KISS Student Death / କିସ୍ ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପ୍ଡେଟ୍, ଡାଲି ପଡ଼ିଯିବାରୁ ଛାତ୍ରଙ୍କୁ ହତ୍ୟା କରିଛନ୍ତି ସହପାଠୀ
·7 months ago·2 min read

Key Points
କିସ୍ ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପ୍ଡେଟ୍
ଛାତ୍ରଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରିଥିବା ପୋଲସର ସୂଚନା
ଘଟଣା ପରେ କିସ୍ ପାଇଁ ବଢ଼ିଲା ଅଡୁଆ

କିସ୍ ଛାତ୍ର ମୃତ୍ୟୁ ଘଟଣାରେ ଏବେ ଏକ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି । ପାଇଖାନାରେ ପଡ଼ି ନୁହେଁ ବରଂ ଛାତ୍ରଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରିଥିବା ପୋଲସ ସୂଚନା ଦେଇଛି । ଡାଲି ପଡ଼ିବାରୁ ବଚସା ପରେ ବାଥରୁମରେ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ ୩ ଜଣ ଛାତ୍ର । ଏହି ଘଟଣା ପରେ ଜିରୋ FIRରେ ତଦନ୍ତ ଜାରି ରଖିଥିଲା ପୋଲିସ୍ । ଆଉ ଏବେ ଏହି ଘଟଣାର ଖୁଲାସା କରିଛି ଇନ୍ଫୋସିଟି ପୋଲିସ୍ । ୩ ଜଣ ଛାତ୍ରଙ୍କୁ ଅଟକ ରଖି ପୋଲିସ୍ ତଦନ୍ତ ଜାରି ରଖିଛି । ସେହିପରି କିସ୍ରେ ଶିଶୁ ସୁରକ୍ଷା ଆୟୋଗର ଚେୟାରମ୍ୟାନ୍ ପହଞ୍ଚିଛନ୍ତି ।
ପୋଲିସ ସୂଚନା ଅନୁସାରେ, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ହଷ୍ଟେଲରେ ଡାଲି ପଡ଼ିଯିବାକୁ ନେଇ ଛାତ୍ରଙ୍କ ମଧ୍ୟରେ ଘଟିଥିଲା ଗଣ୍ଡଗୋଳ। ପରେ ସଂପୃକ୍ତ ଛାତ୍ରଙ୍କୁ ବାଥରୁମରେ ମାଡ଼ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଥିଲେ ସହପାଠୀ। ତେବେ ଘଟଣାକୁ ଚପାଇବାକୁ ଜୋରଦାର ଉଦ୍ୟମ କରିଥିଲେ କିସ୍ କର୍ତ୍ତୃପକ୍ଷ। ପୁଅ ବାଥରୁମ୍ ଯିବା ବେଳେ ବାଥରୁମରେ ପଡ଼ି ଜୀବନ ଯାଇଥିବା ପରିବାରକୁ ସୂଚନା ଦେଇଥିଲା କିସ୍ ।
ସେପଟେ ଏହି ଘଟଣା ପରେ କିସ୍ ପାଇଁ ଅଡୁଆ ବଢ଼ିଛି । କିସ୍ ହଷ୍ଟେଲର ୱାର୍ଡେନ, ଶିକ୍ଷକ ଓ କିସ୍ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବ ପୋଲିସ । ପ୍ରମାଣ ନଷ୍ଟ କରିବାକୁ କିସ୍ କର୍ତ୍ତୃପକ୍ଷ ବଡ଼ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ଯାହାର ତଥ୍ୟ ପ୍ରମାଣ ଇନଫୋସିଟି ପୋଲିସ ହାତରେ ଲାଗିଛି । କମିସନରେଟ ପୋଲିସ ପକ୍ଷରୁ କିସ୍ ଉପରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଗତ ୧୨ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ତେବେ ସ୍କୁଲ ଛାତ୍ରଙ୍କ ଭିତରେ କିଭଳି ଅପରାଧ ମାନସିକତା ବଢୁଛି, ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ: ନେଇଥିଲେ ଲକ୍ଷେ ଟଙ୍କା ହୋଇଗଲା ୭୪ଲକ୍ଷ : ଋଣ ପରିଶୋଧ କରିବାକୁ ଚାଷୀଙ୍କୁ କିଡନୀ ବିକିବାକୁ ପଡ଼ିଲା
ପୋଲିସ ସୂଚନା ଅନୁସାରେ, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ହଷ୍ଟେଲରେ ଡାଲି ପଡ଼ିଯିବାକୁ ନେଇ ଛାତ୍ରଙ୍କ ମଧ୍ୟରେ ଘଟିଥିଲା ଗଣ୍ଡଗୋଳ। ପରେ ସଂପୃକ୍ତ ଛାତ୍ରଙ୍କୁ ବାଥରୁମରେ ମାଡ଼ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଥିଲେ ସହପାଠୀ। ତେବେ ଘଟଣାକୁ ଚପାଇବାକୁ ଜୋରଦାର ଉଦ୍ୟମ କରିଥିଲେ କିସ୍ କର୍ତ୍ତୃପକ୍ଷ। ପୁଅ ବାଥରୁମ୍ ଯିବା ବେଳେ ବାଥରୁମରେ ପଡ଼ି ଜୀବନ ଯାଇଥିବା ପରିବାରକୁ ସୂଚନା ଦେଇଥିଲା କିସ୍ ।
ଅଧିକ ପଢ଼ନ୍ତୁ: ଶାଶୁ ପରେ ପଡ଼ିଲା ଜ୍ଵାଇଁ ପାଳି; ବୁଲ୍ଡୋଜର୍ ଲଗାଇ ୭ଟି ଘରକୁ ମାଟିରେ ମିଶାଇଲା ପ୍ରଶାସନ
ସେପଟେ ଏହି ଘଟଣା ପରେ କିସ୍ ପାଇଁ ଅଡୁଆ ବଢ଼ିଛି । କିସ୍ ହଷ୍ଟେଲର ୱାର୍ଡେନ, ଶିକ୍ଷକ ଓ କିସ୍ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବ ପୋଲିସ । ପ୍ରମାଣ ନଷ୍ଟ କରିବାକୁ କିସ୍ କର୍ତ୍ତୃପକ୍ଷ ବଡ଼ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ଯାହାର ତଥ୍ୟ ପ୍ରମାଣ ଇନଫୋସିଟି ପୋଲିସ ହାତରେ ଲାଗିଛି । କମିସନରେଟ ପୋଲିସ ପକ୍ଷରୁ କିସ୍ ଉପରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଗତ ୧୨ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ତେବେ ସ୍କୁଲ ଛାତ୍ରଙ୍କ ଭିତରେ କିଭଳି ଅପରାଧ ମାନସିକତା ବଢୁଛି, ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories