Koraput Double Murder / ପ୍ରେମକୁ ବିରୋଧ କରିବାରୁ ଡବଲ ମର୍ଡର, ନିଜ ମା' ଓ ଭାଇକୁ ମାରିଦେଲେ ଯୁବତୀ
·1 month ago·2 min read

Key Points
ପ୍ରେମକୁ ବିରୋଧ କରିବାରୁ ଡବଲ ମର୍ଡର
ନିଜ ମା ଓ ଭାଇକୁ ଜୀବନରେ ମାରିଦେଲେ ଯୁବତୀ
ବସ୍ତା ଭିତରେ ମିଳିଲା ମା ଓ ଭାଇର ମୃତଦେହ
ନିଜ ମା ଓ ଭାଇକୁ ଜୀବନରେ ମାରିଦେଲେ ଯୁବତୀ
ବସ୍ତା ଭିତରେ ମିଳିଲା ମା ଓ ଭାଇର ମୃତଦେହ
କୋରାପୁଟରେ ପ୍ରେମ ପାଇଁ ଯୁବତୀଙ୍କ ସାଂଘାତିକ କାଣ୍ଡ । ପ୍ରେମକୁ ବିରୋଧ କରିବାରୁ ନିଜ ମାଆ ଓ ଭାଇଙ୍କୁ ଜୀବନରେ ମାରିଦେଲେ ଯୁବତୀ । ନିଜ ପ୍ରେମିକ ସହ ମିଶି ହତ୍ୟା କଲେ । କାଳେ କେହି ସନ୍ଦେହ କରିବ ସେଥିପାଇଁ ଚାଲାକିର ସହ ମୃତଦେହକୁ କେନାଲରେ ଫୋପାଡି ଦେଇଥିଲେ । ମୃତଦେହ ଉଦ୍ଧାର ହେବା ପରେ ଡବଲ ମର୍ଡର ପଛର ସତ ସାମନାକୁ ଆସିଛି ।
ପ୍ରେମ ଏତେ ଅନ୍ଧ ହୋଇପାରେ, ପ୍ରେମ ଏତେ ସ୍ବାର୍ଥପର କରିପାରେ ମଣିଷକୁ, ତାହା ଯୁବତୀଙ୍କ ଏହି କାଣ୍ଡରୁ ସ୍ପଷ୍ଟ । ପ୍ରେମ ପାଇଁ ନିଜ ରକ୍ତ ସମ୍ପର୍କକୁ ହତ୍ୟାର ଇଏ ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣ ତାଜୁବ ହୋଇଯିବେ । ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ । ପୂରା କାହାଣୀ କିଛି ଏମିତି । ଯୁବତୀଙ୍କ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଏହି ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ ଯୁବତୀଙ୍କ ମାଆ ଓ ଭାଇ । ଶେଷରେ ରାସ୍ତାରୁ ହଟାଇବା ପାଇଁ ଚରମ ନିଷ୍ପତ୍ତି ନେଲେ ଯୁବତୀ । ନିଜ ପ୍ରେମିକ ସହ ମିଶି ପ୍ରଥମେ ମା ଓ ଭାଇକୁ ହତ୍ୟା କରିଥିଲେ । ଘଟଣାକୁ ଲୁଚେଇବା ପାଇଁ ଶବକୁ ବସ୍ତାରେ ଭର୍ତ୍ତି କରି ସ୍କୁଟିରେ ନେଇ ଜୟନ୍ତୀ ଗିରି କେନାଲରେ ଫିଙ୍ଗି ଦେଇଥିଲେ। ମୃତକ ହେଲେ ଏହମ ପରିଡ଼ା ଓ ତାଙ୍କ ମା' ଅନୁଷ୍କା ପରିଡ଼ା। ଏଥିରେ ସହଯୋଗ କରିଥିଲେ ପ୍ରେମିକଙ୍କ ବନ୍ଧୁ। ଏହି ସୂଚନା ଦେଇଛି ପୋଲିସ ।
ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିଛି । ନିଜ ମା ଓ ଭାଇଙ୍କୁ କେମିତି ହତ୍ୟା କଲେ ଏବଂ ପରବର୍ତ୍ତି ସମୟରେ ବସ୍ତାରେ ପୁରାଇ କେମିତି ନେଇ କେନାଲରେ ଫୋପାଡିଲେ ସେସବୁ କରିଦେଖାଇଥିଲା ଅଭିଯୁକ୍ତ ।
ସେପଟେ ସୁବର୍ଣ୍ଣପୁର ତରଭା ଅଞ୍ଚଳରେ ନବ ବିବାହିତାଙ୍କୁ ବନ୍ଧୁକ ମୁନରେ ଅପହରଣ ଘଟଣାରେ ଦୁଇ ଜଣକୁ ଅଟକ ରଖି ପୋଲିସର ତନାଘନା । ଅପହର୍ତ୍ତା ପ୍ରେମିକ ସଞ୍ଜୀବ ସାହୁ ଓ ନବ ବିବାହିତା ରଶ୍ମୀ ପୁଟେଲଙ୍କୁ ଅଟକ ରଖି ତଦନ୍ତ ଚାଲିଛି । ସମ୍ବଲପୁର ସହରର ପ୍ରଫେସର ପଡ଼ାରୁ ଉଭୟଙ୍କୁ ପୋଲିସ ଆଣିଥିବା ଜଣାପଡ଼ିଛି । ପୋଲିସର ସୂଚନା ଅନୁସାରେ ପ୍ରେମିକ ଓ ପ୍ରେମିକା ମିଶି ରଚିଥିଲେ ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତା ସହ ପ୍ରେମିକା ଫେରାର ମାରିଥିଲା ବୋଲି ପୋଲିସ କହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories