Bramunda Kidnap Attempt / ବରମୁଣ୍ଡାରେ ଭୟରେ ଦୌଡ଼ି ଗଳିରେ ଲୁଚିଲେ ଯୁବତୀ, ଅପହରଣ ପାଇଁ ପିଛା କରୁଥିଲେ ଦୁର୍ବୃତ୍ତ
·3 months ago·2 min read

Key Points
ବରମୁଣ୍ଡାରେ ଯୁବତୀଙ୍କୁ ଅପହରଣ ଉଦ୍ୟମ
ଭୟର ଦୌଡ଼ି ଲୁଚିବାକୁ ଚେଷ୍ଟା କଲେ
ଜିଲ୍ଲା ବାହାରକୁ ଚାଲାଣ ପାଇଁ ଚେଷ୍ଟା ହେଉଥିଲା
ଭୟର ଦୌଡ଼ି ଲୁଚିବାକୁ ଚେଷ୍ଟା କଲେ
ଜିଲ୍ଲା ବାହାରକୁ ଚାଲାଣ ପାଇଁ ଚେଷ୍ଟା ହେଉଥିଲା
ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ନାବାଳିକା ସମେତ ୩ ଯୁବତୀଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ ହୋଇଛି । ଗତକାଲି ରାତିରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଜଣ ଯୁବତୀଙ୍କୁ ଅପହରଣ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି । ଏକ ଆଶ୍ରମ ସହ ଜଡିତ କିଛି ଏନଜିଓ କର୍ମଚାରୀ ଏହି ଯୁବତୀମାନଙ୍କୁ ଜିଲ୍ଲା ବାହାରକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଛି ।
ପଢନ୍ତୁ ଏହି ଖବର: ରାଜଧାନୀରେ ଛାତ୍ରୀଙ୍କୁ ୫ ଘଣ୍ଟା ଅପହରଣ; ବାଇକ୍ରେ ଆସି ଉଠାଇନେଲେ ଦୁର୍ବୃତ୍ତ
- ଗଳି ଓ ବସ ତଳେ ଲୁଚିଲେ
- ଜିଲ୍ଲା ବାହାରକୁ ଚାଲାଣ ଉଦ୍ୟମ
ପଢନ୍ତୁ ଏହି ଖବର: ରାଜଧାନୀରେ ଛାତ୍ରୀଙ୍କୁ ୫ ଘଣ୍ଟା ଅପହରଣ; ବାଇକ୍ରେ ଆସି ଉଠାଇନେଲେ ଦୁର୍ବୃତ୍ତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉ କି, ରାଜଧାନୀରେ କିଛି ମାସ ପୂର୍ବରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା । ଅପହରଣର ୫ ଘଣ୍ଟା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଛାଡ଼ିଥିଲେ ଦୁର୍ବୃତ୍ତ । ସୋମବାର ଅପରାହ୍ନରେ ଛାତ୍ରୀ ଜଣଙ୍କ ସ୍କୁଲ୍ ଛୁଟି ପରେ ଗେଟ୍କୁ ଆସିବା ବେଳେକୁ ବସ୍ ପଳାଇଥିଲା । ଏହାପରେ ପରିବାର ଲୋକଙ୍କୁ ଛାତ୍ରୀ ଜଣଙ୍କ ବସ୍ ପଳାଇଥିବା ଜଣାଇଥିଲେ । ପରିବାର ଲୋକ ସ୍କୁଲ୍ରେ ପହଞ୍ଚିବା ବେଳକୁ ସେଠାରେ ଝିଅକୁ ପାଇ ନଥିଲେ । ଏହାପରେ ସେମାନେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିଥିଲା ପୋଲିସ । ବାଇକ୍ରେ ଦୁର୍ବୃତ୍ତ ଆସି ଛାତ୍ରୀ ଜଣଙ୍କ ମୁହଁରେ ସ୍ପ୍ରେ ମାରି ଅପହରଣ କରି ନେଇଥିଲେ ।
Related Topics
Explore more stories