Videos
|
Crime

Crime In Odisha / ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର
Student Brings Gun to Kendrapara School, Detained

Key Points

ପିଏମ୍. ଶ୍ରୀ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଜଣଙ୍କ ସହ ପ୍ରଧାନଶିକ୍ଷକ ନୃସିଂହ ମଲ୍ଲିକଙ୍କ ଯୁକ୍ତିତର୍କ ହୋଇଥିଲା । ଯାହା ପରେ ଛାତ୍ର ଜଣଙ୍କ ଦେଶୀ ବନ୍ଧୁକ ସିଧା ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ ।
କେନ୍ଦ୍ରାପଡ଼ା: ଛାତ୍ରଙ୍କ ହାତରେ ଦେଶୀ ବନ୍ଧୁକ । ବିଦ୍ୟାଳୟକୁ ନେଇକି ଗଲେ, ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଲଗାଇ ଧମକାଇଲେ । ନବମ ଶ୍ରେଣୀ ଛାତ୍ରଙ୍କ ଏଭଳି ହରକତକୁ ନେଇ ସମସ୍ତେ ଚକିତ । ଶୁକ୍ରବାର ଅପରାହ୍ଣରେ ନବମ ଶ୍ରେଣୀ ଛାତ୍ରଙ୍କ ଜଣଙ୍କ ଶ୍ରେଣୀଗୃହରେ ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଦେଶୀ ବନ୍ଧୁକ ରଖି ଧମକାଇଛନ୍ତି ।

ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପିଏମ୍. ଶ୍ରୀ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଖବର ଅନୁସାରେ, କେବଳ ଶୁକ୍ରବାର ନୁହେଁ ଏହା ପୂର୍ବରୁ ମଧ୍ୟ ଉକ୍ତ ଛାତ୍ର ଜଣଙ୍କ ବନ୍ଧୁକ ଆଣି ଆସିଥିବା ଅଭିଯୋଗ ହୋଇଛି । ଶୁକ୍ରବାରର ଘଟଣା ପରେ ବିଦ୍ୟାଳୟରେ ପୋଲିସ ପଶିବା ସହ ବନ୍ଧୁକ ଜବତ କରିଛି । ଛାତ୍ରଙ୍କୁ ଏବେ ସୁଧାର ଗୃହରେ ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ସ୍କୁଲ୍ ଆଗରେ କଳା ରଙ୍ଗର କାର୍... ଚାଲାଣ ହେଉଥିଲା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ

ସୂଚନା ଅନୁସାରେ ପିଏମ୍. ଶ୍ରୀ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଜଣଙ୍କ ସହ ପ୍ରଧାନଶିକ୍ଷକ ନୃସିଂହ ମଲ୍ଲିକଙ୍କ ଯୁକ୍ତିତର୍କ ହୋଇଥିଲା । ଯାହା ପରେ ଛାତ୍ର ଜଣଙ୍କ ଦେଶୀ ବନ୍ଧୁକ ସିଧା ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଲଗାଇ ଧମକ ଚମକ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଦ୍ୟାଳୟରେ ଛାତ୍ରଙ୍କ ହାତରେ ବନ୍ଧୁକକୁ ଦେଖି ଡରି ଯାଇଥିଲେ ପ୍ରଧାନଶିକ୍ଷକଙ୍କ ସହ ଅନ୍ୟ ଶିକ୍ଷକ ଓ ଷ୍ଟାଫ୍ । କୁଦାନଗରୀ ଥାନା ପୋଲିସ ଖବର ପାଇ କୋରୁଆ ପିଏମ୍‌. ଶ୍ରୀ ବିଦ୍ୟାଳୟରେ ପଶିବା ସହ ବନ୍ଧୁକକୁ ଜବତ କରିଛି ।

ଏଥିସହ ପଢ଼ନ୍ତୁ: ChatGPT ପଢ଼ାଇଲା ଏମିତି ପାଠ; ଜୀବନ ହାରିବା ପୂର୍ବରୁ ପୁଅ ଚିପିଦେଲା ମାଆର ତଣ୍ଟି

ତେବେ କେଉଁ ପରିସ୍ଥିତିରେ ନବମ ଛାତ୍ର ବନ୍ଧୁକ ନେଇ ବିଦ୍ୟାଳୟକୁ ଆସିଥିଲେ ? କାହାଠାରୁ ବନ୍ଧୁକ ନେଇ ଆସିଥିଲେ ଛାତ୍ର ? ପରିବାରର କେହି ବନ୍ଧୁକ ଦେଇଥିଲେ ନା ଏହା ପଛରେ ଆଉ କିଏ ? ବିଭିନ୍ନ ଦିଗକୁ ନେଇ କୁଦାନଗରୀ ଥାନା ପୋଲିସ ଛାନଭିନ୍ କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

Related Topics

Explore more stories

Class 9 Student Threatens Headmaster With Gun in School | Argus News | Argus News