Crime In Odisha / ପ୍ରେମିକ ସହ ମିଶି ଏକାଠି ବସ୍ରେ ଗଲେ, ଆଉ ଓହ୍ଲାଇବା ପରେ ସ୍ଵାମୀର ତଣ୍ଟି ଚିପି ଫିଙ୍ଗିଦେଲା ସ୍ତ୍ରୀ

Key Points
ହତ୍ୟାକାଣ୍ଡ ଏବେ ଭୁବନେଶ୍ଵରରୁ ନେଇ କେନ୍ଦୁଝର ଆଉ ମୟୂରଭଞ୍ଜ ସବୁଠି ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରେମରେ ଅନ୍ଧ ହୋଇ ଜଣେ ପତ୍ନୀ କିଭଳି ନିଜ ମଥା ସିନ୍ଦୂର ପୋଛି ଦେଇପାରେ, କିଭଳି ସ୍ଵାମୀକୁ ଧୋକା ଦେଇ ଜୀବନ ବି ନେଇପାରେ ତାହା ଦେଖିବାକୁ ମିଳିଛି ।
ପାଟଣା (କେନ୍ଦୁଝର): ଅନ୍ଧ କଲା ପ୍ରେମ, ନିଜେ ହାତେ ଉଜାଡ଼ି ଦେଲା ସଂସାର, ପୋଛିଦେଲା ମଥା ସିନ୍ଦୂର । ସ୍ଵାମୀକୁ ହତ୍ୟାର ୯ ଦିନ ପରେ ପରଦା ହଟିଛି । ସ୍ତ୍ରୀ ହିଁ ମୁଖ୍ୟ କାର୍ପଟଦାର ବୋଲି ସ୍ପଷ୍ଟ ହୋଇଛି । ପ୍ରେମରେ ଅନ୍ଧ ହୋଇ ସ୍ତ୍ରୀ ପ୍ରେମିକ ସହ ମିଶି ମଥାରୁ ସିନ୍ଦୂର ପୋଛିଦେବା ସହ ହାତରୁ ଭାଙ୍ଗି ଦେଇଛି ଶଙ୍ଖା । ତଣ୍ଟି ଚିପି ମାରି ଦେଇଛି ସ୍ଵାମୀକୁ । ମାରିବା ପରେ ରାସ୍ତାକଡ଼କୁ ଫିଙ୍ଗି ଦେଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି ।
ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସାହାରପଡ଼ା କଲେଜ ସମ୍ମୁଖ ରାସ୍ତାରେ । ମୃତକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଜଡ଼ିବିଲ ଗାଁର ବିରଞ୍ଚି ନାରାୟଣ ମହାନ୍ତ । ସୂଚନା ଅନୁସାରେ, ବିରଞ୍ଚି ଓ ତାଙ୍କ ସ୍ତ୍ରୀ ବର୍ଷାରାଣୀ ଭୁବନେଶ୍ଵରରେ ରହି କାମ କରନ୍ତି । ଦଶହରା ପାଇଁ ସ୍ଵାମୀ, ସ୍ତ୍ରୀ ଉଭ ସେପ୍ଟେମ୍ବର ୨୮ ତାରିଖରେ ବସ୍ ଯୋଗେ ଘରକୁ ବାହାରିଥିଲେ । ଠାକୁରମୁଣ୍ଡା ପରିବର୍ତ୍ତେ କରଞ୍ଜିଆରେ ଓହ୍ଲାଇଥିଲେ ଦମ୍ପତି ଓ ସୁରେନ୍ଦ୍ର । ସେହି ସମାନ ବସରେ ବର୍ଷାଙ୍କ ପ୍ରେମିକ ସୁରେନ୍ଦ୍ର ମଧ୍ୟ ଯାଇଥିଲେ ସେମାନଙ୍କ ସହ । ବସ୍ ଷ୍ଟାଣ୍ଡରେ ଓହ୍ଲାଇବା ପରେ ବର୍ଷା ଓ ବିରଞ୍ଚିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।
ଏଥିସହ ପଢ଼ନ୍ତୁ: କଳହକୁ ନେଇ ଛୁରାମାଡ଼, ବେକରେ ଛୁରି ଲାଗିଥିବା ଅବସ୍ଥାରେ ବ୍ୟକ୍ତି ଗଲେ ହସ୍ପିଟାଲ୍
ସ୍ତ୍ରୀ ସହ ଝଗଡ଼ା ପରେ ବିରଞ୍ଚି ତାଙ୍କ ଭଉଣୀ ଘର ମାଟିଆଗୁନି ଯିବା ବେଳେ ପୁଣିଥରେ ଲଢ଼ିଥିଲେ ସ୍ଵାମୀ ସ୍ତ୍ରୀ । ସାହାରପଡ଼ା କଲେଜ ନିକଟରେ ପୁଣି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ସେହି ସମୟରେ ପୂର୍ବ ଯୋଜନା ଅନୁଯାୟୀ ସେଠାରେ ପହଞ୍ଚିଥିଲା ପ୍ରେମିକ ସୁରେନ୍ଦ୍ର । ଆଉ ପ୍ରେମିକ ସୁରେନ୍ଦ୍ର ସହ ମିଶି ବର୍ଷା, ବିରଞ୍ଚିଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ କଲେଜ୍ କଡ଼ ରାସ୍ତାକୁ ମୃତଦେହ ଫିଙ୍ଗି ଦେଇ ପଳାଇଥିଲେ ।
📱 Get Argus News App
✨ପୋଲିସ ବିରଞ୍ଚିଙ୍କ ମୃତଦେହକୁ ସାହାରପଡ଼ା କଲେଜ ପାର୍ଶ୍ଵ ରାସ୍ତାରୁ ଉଦ୍ଧାର କରିଛି । ଗିରଫ ପତ୍ନୀ ବର୍ଷା ଓ ସୁରେନ୍ଦ୍ରଙ୍କ ଠାରୁ ବିରଞ୍ଚିଙ୍କ ପୋଷାକ ମଧ୍ୟ ଜବତ କରିଛି ପୋଲିସ । ବର୍ଷା ଓ ସୁରେନ୍ଦ୍ର ମିଶି ବିରଞ୍ଚିଙ୍କ ତଣ୍ଟି ଚିପି କଲେଜ ରାସ୍ତାରେ ହତ୍ୟା ପରେ ମୃତଦେହ ଫିଙ୍ଗି ଦେଇଥିବା ସ୍ଵୀକାର କରିଛନ୍ତି । ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ପ୍ରେମିକ ପ୍ରେମରେ ପାଗଳି ହୋଇ ବର୍ଷା ନିଜ ମଥା ସିନ୍ଦୂର ଖାଲି କରି ଦେଇଥିବା ବେଳେ ବିରଞ୍ଚିଙ୍କ ପରିବାର ଲୋକ ଉଭୟଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଲକ୍ଷ୍ମୀ ବସ୍ରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ, ୫ ଗୁରୁତର
ଏହି ହତ୍ୟାକାଣ୍ଡ ଏବେ ଭୁବନେଶ୍ଵରରୁ ନେଇ କେନ୍ଦୁଝର ଆଉ ମୟୂରଭଞ୍ଜ ସବୁଠି ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରେମରେ ଅନ୍ଧ ହୋଇ ଜଣେ ପତ୍ନୀ କିଭଳି ନିଜ ମଥା ସିନ୍ଦୂର ପୋଛି ଦେଇପାରେ, କିଭଳି ସ୍ଵାମୀକୁ ଧୋକା ଦେଇ ଜୀବନ ବି ନେଇପାରେ ତାହା ଦେଖିବାକୁ ମିଳିଛି ।
Related Topics
Explore more stories