|
logo
Live
Argus News App
GET APP

Argus News - ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍‌ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ

Crime

Kite String / ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍‌ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍‌ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ
😔 Festival joy turns into tragedy.

Key Points

ମକର ସଂକ୍ରାନ୍ତିର ଆନନ୍ଦ ଭିତରେ ନିଶ୍ଚିହ୍ନ ହୋଇ ଯାଇଛି ଗୋଟିଏ ପରିବାର । ମାଞ୍ଜା ବାପା, ମାଆ ସହ ଝିଅକୁ ବି ମାରିଦେଲା ।
ସୁରଟ: ପୁଣି ମାଞ୍ଜା ନେଲା ଜୀବନ । ବାପା, ମାଆ ସହ ଝିଅକୁ ବି ମାରିଦେଲା । ମକର ସଂକ୍ରାନ୍ତିର ଆନନ୍ଦ ଭିତରେ ଗୋଟିଏ ପରିବାରକୁ ଉଜାଡ଼ି ଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଜରାଟର ସୁରଟରେ । ମକର ସଂକ୍ରାନ୍ତିର ଆନନ୍ଦ ଭିତରେ ନିଶ୍ଚିହ୍ନ ହୋଇ ଯାଇଛି ଗୋଟିଏ ପରିବାର ।

ସୂଚନା ଅନୁସାରେ, ୭ ବର୍ଷର ଝିଅକୁ ନେଇ ବୁଧବାର ସ୍ଵାମୀ, ସ୍ତ୍ରୀ ଓଭର୍ ବ୍ରିଜ୍‌ ଉପରେ ବାଇକ୍‌ରେ ଯାଉଥିଲେ । ସେହି ସମୟରେ ଏକ ମାଞ୍ଜାରେ ସୂତାରେ ଛନ୍ଦି ହୋଇ ଯାଇଥିଲେ ଦମ୍ପତି ଓ ଝିଅ । ଆଉ ବ୍ରିଜ୍‌ରୁ ସିଧା ଖସି ପଡ଼ିଥିଲେ ୭୦ ଫୁଟ୍ ତଳକୁ ।

ଏଥିସହ ପଢ଼ନ୍ତୁ: ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ

ଓଭର୍ ବ୍ରିଜ୍‌ରୁ ଖସି ତଳେ ଯାଉଥିବା ଏକ ଅଟୋରିକ୍ସା ଉପରେ ୩ ଜଣ ଯାକ କଚାଡ଼ି ହୋଇ ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ୭ ବର୍ଷର ଝିଅ ସହ ବାପା ଆଖି ବୁଜିଥିଲେ । ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲ୍ ନିଆଯାଇଥିଲା । ସେଠାରେ ମହିଳା ମଧ୍ୟ ଆଖି ବୁଜିଛନ୍ତି ।

ସୁରଟର ଚନ୍ଦ୍ରଶେଖର ଆଜାଦ ଫ୍ଲାଏଓଭରରେ ଏହି ଘଟଣା ଘଟିଛି । ମୃତକ ରେହାନ ତାଙ୍କ ସ୍ତ୍ରୀ ରେହନା ଏବଂ ଝିଅ ଆଇଶାଙ୍କୁ ନେଇ ବାଇକ୍‌ରେ ମକର ସଂକ୍ରାନ୍ତି ପର୍ବ ମନାଇବାକୁ ଯାଉଥିଲେ ।

ସେହି ସମୟରେ ହଠାତ୍ ଏକ ଗୁଡ଼ିର ସୂତା ରେହାନଙ୍କ ଦେହରେ ଗୁଡ଼ାଇ ହୋଇ ଯାଇଥିଲା । ରେହାନ ଗୋଟିଏ ହାତରେ ଗାଡ଼ିକୁ ନିୟନ୍ତ୍ରଣ କରି ଅନ୍ୟ ହାତରେ ସୂତା କାଢ଼ିବାକୁ ଚେଷ୍ଟା କରିଥିଲେ । ଆଉ ସେହି ସମୟରେ ବ୍ରିଜ୍‌ର କାନ୍ଥରେ ପିଟି ହୋଇଥିଲା ବାଇକ୍ । ଆଖି ପିଛୁଳାକେ ୩ ଜଣ ଯାକ ବ୍ରିଜ୍‌ରୁ ୭୦ ଫୁଟ୍‌ ତଳକୁ ଖସି ପଡ଼ିଥିଲେ ।

ଏଥିସହ ପଢ଼ନ୍ତୁ: BNS ୧୬୩ ପରେ ସୁନ୍ଦରଗଡ଼ରେ ବନ୍ଦ ହେଲା ଇଣ୍ଟରନେଟ୍

ସେଇଠି ହିଁ ବାପା ରେହାନ ଓ ଝିଅ ଆଇଶାଙ୍କ ମୃତ୍ୟୁ ହୋଇଛି । ମାଆ ରେହାନା ଏକ ଅଟୋର ଉପରି ଭାଗରେ ପଡ଼ି ଗଭୀର ଆହତ ହୋଇଥିଲେ । ତାଙ୍କୁ ମେଡିକାଲ୍ ନିଆଯାଇଥିବା ବେଳେ ସେ ଆଖି ବୁଜିଛନ୍ତି ।

କର୍ଣ୍ଣାଟକର ବିଦାର ଜିଲ୍ଲାରେ ମଧ୍ୟ ସମାନ ଅଘଟଣ ଘଟିଛି । ତଳମଡଗି ବ୍ରିଜ୍‌ ଦେଇ ବାଇକ୍ ଚାଳକ ଜଣଙ୍କ ଯିବା ସମୟରେ ଏକ ଗୁଡ଼ି ସୂତା ବ୍ୟକ୍ତି ଜଣଙ୍କ ତଣ୍ଟିରେ ଲାଗି ଯାଇଥିଲା । ଫଳରେ ବାଇକ୍‌ରୁ ଛିଟକି ପଡ଼ିଥିଲେ ହୋସାମଣି । ତଣ୍ଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ପ୍ରବଳ ରକ୍ତସ୍ରାବ ବି ହୋଇଥିଲା । ବାଇକ୍‌ରୁ ଖସି ପଡ଼ିବା ପରେ ବହୁ କଷ୍ଟରେ ହୋସାମଣି ଝିଅକୁ ଫୋନ୍ କରିଥିଲେ । ଆଉ ଝିଅକୁ ଶେଷ କଲ୍ ପରେ ବୁଜି ଦେଇଥିଲେ ଆଖି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kite String: ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍‌ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ | Argus News