Crime In India / କଳହକୁ ନେଇ ଛୁରାମାଡ଼, ବେକରେ ଛୁରି ଲାଗିଥିବା ଅବସ୍ଥାରେ ବ୍ୟକ୍ତି ଗଲେ ହସ୍ପିଟାଲ୍

Key Points
ବେକରେ ଛୁରି ଲାଗିଥିବା ଅବସ୍ଥାରେ ମେଡିକାଲ୍ରେ ପହଞ୍ଚିଲେ ଯୁବକ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେରଳରେ ।
ବେଙ୍ଗାଳୁରୁ: ଯୁକ୍ତିତର୍କ, କଳହରୁ ଆକ୍ରମଣ । ବେକରେ ଛୁରି ଲାଗିଥିବା ଅବସ୍ଥାରେ ମେଡିକାଲ୍ରେ ପହଞ୍ଚିଲେ ଯୁବକ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେରଳରେ । କସରାଗୋଡ ଅଞ୍ଚଳର ଜଣେ ଯୁବକ ତାଙ୍କ ବେକରେ ଛୁରି ଲାଗିଥିବା ଅବସ୍ଥାରେ ମେଡିକାଲ୍ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ, ଆହତ ଯୁବକ ଜଣଙ୍କ ୩୬ ବର୍ଷୀୟ ଅନୀଲ କୁମାର । ସେ କସରାଗୋଡ ଅଞ୍ଚଳରେ ମାଛ ବ୍ୟବସାୟ କରନ୍ତି । ରବିବାର ରାତିରେ ସାମାନ୍ୟ ଯୁକ୍ତିତର୍କକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଆଉ ଏହି ହାତାହାତି ବେଳେ ଅନୀଲଙ୍କ ବେକରେ ଛୁରି ବାଜିଥିଲା । ରକ୍ତାକ୍ତ ଅବସ୍ଥାରେ ଅନୀଲ ବେକରେ ଛୁରି ଲାଗିଥିବା ବେଳେ ପହଞ୍ଚିଥିଲେ ମେଡିକାଲ୍ ।
ଏଥିସହ ପଢ଼ନ୍ତୁ: ଲକ୍ଷ୍ମୀ ବସ୍ରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ, ୫ ଗୁରୁତର
ରବିବାର ଅନୀଲଙ୍କୁ ଏକ କଲ୍ ଆସିଥିଲା । ଟଙ୍କା ଦେଣନେଣକୁ ନେଇ କେହି ଅନୀଲଙ୍କୁ ସୀଥଙ୍ଗୋଲି ଗାଁ ନିକଟକୁ ଡାକିଥିଲେ । ଆଉ ସେହି ସ୍ଥାନରେ ଅନୀଲ ପହଞ୍ଚିବା ମାତ୍ରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ଏକ ଗୋଷ୍ଠୀ । ଆଉ ଆକ୍ରମଣ ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଭିଡିଓ । ଯେଉଁଥିରେ ଜଣେ ଆକ୍ରମଣକାରୀ ଅନୀଲଙ୍କ ବେକରେ ଛୁରାମାଡ଼ କରୁଥିବା ଦେଖା ଯାଉଛି ।
📱 Get Argus News App
✨ଆକ୍ରମଣ ପରେ ଅନୀଲଙ୍କୁ ତତ୍କ୍ଷଣାତ ମାଙ୍ଗାଲୁରୁ ହସ୍ପିଟାଲ୍କୁ ନିଆ ଯାଇଥିଲା । ବେକରେ ଛୁରା ଲାଗିଥିବା ଅବସ୍ଥାରେ ହସ୍ପିଟାଲ୍ରେ ପହଞ୍ଚିଥିଲେ ଅନୀଲ । ଯାହାକୁ ଦେଖି ହସ୍ପିଟାଲ୍ରେ ରୋଗୀଙ୍କ ସହ ଡାକ୍ତର ବି ଆଶର୍ଯ୍ୟ ହୋଇ ଯାଇଥିଲେ । ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ୨ଟି ଗାଡ଼ିକୁ ଜବତ କରିଥିବା ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍
ସେପଟେ ତେଲଙ୍ଗାନାର ଆଉ ଏକ ମାମଲା ଆସିଛି । ହାଇଦ୍ରାବାଦର କାଚନବାଗରେ ୩୩ ହଜାର ଟଙ୍କା ବକେୟାକୁ ନେଇ ଯୁବକଙ୍କୁ ଛୁରି ଭୁସି ଦେଇଛି ବନ୍ଧୁ । ଅଭିଯୁକ୍ତ ଜଣଙ୍କ ହାଫିଜବାବାନଗର ଅଞ୍ଚଳର ତାହେର ବିନ ଅବଦ୍ଦୁଲ୍ଲା ବରୱାର ବୋଲି ଜଣାପଡ଼ିଛି ।
ବକେୟା ଟଙ୍କା ଦେବାକୁ ଡାକି ଚାରମିନାର ନିକଟରେ ବାରମ୍ବାର ଛୁରି ଭୁସିଥିବା ଅଭିଯୋଗ ହୋଇଛି । ଯୁବକଙ୍କ ବେକ ସହ ପିଠିରେ ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ପୋଲିସ ଅନୁସାରେ, ଦୁଇ ବନ୍ଧୁ ୨୦୨୪ରେ ଟଙ୍କା ଦେଣନେଣ କରିଥିଲେ । ଆଉ ଧାର ଟଙ୍କାକୁ ନେଇ ଏହି ଛୁରାମାଡ଼ ହୋଇଛି ।
Related Topics
Explore more stories