Videos
|
Crime

Love Turns Deadly / ପ୍ରେମିକାର Insta ଭିଡିଓ ଦେଖି ପ୍ରେମିକ ସାଜିଲା ସୈତାନ, ୨୬ ଦିନ ପରେ ମିଳିଲା...

Sushanta Sahoo
Browse all articles by Sushanta Sahoo
·3 months ago·3 min read
ପ୍ରେମିକାର Insta ଭିଡିଓ ଦେଖି ପ୍ରେମିକ ସାଜିଲା ସୈତାନ, ୨୬ ଦିନ ପରେ ମିଳିଲା...
Instagram Video Sparks Murder

Key Points

ସନ୍ଦେହକୁ ବଳ ଦେଲା ପ୍ରେମିକାଙ୍କ ଇନଷ୍ଟାଗ୍ରାମ ଭିଡିଓ । ଶେଷରେ ସନ୍ଦେହରୁ ପ୍ରତିଶୋଧର ସୂତ୍ରପାତ ହେଲା । ଛଳନାରେ ପ୍ରେମିକାକୁ ଭେଟିବାକୁ ଡାକି ପ୍ରେମିକ ଛୁରିରେ କାଟି ଦେଲା ତଣ୍ଟି ।
ଚମ୍ପୁଆ (କେନ୍ଦୁଝର): ପ୍ରେମ କରୁଥିଲେ, ହେଲେ ବିଶ୍ଵାସ ନଥିଲା । ଆଉ ସନ୍ଦେହକୁ ବଳ ଦେଲା ପ୍ରେମିକାଙ୍କ ଇନଷ୍ଟାଗ୍ରାମ ଭିଡିଓ । ଶେଷରେ ସନ୍ଦେହରୁ ପ୍ରତିଶୋଧର ସୂତ୍ରପାତ ହେଲା । ଛଳନାରେ ପ୍ରେମିକାକୁ ଭେଟିବାକୁ ଡାକି ପ୍ରେମିକ ଛୁରିରେ କାଟି ଦେଲା ତଣ୍ଟି । ପ୍ରେମରୁ ପ୍ରତିଶୋଧର ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ ।

ହତ୍ୟାର ୨୬ ଦିନ ପରେ ଘଞ୍ଚ ଜଙ୍ଗଲରୁ ମିଳିଛି ଯୁବତୀଙ୍କ କଙ୍କାଳ । ପ୍ରେମିକାଙ୍କୁ ହତ୍ୟା ପରେ ମୃତଦେହକୁ ପ୍ରେମିକ ବାଇକ୍‌ରେ ୫ କିଲୋମିଟର ଦୂର ଜଙ୍ଗଲକୁ ନେଇ ପୋତି ଦେଇଥିଲା । ପ୍ରେମିକା ଅନ୍ୟ ଜଣଙ୍କ ସହ ସମ୍ପର୍କରେ ଥିବା ସନ୍ଦେହ କରି ହତ୍ୟା କରିଥିବା ପୋଲିସ ଆଗରେ ମାନିଛି ଅଭିଯୁକ୍ତ ପ୍ରେମିକ ।

ସନ୍ଦେହରୁ ପ୍ରେମିକାକୁ ହତ୍ୟା

ସୂଚନା ଅନୁସାରେ, ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁ ଦୁମ୍ବି ସାହିର ପ୍ରମିଳା ମହାକୁଡ଼ଙ୍କ ସାନ ଝିଅ ଅନୀତା ମହାକୁଡ଼ ଗତ ମେ ମାସ ୧୧ ତାରିଖ ଅପରାହ୍ଣରୁ ନିଖୋଜ ହୋଇ ଯାଇଥିଲେ । ହେଲେ ଘରେ ଛାଡ଼ି ଦେଇଥିଲେ ଫୋନ୍ । ଅନୀତାଙ୍କ ମାଆ ଓ ଭଉଣୀ ତାଙ୍କୁ ଖୋଜାଖୋଜି ପରେ ପାଇ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ହତ୍ୟା ଗୁମର ଖୋଲିବ ମୋବାଇଲ୍ ଓ ଡାକ୍ତରୀ ପ୍ରେସକ୍ରିପସନ୍‌ 

ଘରୁ ମିଳିଥିଲା ଅନୀତାଙ୍କ ମୋବାଇଲ୍ । ଫୋନ୍ ଚେକ୍ କରୁ କରୁ ଶେଷ କଲ୍ ସେହି ଗାଁର ସଂଗ୍ରାମ ଆଲଦାଙ୍କ ଥିଲା । ଯାହା ପରେ ଘର ଲୋକେ ସଂଗ୍ରାମକୁ ଡାକି ପଚରାଉଚରା କରିଥିଲେ । ମାତ୍ର ସଂଗ୍ରାମ କିଛି ଜାଣି ନଥିବା କହିଥିଲା । ଘଟଣାର ୩ ଦିନ ପରେ ବି ଅନୀତାଙ୍କ ଖବର ନ ମିଳିବାରୁ ପରିବାର ଲୋକେ ବଡ଼ବିଲ ଥାନାର ଦ୍ବାରସ୍ଥ ହୋଇଥିଲେ ।

ଅଭିଯୋଗ ପରେ ଚୁପ୍ ରହିଲା ପୋଲିସ !

ଝିଅ ନିଖୋଜ ହେବା ନେଇ ମାଆ ପ୍ରମିଳା ମହାକୁଡ଼ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ଆବଶ୍ୟକ ପଦକ୍ଷେପ ନେଇ ନଥିଲା । ଫଳରେ ଶନିବାର କେନ୍ଦୁଝର ଏସ୍‌ପିଙ୍କ ଗୁହାରି କରିଥିଲେ ପରିବାର ଲୋକେ ।

ଏସ୍‌ପିଙ୍କୁ ଭେଟିବା ପରେ ବଡ଼ବିଲ ଥାନା ପୋଲିସ ଗୁରୁତ୍ଵ ଦେଇ ତଦନ୍ତ କରିଥିଲା । ଅନୀତାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକ ସଂଗ୍ରାମ ଆଲଦାକୁ ଗିରଫ କରିବା ପରେ ପୂରା ଘଟଣା ଉପରୁ ପରଦା ହଟିଛି । ସାମ୍ନାକୁ ଆସିଛି ପ୍ରେମିକାଙ୍କ ଇନଷ୍ଟା ଭିଡିଓରୁ ହତ୍ୟାର ପୂରା କାହାଣୀ ।

ରବିବାର ଅଭିଯୁକ୍ତ ସଂଗ୍ରାମକୁ ନେଇ ପୂରା ଘଟଣାର ସିନ୍ ରିକ୍ରିଏସନ କରିଛି ପୋଲିସ । ହତ୍ୟା କରିଥିବା ସ୍ଥାନ ଓ ବାଇକରେ ମୃତଦେହକୁ ନେଇ ୫ କିମି ଦୂର ରଇଡ଼ା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ପୋତିଥିବା ସ୍ଥାନ ଦେଖାଇଛି ଅଭିଯୁକ୍ତ । ଘଟଣାରେ ବ୍ୟବହୃତ ବାଇକ୍, ଜଙ୍ଗଲରେ ଲୁଚାଇଥିବା ଯୁବତୀଙ୍କ ଚୁନି, ଚପଲ, ଧାରୁଆ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି ।

ମାଜିଷ୍ଟ୍ରେଟ୍ ତଥା ତହସିଲଦାରଙ୍କ ଉପସ୍ଥିତିରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ଗାତରୁ ଅନୀତାଙ୍କ କଙ୍କାଳ ଉଦ୍ଧାର କରାଯାଇଛି । ପୋଲିସ ଅନୁସାରେ, ସଂଗ୍ରାମ ଏବଂ ଅନିତାଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମ ସମ୍ପର୍କ ରହିଥିଲା ଏବଂ ସଂଗ୍ରାମ ଅନିତାଙ୍କୁ ଭଲ ପାଉଥିଲେ ।

ଇନଷ୍ଟା ଭିଡିଓରୁ ରାଗ, ହତ୍ୟା

ଗତ ୩ରୁ ୪ ମାସ ହେବ ସଂଗ୍ରାମ ବାହରକୁ ଯାଇଥିବା ବେଳେ ଅନୀତା ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ସନ୍ଦେହ କରିଥିଲେ ସଂଗ୍ରାମ । ଅନ୍ୟ ଜଣେ ଯୁବକଙ୍କ ସହ ଅନୀତାଙ୍କ କିଛି ଫଟୋ ଓ ଭିଡିଓ ଇନଷ୍ଟାଗ୍ରାମରେ ଦେଖିବା ପରେ ରାଗି ଯାଇଥିଲା ସଂଗ୍ରାମ ।

ଏଥିସହ ପଢ଼ନ୍ତୁ: ପ୍ରେମ, ବ୍ରେକଅପ୍‌, ପ୍ରତିଶୋଧ; ପ୍ରେମିକାର ଅଫିସରେ ପଶି ହତ୍ୟା, ଦେଖନ୍ତୁ ଛାତିଥରା ଭିଡିଓ 

ଶେଷରେ ଅନୀତାକୁ ହତ୍ୟା ପାଇଁ ସଂଗ୍ରାମ ଯୋଜନା କରିଥିଲା । ମେ ୧୧ ତାରିଖରେ ଅନୀତାକୁ ଦେଖା କରିବା ପାଇଁ ଡାକିଥିଲା । ଘର ଠାରୁ ପ୍ରାୟ ଅଧ କିମି ଦୂର ଫୁଟବଲ୍ ପଡ଼ିଆ ପାଖରେ ଥିବା ଏକ କେନ୍ଦୁଗଛ ନିକଟରେ ଉଭୟ ଭେଟିଥିଲେ ।

ଆଉ ସେହିଠାରେ ହିଁ ଯୋଜନା ମୁତାବକ ସାଥିରେ ନେଇଥିବା ଏକ ଛୁରିରେ ଅନୀତାର ତଣ୍ଟି କାଟି ଦେଇଥିଲା ସଂଗ୍ରାମ । ମାତ୍ର କିଛି ସମୟ ମଧ୍ୟରେ ଅନୀତାର ମୃତ୍ୟୁ ହୋଇଥିଲା । ଏହାପରେ ପ୍ରମାଣ ଲୁଚାଇବାକୁ ମୃତଦେହକୁ ବାଇକ୍‌ରେ ରଇଡ଼ା ସ୍ଥିତ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲକୁ ନେଇ ଏକ ଗାତରେ ଫିଙ୍ଗି ଦେଇଥିଲା ।