Crime In Odisha / ରାସ୍ତାରୁ ବ୍ୟବସାୟୀଙ୍କୁ ଅପହରଣ, NHରେ ଗୋଡ଼ାଇ ଗୋଡ଼ାଇ ଗାଁ ଭିତରୁ ଅପହରଣକାରୀଙ୍କୁ ଧରିଲା ପୋଲିସ

Key Points
ସ୍କୁଟି ସହ ବ୍ୟବସାୟୀଙ୍କୁ ରାସ୍ତାରୁ ଟେକିନେଲେ ଦୁର୍ବୃତ୍ତ । ଫିଲ୍ମ ଷ୍ଟାଇଲ୍ରେ ବ୍ୟବସାୟୀଙ୍କୁ ଅପହରଣର ମାତ୍ର କେଇ ଘଣ୍ଟା ଭିତରେ ଖୋର୍ଦ୍ଧା ପୋଲିସ ଅପହରଣକାରୀଙ୍କୁ ଧରିଛି ।
ଖୋର୍ଦ୍ଧା: ୨୦ ଲକ୍ଷ ପାଇଁ ଅପହରଣ । ସ୍କୁଟି ସହ ବ୍ୟବସାୟୀଙ୍କୁ ରାସ୍ତାରୁ ଟେକିନେଲେ ଦୁର୍ବୃତ୍ତ । ଫିଲ୍ମ ଷ୍ଟାଇଲ୍ରେ ବ୍ୟବସାୟୀଙ୍କୁ ଅପହରଣର ମାତ୍ର କେଇ ଘଣ୍ଟା ଭିତରେ ଖୋର୍ଦ୍ଧା ପୋଲିସ ଅପହରଣକାରୀଙ୍କୁ ଧରିଛି, ହେଲେ ଅପହୃତଙ୍କ ପତ୍ତା ମିଳିନି । ଶନିବାର ବିଳମ୍ବିତ ରାତିରେ ବାଲୁଙ୍ଗା ଅଞ୍ଚଳର ବ୍ୟବସାୟୀ ସୁଶୀଲ ସୁବୁଦ୍ଧିଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଆଉ ବାଲୁଗାଁ ଓ ଟାଙ୍ଗୀ ଥାନା ପୋଲିସ ମିଳିତ ଭାବେ ଦୁର୍ବୃତ୍ତଙ୍କୁ ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ ଗ୍ରାମବାସୀଙ୍କ ସହାୟତାରେ କାବୁ କରିଛନ୍ତି । ଅପହୃତ ସୁଶୀଲଙ୍କୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ବାଲୁଗାଁ ବଜାରରେ ଥିବା ଦୋକାନ ବନ୍ଦ କରିଥିଲେ ସୁଶୀଲ । ଦୋକାନ ବନ୍ଦ ପରେ ସ୍କୁଟି ଡିକିରେ ୨୦ ଲକ୍ଷରୁ ଅଧିକ ଟଙ୍କା ରଖି ଘରକୁ ବାହାରି ଥିଲେ । ସୁଶୀଲ ଘରକୁ ଫେରୁଥିବା ବେଳେ ପାଟଣାସାହି ସ୍କୁଲ୍ ନିକଟରେ ଦୁର୍ବୃତ୍ତ କାରରେ ଆସି ଅଟକାଇବା ସହ ଅପହରଣ କରି ନେଇଥିଲେ । ସୁଶୀଲଙ୍କୁ ଉଠାଇ ନେବା ସହ ତାଙ୍କ ସ୍କୁଟି ବି ନେଇ ଯାଇଥିଲେ ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ନେଇ ଆସିଲା ବଡ଼ ସୂଚନା, ECI କହିଲେ...
ଏନେଇ ବାଲୁଗାଁ ଥାନାରେ ଅଭିଯୋଗ ପରେ ତୁରନ୍ତ ପଦକ୍ଷେପ ନେଇଥିଲା ପୋଲିସ । ଅପହରଣକାରୀ ଜାତୀୟ ରାଜପଥ ୧୬ ଦେଇ ବାଲୁଗାଁରୁ ନୟାଗଡ଼ ଆଡ଼କୁ ଯାଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ବାଲୁଗାଁ ଥାନା ପୋଲିସ ତତକ୍ଷଣାତ୍ ଟାଙ୍ଗୀ ଥାନା ପୋଲିସକୁ ଜଣାଇଥିଲା । ଆଉ ଏହାପରେ ଜାତୀୟ ରାଜପଥରେ ଆରମ୍ଭ ହୋଇଥିଲା ଫିଲ୍ମ ଷ୍ଟାଇଲ୍ରେ ରେସ୍ । ଅପହରଣକାରୀଙ୍କ କାର୍ର ପିଛା କରିଥିଲା ବାଲୁଗାଁ ଓ ଟାଙ୍ଗୀ ପୋଲିସ ।
ଅପହରଣକାରୀ ଚାନ୍ଦପୁର ନିକଟରେ କଟରାପଲୀ ଗାଁ ଭିତରକୁ ପଶି ଯାଇଥିଲେ । ପଛରେ ପିଛା କରୁଥିବା ପୋଲିସ ବି ଗୋଡ଼ାଇ ଥିଲା । ଆଉ ଶେଷରେ ଗାଁ ଲୋକଙ୍କ ସହାୟତାରେ ଅପହରଣକାରୀଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ପୋଲିସ ୪ ଜଣଙ୍କୁ ଗିରଫ କରିବା ସହ ବିପୁଳ ମାରଣାସ୍ତ୍ର ଜବତ କରିଛି । ପରେ ବ୍ୟବସାୟୀ ସୁଶୀଲ ସୁବୁଦ୍ଧିଙ୍କୁ ଉଦ୍ଧାର କରିଛି ପୋଲିସ । ପୋଲିସ ଛାନଭିନ୍ ଜାରି ରଖିଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
Related Topics
Explore more stories