Videos
|
Odisha

Nuapada Bypoll / ନୂଆପଡ଼ା ଉପନିର୍ବାଚନ ନେଇ ଆସିଲା ବଡ଼ ସୂଚନା, ECI କହିଲେ...

Sushanta Sahoo
Browse all articles by Sushanta Sahoo
·11 months ago·2 min read
ନୂଆପଡ଼ା ଉପନିର୍ବାଚନ ନେଇ ଆସିଲା ବଡ଼ ସୂଚନା, ECI କହିଲେ...

Key Points

ନୂଆପଡ଼ା ଉପନିର୍ବାଚନକୁ ଆସିଛି ବଡ଼ ଅପଡେଟ୍ । ଭାରତୀୟ ନିର୍ବାଚନ କମିଶନ ବଡ଼ ସୂଚନା ଜାରି କରିଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ଦେଶର ବିଭିନ୍ନ ରାଜ୍ୟର ୯ ବିଧାନସଭା ଆସନରେ ଉପନିର୍ବାଚନ ହେବ ।

ନୂଆଦିଲ୍ଲୀ: ଓଡ଼ିଶାର ୭୧ ନମ୍ବର ବିଧାନସଭା ଆସନ ନୂଆପଡ଼ା ଉପନିର୍ବାଚନକୁ ଆସିଛି ବଡ଼ ଅପଡେଟ୍ । ଭାରତୀୟ ନିର୍ବାଚନ କମିଶନ ବଡ଼ ସୂଚନା ଜାରି କରିଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ଦେଶର ବିଭିନ୍ନ ରାଜ୍ୟର ୯ ବିଧାନସଭା ଆସନରେ ଉପନିର୍ବାଚନ ହେବ । ଆଉ ଏଥିରେ ରହିଛି ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ନାଁ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିହାର ବିଧାନସଭା ନିର୍ବାଚନ ସହ ଉପନିର୍ବାଚନ ହେବାକୁ ଥିବା ଆସନରେ ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ । ନିଯୁକ୍ତ ହେବାକୁ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ନିର୍ବାଚନ କମିଶନଙ୍କ ଅଧିନରେ ଭୋଟିଂ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ କାମ କରିବେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମୁକ୍ତ, ଅବାଧ ନିର୍ବାଚନ ପାଇଁ ପୋଲିସ, ପ୍ରଶାସନକୁ ସହଯୋଗ କରିବେ ।


ଏଥିସହ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ ନଜରେ ରଖିବେ । ବିହାର ବିଧାନସଭା ସହ ବିଭିନ୍ନ ୯ ରାଜ୍ୟର ୯ ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ୩୭୦ ଜଣ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ମୁତୟନ କରିବେ । ଏଥିରେ ୩୨୦ ଜଣ IAS ଅଧିକାରୀ, ୬୦ ଜଣ IPS ଅଧିକାରୀଙ୍କ ସହ ୯୦ ଜଣ ଅନ୍ୟ ଅଧିକାରୀ ରହିଛନ୍ତି ।


ଏଥିସହ ପଢ଼ନ୍ତୁ: Nuapada Bypoll: ଅକ୍ଟୋବର ୯ରେ ଆସିବ ଚୂଡ଼ାନ୍ତ ଭୋଟର ତାଲିକା

ସେପ୍ଟେମ୍ବର ୮ରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିଲା । ୪ ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆ ଚିକିତ୍ସାଧିନ ଅବସ୍ଥାରେ ଚେନ୍ନାଇର ଏକ ହସ୍ପିଟାଲ୍‌ରେ ଆଖି ବୁଜିଥିଲେ । ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଢୋଲକିଆଙ୍କୁ ଚେନ୍ନାଇ ନିଆ ଯାଇଥିଲା । ଚେନ୍ନାଇ ସ୍ଥିତ MGM ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଖରିଆର୍ ରୋଡ୍ ଏନଏସି ଅଧ୍ୟକ୍ଷରୁ ନୂଆପଡ଼ା ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭା ଯାଇଥିଲେ । ଥରେ ସ୍ଵାଧୀନ ଓ ୩ ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଢୋଲକିଆ । ପୂର୍ବ ବିଜେଡି ସରକାରରେ ରାଜେନ୍ଦ୍ର ଢୋଲକିଆ ଯୋଜନା ଓ ସମନ୍ଵୟ ବିଭାଗର ମନ୍ତ୍ରୀ ଥିଲେ । ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼଼ା ଆସନରେ ଉପନିର୍ବାଚନ ହେବାକୁ ଯାଉଛି ।