକୁ ଖସିବା ପରେ ଶୁକ୍ରବାର ଭୋରରୁ ମଧ୍ୟ ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡ଼ି ହୋଇଥିଲା । ପାଡୁଆ, ପୋଟାଙ୍ଗି, ଦେଓମାଳି, ଗୁପ୍ତେଶ୍ୱର, ଅଞ୍ଚଳରେ ସକାଳ ୯ଟା ଯାଏଁ ପ୍ରବଳ ଶୀତ ରହୁଛି । ସନ୍ଧ୍ୟାରେ ବି ଲୋକେ ପଦାକୁ ବାହାରିବାକୁ ଡରୁଛନ୍ତି ।

ଗ୍ରାମାଞ୍ଚଳ ନଈ କୂଳ ଶୀତଦାଉରୁ ରକ୍ଷା ପାଇଁ ନିଆଁ ପାଖରେ ବସି ରହୁଛନ୍ତି । ଗ୍ରାମାଞ୍ଚଳ ଓ ପାର୍ବତ୍ୟାଞ୍ଚଳରେ ଥିବା ଗାଁ ଗୁଡ଼ିକରେ ଚାଷୀ ଧାନ ଅମଳ ପରେ ଖଳାରେ ପାଳ କୁଡ଼ିଆରେ ରାତ୍ରି ଜାପନ କରିବା କଷ୍ଟ ଦେଉଛି ଶୀତ । ପାଣିପାଗ ବିଭାଗର ସୂଚନାନୁଯାୟୀ, କୋରାପୁଟ ଜିଲ୍ଲା ସଦର ମହକୁମାରେ ଥଣ୍ଡା ରହିଥିବା ବେଳେ ସେମିଳିଗୁଡ଼ାରେ ବି ଗୁରୁବାର ୪.୯ ଡିଗ୍ରି ଥିଲା ପାରଦ ।

ପଟାଙ୍ଗି, ଲମତାପୁଟ, ଲକ୍ଷ୍ମୀପୁର ଅଞ୍ଚଳରେ ବି କମ୍ ତାପମାତ୍ରା ଅଛି । ଡିସେମ୍ବର ପ୍ରଥମ ସପ୍ତାହରେ ଶୀତ ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଆଗକୁ ଆହୁରି ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଶୀତର ମଜା ନେବା ପାଇଁ ବାହାର ରାଜ୍ୟ ଓ ଜିଲ୍ଲାର ହଜାର ହଜାର ପର୍ଯ୍ୟଟକ କୋରାପୁଟ ଅଭିମୁଖେ ଆସି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଭୋଜିଭାତର ଆସର ଜମାଉଛନ୍ତି ।

ଏଥିସହ ପଢ଼ନ୍ତୁ: ଘାଇଲା କରୁଛି ଘନ କୁହୁଡ଼ି; ୨୮ ତାରିଖ ପର୍ଯ୍ୟନ୍ତ ୱାର୍ଣ୍ଣିଂ ଜାରି 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଡିସେମ୍ବର ୩୧ ରାତିରେ ଭୁବନେଶ୍ଵର ତାପମାତ୍ରା ୧୨ରୁ ୧୩ ଡିଗ୍ରି ରହିବ । ସେହିପରି ରାଜ୍ୟରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ସମାନ ରହୁଥିବା ବେଳେ ୧ରୁ ୨ ଡିଗ୍ରି ମଝିରେ ମଝିରେ କମିବ ଓ ବଢ଼ିବ । ଉପକୂଳ ଜିଲ୍ଲାରେ ମଝିରେ ମଝିରେ ପତଳା କୁହୁଡ଼ି ହୋଇପାରେ । କିନ୍ତୁ ଘନ କୁହୁଡ଼ିର ସମ୍ଭାବନା ନାହିଁ ।

ଏହି ସମୟରେ ପାଗ ଶୁଖିଲା ଓ ମେଘମୁକ୍ତ ରହିବ । ଚାଷୀମାନେ ତଳି ପକାଇଥିଲେ ତଳିକୁ ରାତିରେ କଳା ପଲିଥିନ ଘୋଡାନ୍ତୁ । ପନିପରିବା ତଳି ରୋଇବା ପରେ କାକାରଠୁ କରି ରାତିରେ ଘୋଡ଼ାନ୍ତୁ । ଗ୍ରୀଷ୍ମ ପ୍ରବାହ ଓ ଅଦିନିଆ ପାଗରୁ ରକ୍ଷା ପାଇଁ ଖରାଦିନିଆ ଧାନ ତଳି ପକାନ୍ତୁ । ବିହନକୁ ୭୨ ଘଣ୍ଟା ପାଣିରେ ବତୁରାଇ ବାହାର କରିବା ପରେ ଅଖାରେ ଘୋଡାଇ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Update: ଜାଡ଼ରେ ଥରୁଛି କୋରାପୁଟ: ଲୋକଙ୍କ ହାଲ୍ ବେହାଲ୍ | Argus News