Chandrika Murder Mystery / ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ହତ୍ୟା ଗୁମର ଖୋଲିବ ମୋବାଇଲ୍ ଓ ଡାକ୍ତରୀ ପ୍ରେସକ୍ରିପସନ୍
·1 hour ago·2 min read

Key Points
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହାଂସଦାଙ୍କ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ
ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ
ଚନ୍ଦ୍ରିକାଙ୍କ ପ୍ରେମିକ ଓ ବାନ୍ଧବୀ ମିଶି ହତ୍ୟା କରି ନଦୀକୁ ଫିଙ୍ଗିଥିବା ଥାନାରେ ଏତଲା
ବଢିଲା ଚନ୍ଦ୍ରିକାଙ୍କ ପ୍ରେମିକଙ୍କ ପାଇଁ ଅଡୁଆ, ବନ୍ଧା ହୋଇପାରନ୍ତି ସରକାରୀ ବାବୁ

କଟକ/ବାରିପଦା: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହାଂସଦାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ । ଏହା କୌଣସି ସାଧାରଣ ମୃତ୍ୟୁ ନୁହେଁ, ବରଂ ଏକ 'ତ୍ରିକୋଣୀୟ ପ୍ରେମ' ପାଇଁ ହୋଇଥିବା ପ୍ରି-ପ୍ଲାନଡ୍ ମର୍ଡର ବୋଲି ବାରଙ୍ଗ ଥାନାରେ ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ପ୍ରେମିକ ଓ ତାଙ୍କ ବାନ୍ଧବୀ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ନେଇ ଏତଲା ହୋଇଥିବା ବେଳେ, ଏବେ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ ସରକାରୀ ବାବୁ । ପୋଲିସ ହାତରେ ଲାଗିଥିବା ମୋବାଇଲ୍ ଫୋନ୍ ଏବଂ ଡାକ୍ତରୀ ପ୍ରେସକ୍ରିପସନ୍ରୁ ଏହି ହତ୍ୟାକାଣ୍ଡର ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି ।
ଏଥିସହ ପଢ଼ନ୍ତୁ: ଘରୁ ଅଢ଼େଇ ଲକ୍ଷ, ବ୍ୟାଙ୍କ ଲକର୍ରୁ ମିଳିଲା ନଗଦ ୨ କୋଟି; ଆଉ କେତେ ସମ୍ପତ୍ତି ରଖିଛନ୍ତି ITDA ଯନ୍ତ୍ରୀ ?
କେମିତି ହେଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ? ଯୋଜନାବଦ୍ଧ ହତ୍ୟା କି ? ହତ୍ୟା ପଛରେ କିଏ ? ଏଇ ସବୁ ପ୍ରଶ୍ନ ଭିତରେ ପରିବାର ଲୋକେ ଆଣିଛନ୍ତି ବଡ଼ ଅଭିଯୋଗ । ଚନ୍ଦ୍ରିକାଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ଏକ 'ତ୍ରିକୋଣୀୟ ପ୍ରେମ' ହିଁ କାରଣ । ଚନ୍ଦ୍ରିକାଙ୍କ ପ୍ରେମିକ , ତାଙ୍କର ଜଣେ ମହିଳା ବାନ୍ଧବୀଙ୍କ ସହ ମିଶି ଝିଅକୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ମାଆ ଅଭିଯୋଗ କରିଛନ୍ତି ।
ଏନେଇ ବାରଙ୍ଗ ଥାନାରେ ଏକ ଲିଖିତ ଏତଲା ଦାଏର ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ୧୪ ବର୍ଷ ତଳେ ଚନ୍ଦ୍ରିକାଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ବିବାହ ତାରିଖ ବି ଧାର୍ଯ୍ୟ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ପୁଣି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା!
ହେଲେ ଯୁବକ ଜଣଙ୍କ ଅନ୍ୟ ଜଣେ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ । ଏହି କାରଣରୁ ଚନ୍ଦ୍ରିକାଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରିବା ସହ ତାଙ୍କୁ ଗଭୀର ମାନସିକ ନିର୍ଯାତନା ଦେଉଥିବା ନେଇ ଚନ୍ଦ୍ରିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଚନ୍ଦ୍ରିକାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର ସରିଛି । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା । ଏବେ ପୋଲିସ ହାତରେ ଲାଗିଥିବା ଅନେକ ପ୍ରମାଣ ଘଟଣା ରହସ୍ୟ ଉପରୁ ପରଦା ଉଠେଇବାରେ ସହାୟକ ହେବ । ଚନ୍ଦ୍ରିକାଙ୍କ ଫୋନ୍ ଓ ଡାକ୍ତରୀ ପ୍ରେସକ୍ରିପସନ ହିଁ ପୋଲିସ ପାଇଁ ଏବେ ବଡ଼ ପ୍ରମାଣ ସାଜିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories